|
logo
Live
Argus News App
GET APP

Argus News - ପଡ଼ିଆରେ ଖେଳୁଥିଲେ ସ୍ମିଥ୍ ଓ ଷ୍ଟାର୍କ; ହଠାତ୍ ଷ୍ଟାଡିୟମ୍‌ରେ ଲାଗିଲା ନିଆଁ

Sports

Fire During Match / ପଡ଼ିଆରେ ଖେଳୁଥିଲେ ସ୍ମିଥ୍ ଓ ଷ୍ଟାର୍କ; ହଠାତ୍ ଷ୍ଟାଡିୟମ୍‌ରେ ଲାଗିଲା ନିଆଁ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ପଡ଼ିଆରେ ଖେଳୁଥିଲେ ସ୍ମିଥ୍ ଓ ଷ୍ଟାର୍କ; ହଠାତ୍ ଷ୍ଟାଡିୟମ୍‌ରେ ଲାଗିଲା ନିଆଁ
BBL Qualifier Shock: Stadium Catches Fire While Match Was On

Key Points

ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍‌ର କ୍ଵାଲିଫାୟର ମ୍ୟାଚ୍ ବେଳେ ବଡ଼ ଧରଣର ନିଆଁ ଲାଗିଛି । ପର୍ଥ ଷ୍ଟାଡିୟମ୍‌ରେ ପର୍ଥ ସ୍କର୍ଚର୍ସ ଓ ସିଡନୀ ସିକ୍ସର୍ସର ମ୍ୟାଚ୍ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି ।
ନୂଆଦିଲ୍ଲୀ: ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମ୍‌ରେ ଲାଗିଲା ନିଆଁ । ଧୂଆଁମୟ ହୋଇଗଲା ଆକାଶ । ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍‌ର କ୍ଵାଲିଫାୟର ମ୍ୟାଚ୍ ବେଳେ ବଡ଼ ଧରଣର ନିଆଁ ଲାଗିଛି । ପର୍ଥ ଷ୍ଟାଡିୟମ୍‌ରେ ପର୍ଥ ସ୍କର୍ଚର୍ସ ଓ ସିଡନୀ ସିକ୍ସର୍ସର ମ୍ୟାଚ୍ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି ।

ଖେଳ ଚାଲିଥିବା ବେଳେ ଷ୍ଟାଡିୟମ୍ ବାହାରେ ହଠାତ୍ ନିଆଁ ଲାଗି ଯାଇଥିଲା । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଷ୍ଟାଡିୟମ୍‌ ବାହାରେ ସୁଉଚ୍ଚ ଆକାଶକୁ କଳା ଧୂଆଁ ବ୍ୟାପି ଯାଇଥିଲା । ପର୍ଥ ସ୍କର୍ଚର୍ସର ବ୍ୟାଟିଂ ବେଳେ ଏହି ଅଗ୍ନିକାଣ୍ଡ ହୋଇଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫ୍ ଧମକ; ଦିନକରେ ରୁପା ୧୭ ହଜାର ମହଙ୍ଗା, ଦେଢ଼ ଲକ୍ଷ ଟପିଲା ସୁନା

ନିଆଁ ଲାଗିବା ବେଳକୁ ପର୍ଥ ସ୍କର୍ଚର୍ସ ୧୬ ଓଭର ବ୍ୟାଟିଂ କରୁଥିଲା । ଟିଭିରେ ମଧ୍ୟ ଅଗ୍ନିକାଣ୍ଡର ଭିଡିଓ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ସମୟରେ ପଡ଼ିଆରେ ମିଚେଲ ଷ୍ଟାର୍କ, ମିଚେଲ ମାର୍ଶ, ବାବର ଆଜମ ଓ ଷ୍ଟିଭ୍ ସ୍ମିଥଙ୍କ ଭଳି ଖେଳାଳି ଉପସ୍ଥିତ ଥିଲେ ।

ତେବେ ମ୍ୟାଚ୍‌ ଉପରେ ଅଗ୍ନିକାଣ୍ଡର ପ୍ରଭାବ ପଡ଼ି ନାହିଁ । ଷ୍ଟାଡିୟମ୍‌ର ବାହାର ପାର୍ଶ୍ଵରେ ନିଆଁ ଲାଗିଥିବାରୁ ଖେଳ ଜାରି ରହିଥିଲା । କିନ୍ତୁ ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: କ୍ୟାଟେଗୋରୀ A+ରୁ ହଟିବେ ରୋହିତ, କୋହଲି; BCCIର ବଡ଼ ପ୍ଲାନିଂ

ନିଆଁ ଦେଖିବା ମାତ୍ରେ ଅଧିକାରୀ ତତ୍ପର ହୋଇ ଉଠିଥିଲେ । ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରାଯାଇଥିଲା । ଦର୍ଶକ ଗ୍ୟାଲେରି ଷ୍ଟାଣ୍ଡର ପଛ ଭାଗରେ ଏହି ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇ ନାହିଁ ।

ଆଜିର ମ୍ୟାଚ୍‌ରେ ପର୍ଥ ସ୍କର୍ଚର୍ସ ପ୍ରଥମେ ଖେଳି ୯ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା । ଓପନର ଫିନ୍ ଏଲେନ୍ ୩୦ ବଲ୍‌ରେ ସର୍ବାଧିକ ୪୯ ରନ୍ ସ୍କୋର କରିଥିଲେ ।
ଜବାବରେ ସିଡନୀ ସିକ୍ସର୍ସ ୧୫ ଓଭରରେ ୯୯ ରନ୍ କରି ଅଲଆଉଟ୍ ହୋଇ ଯାଇଛି । ମ୍ୟାଚ୍‌ର ଦ୍ଵିତୀୟ ବଲ୍‌ରେ ହିଁ ବାବର ଆଜମ କୌଣସି ରନ୍ ନ କରି ଆଉଟ୍ ହୋଇଛନ୍ତି । ଷ୍ଟିଭ୍ ସ୍ମିଥ ୨୪ ବଲ୍‌ରେ ୩୭ ରନ୍‌ର ପାଳି ଖେଳିଛନ୍ତି । ଆଜିର ବିଜୟ ସହ ପର୍ଥ ସ୍କର୍ଚର୍ସ ଫାଇନାଲ୍‌ରେ ପହଞ୍ଚିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fire During Match: ପଡ଼ିଆରେ ଖେଳୁଥିଲେ ସ୍ମିଥ୍ ଓ ଷ୍ଟାର୍କ; ହଠାତ୍ ଷ୍ଟାଡିୟମ୍‌ରେ ଲାଗିଲା ନିଆଁ | Argus News