Silver Price / ଟ୍ରମ୍ପଙ୍କ ଟାରିଫ୍ ଧମକ; ଦିନକରେ ରୁପା ୧୭ ହଜାର ମହଙ୍ଗା, ଦେଢ଼ ଲକ୍ଷ ଟପିଲା ସୁନା
·2 months ago·2 min read

Key Points
ରୁପା ମୂଲ୍ୟ ୧୭ ହଜାର ୫୦୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ରୁପା କେଜି ପିଛା ୩ ଲକ୍ଷ ୨୭ ହଜାର ଟଙ୍କା ପାର୍ କରିଛି । ମଙ୍ଗଳବାର ଦ୍ଵି ପ୍ରହର ସୁଦ୍ଧା ସୁନା ଦର ୩ ପ୍ରତିଶତ ଓ ରୁପା ୫ ପ୍ରତିଶତ ବଢ଼ିଛି ।
ମୁମ୍ବାଇ: ଭୂ-ରାଜନୈତିକ ଅସ୍ଥିରତା ଭିତରେ ନୂଆ ରେକର୍ଡ ଭାଙ୍ଗିଛି ରୁପା । ସୁନା ପୁଣି ଥରେ ଶିଖର ଛୁଇଁଛି । ମଙ୍ଗଳବାର MCXରେ ସୁନା ଦେଢ଼ ଲକ୍ଷ ଟପିଛି । ସୁନା ୧୦ ଗ୍ରାମ ପ୍ରତି ୪ ହଜାର ୩ ଶହ ଟଙ୍କା ମହଙ୍ଗା ହୋଇ ଦେଢ଼ ଲକ୍ଷ ପାର୍ କରିଛି ।
ସେହିଭଳି ମଙ୍ଗଳବାର ମଧ୍ୟ ରୁପା ମୂଲ୍ୟ ବଢ଼ିଛି । ରୁପା ମୂଲ୍ୟ ୧୭ ହଜାର ୫୦୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ରୁପା କେଜି ପିଛା ୩ ଲକ୍ଷ ୨୭ ହଜାର ଟଙ୍କା ପାର୍ କରିଛି । ମଙ୍ଗଳବାର ଦ୍ଵି ପ୍ରହର ସୁଦ୍ଧା ସୁନା ଦର ୩ ପ୍ରତିଶତ ଓ ରୁପା ୫ ପ୍ରତିଶତ ବଢ଼ିଛି ।
ଏଥିସହ ପଢ଼ନ୍ତୁ: ସିଡିଏରେ କାଫେ ଓ ରେଷ୍ଟୁରାଣ୍ଟ ସିଲ୍; ନଥିଲା କାଗଜପତ୍ର, ବିକୁଥିଲେ ବାସି ଖାଦ୍ୟ
ସୁନା ଓ ରୁପା ମହଙ୍ଗା ହେବା ପଛର କାରଣ ଆମେରିକା ଓ ୟୁରୋପ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆଶଙ୍କା । ଏଭଳି ଆଶଙ୍କା କରି ନିବେଶକ ସୁରକ୍ଷିତ ନିବେଶ ଆଡ଼କୁ ଦୌଡ଼ିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଧମକ ପରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି ଆସିଛି ।
ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।
ୟୁରୋପୀୟ ଦେଶ ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ କିଣିବା ପ୍ରସ୍ତାବକୁ ବିରୋଧ କରିଛନ୍ତି । ବିରୋଧ ପରେ ଟ୍ରମ୍ପ ଆହୁରି ଟାରିଫ୍ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ବିଶ୍ଵବ୍ୟାପୀ ଅନିଶ୍ଚିତତା ଆହୁରି ବଢ଼ି ଯାଇଛି ।
ଆଗକୁ ଦର ବୃଦ୍ଧିର ସମ୍ଭାବନା ଅଧିକ ରହିଛି କି ? ଯାହାକୁ ନେଇ ପୃଥିବୀ ଫିନମାର୍ଟର ମନୋଜ ଜୈନ କହିଛନ୍ତି, "ଧାତୁ ମୂଲ୍ୟ ତଳ ଉପର ହେବା ଜାରି ରହିବ, କିନ୍ତୁ ମଜଭୁତ୍ ରହିବା ଆଶା ରହିଛି ।"
ଏଥିସହ ପଢ଼ନ୍ତୁ: ଆଉ ଜେଲ୍ରୁ ଖସି ପାରିବେନି କଏଦୀ, ଉଦ୍ୟମ କଲେ ବାଜିବ ସାଇରନ୍
ଗତକାଲି ରୁପା ମୂଲ୍ୟ କେଜି ପିଛା ୨ ଲକ୍ଷ ୯୩ ହଜାର ୯୭୫ ଟଙ୍କା ରହିଥିଲା । ଯାହାକି ମଙ୍ଗଳବାର ୩ ଲକ୍ଷ ୯ ହଜାର ୩୪୫ରେ ପହଞ୍ଚିଛି । ସେହିଭଳି ସୁନା ମୂଲ୍ୟ ଚଳିତ ବର୍ଷ ଏବେ ସୁଦ୍ଧା ୧୪ ହଜାର ୨୧୪ ଟଙ୍କା ବୃଦ୍ଧି ପାଇଲାଣି ।
ଗତବର୍ଷ ୨୦୨୫ରେ ସୁନା ଦର ୫୭ ହଜାର ୩୩ ଟଙ୍କା ଅର୍ଥାତ୍ ୭୫ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ରୁପା ଦର ଗୋଟିଏ ବର୍ଷରେ ୧ ଲକ୍ଷ ୪୪ ହଜାର ୪୦୩ ଟଙ୍କା ବଢ଼ିଛି । ଯାହାକି ୧୬୭ ପ୍ରତିଶତ ବୃଦ୍ଧି ଅଟେ ।

ଆହୁରି ବଢ଼ିବ କି ଦର ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories