Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - RCB ପାଇଁ ବଡ଼ ଖବର, ଭାରତ ଫେରିଲେ ଫିଲ୍ ସଲ୍ଟ

Sports

Phil Salt Injury update / RCB ପାଇଁ ବଡ଼ ଖବର, ଭାରତ ଫେରିଲେ ଫିଲ୍ ସଲ୍ଟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
RCB ପାଇଁ ବଡ଼ ଖବର, ଭାରତ ଫେରିଲେ ଫିଲ୍ ସଲ୍ଟ
Phil Salt

Key Points

RCB Campକୁ ଫେରିଲେ ଫିଲ୍ ସଲ୍ଟ
ମୁମ୍ବାଇ ପାଇଁ ବଢ଼ିଲା ଚ୍ୟାଲେଞ୍ଜ
Viratଙ୍କ ସହ ଓପନିଂ କରିବେ କି Phil Salt?
IPL ର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ RCB ପାଇଁ ବଡ଼ ଖବର । IPL ୨୦୨୬ର ବଳକା ମ୍ୟାଚ୍‌ ଖେଳିବା ପାଇଁ ଭାରତ ଫେରିଛନ୍ତି ଫିଲ୍‌ ସଲ୍ଟ । ଆଙ୍ଗୁଠିରେ ଆଘାତ ଲାଗିବା ପରେ ସଲ୍ଟ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶରେ ଘରକୁ ଫେରିଥିଲେ । ତାଙ୍କ ଅନୁପସ୍ଥିତିରେ RCB ବିରାଟ କୋହଲିଙ୍କ ସହ ଓପନିଂ କରିବାକୁ ଜ୍ୟାକବ୍ ବେଥେଲଙ୍କୁ ଚୁଡ଼ାନ୍ତ ଏକାଦଶକୁ ଆଣିଥିଲା । କିନ୍ତୁ ବେଥେଲ୍ ବିଶେଷ ପ୍ରଭାବ ପକାଇପାରିଲା ନାହିଁ ।

ଫିଲ୍ ସଲ୍ଟ ବିମାନବନ୍ଦରରେ ପହଞ୍ଚିବାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ସଲ୍ଟ IPL ୨୦୨୬ରେ RCB ପାଇଁ ପ୍ରଥମ ଛଅଟି ମ୍ୟାଚ୍ ଖେଳିଥିଲେ ଏବଂ ମୋଟ ୨୦୨ ରନ୍ କରିଥିଲେ । ଏହି ସିଜିନରେ ଯେତେବେଳେ ବେଙ୍ଗାଲୁରୁ ଏବଂ ମୁମ୍ବାଇ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ ସଲ୍ଟ ସେହି ମ୍ୟାଚ୍‌ ୭୮ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶେଷ ମ୍ୟାଚରେ ସେ ୬୩ ରନ୍ କରିଥିଲେ ।

ଫିଲ୍ ସଲ୍ଟ ଏପ୍ରିଲ ୧୮ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ । ସେ ବାଉଣ୍ଡରୀରେ ଏକ ବଲକୁ ଅଟକାଇବା ପାଇଁ ଡାଇଭ୍ ମାରିଥିଲେ, ଯାହାଫଳରେ ତାଙ୍କ ବାମ ଆଙ୍ଗୁଠିରେ ବାଜିଥିଲା । ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସଲ୍ଟଙ୍କୁ ତୁରନ୍ତ ଫେରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ପରେ ସେ ଇଂଲଣ୍ଡ ଚାଲିଯାଇଥିଲେ । ତାଙ୍କର ସ୍କାନ କରାଯାଇଥିଲା ଏବଂ ତାଙ୍କ ଆଘାତର ଗମ୍ଭୀରତା ଆକଳନ କରାଯାଇଥିଲା । ଏବେ ସେ ପୁଣି ଭାରତ ଫେରିଆସିଛନ୍ତି ।

ଫିଲ୍ ସଲ୍ଟ ଭାରତ ଫେରିଆସିଛନ୍ତି, କିନ୍ତୁ ଆଜି ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବାର ସମ୍ଭାବନା କମ୍ । ଏହି ସିଜିନ୍‌ରେ ଏପର୍ଯ୍ୟନ୍ତ ଫର୍ମରେ ନଥିବା ଜ୍ୟାକବ୍ ବେଥେଲ୍‌ଙ୍କ ଉପରେ ପୁଣି ନିର୍ଭର କରାଯିବ । ସଲ୍ଟଙ୍କ ସ୍ଥାନରେ ବେଥେଲ୍‌ଙ୍କୁ ସାମିଲ କରାଯାଇଥିଲା, ବିରାଟ କୋହଲିଙ୍କ ସହିତ ଓପନିଂ କରିଥିଲେ, କିନ୍ତୁ ସେ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ସ୍କୋର କରିପାରି ନଥିଲେ । ପ୍ଲେଅଫ୍ ଦୃଷ୍ଟିକୋଣରୁ ଆଜିର ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କର ବା ମର ମ୍ୟାଚ୍ । ଯଦି RCB ଆଜି ଜିତିଯାଏ, ତେବେ MI ଆନୁଷ୍ଠାନିକ ଭାବରେ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Boost for RCB as Phil Salt Returns to India Before Crucial IPL Clash | Argus News