Operation Sindoor On Field / ପାକିସ୍ତାନକୁ ହରାଇବା ପରେ PM ମୋଦିଙ୍କ ପୋଷ୍ଟ; କହିଲେ, କ୍ରିକେଟ ପଡ଼ିଆରେ ସଫଳ ହେଲା 'ଅପରେସନ୍ ସିନ୍ଦୂର'

Key Points
ଏସିଆ କପ୍ ରେ ଭାରତ ବିଜୟ ପରେ ସୋସିଆଲ ମିଡିଆ `X'ରେ ମୋଦିଙ୍କ ପୋଷ୍ଟ । କହିଲେ ଆମର କ୍ରିକେଟର୍ସଙ୍କୁ ଅନେକ ଅନେକ ଶୁଭେଚ୍ଛା । ଖେଳ ପଡ଼ିଆରେ `ଅପରେସନ୍ ସିନ୍ଦୂର' ।
ଏସିଆ କପରେ ଭାରତର ଦମଦାର ବିଜୟ । ଅପରେସନ ସିନ୍ଦୂର ପରେ ଟିମ୍ ଇଣ୍ଡିଆ ବି ନେଲା ବଦଲା । ଏସିଆ କପ୍ ୨୦୨୫ର ଫାଇନାଲର ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ବାଜି ମାରିଲା ଭାରତ । ତିଲକ ବର୍ମାଙ୍କ ସ୍ମରଣୀୟ ଅର୍ଦ୍ଧଶତକୀୟ ଇନିଂସ ଓ ଶିବମ ଦୁବେଙ୍କ ଆକ୍ରମଣାତ୍ମକ ସାହସିକ ବ୍ୟାଟିଂ ବଳରେ ଭାରତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟ୍ରେ ହରାଇ ଏସିଆ କପ୍ ୨୦୨୫ର ବିଜୟ ମୁକୁଟ ପିନ୍ଧିଛି । ଚାମ୍ପିଅନ ହେବା ସହ ଭାରତୀୟବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ସୂର୍ଯ୍ୟବାହିନୀ ।
𝗖. 𝗛. 𝗔. 𝗠. 𝗣. 𝗜. 𝗢. 𝗡. 𝗦 🏆
— BCCI (@BCCI) September 28, 2025
A dominant performance capped by an unbeaten campaign 💪
Congratulations to #TeamIndia on winning #AsiaCup2025 🇮🇳 🥳
Scorecard ▶️ https://t.co/0VXKuKPkE2#Final pic.twitter.com/n9fYeHfByB
ସେପଟେ ଏସିଆ କପରେ ପାକିସ୍ତାନକୁ ଭାରତ ହରାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା ମୋଦିଙ୍କ ଲେଖା । ସେ ସୋସିଆଲ ମିଡିଆରେ କରିଥିବା ପୋଷ୍ଟର ପ୍ରଥମ ଧାଡିରେ ଲେଖିଛନ୍ତି, 'ପଡିଆରେ ସିନ୍ଦୁର ଅପରେସନ, ଫଳାଫଳ ସମାନ । ଭାରତ ଜିତିଲା... ଆମ କ୍ରିକେଟରମାନଙ୍କୁ ଅଭିନନ୍ଦନ।'
📱 Get Argus News App
✨#OperationSindoor on the games field.
— Narendra Modi (@narendramodi) September 28, 2025
Outcome is the same - India wins!
Congrats to our cricketers.
ସୂଚନା ଅନୁସାରେ, ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟା ପରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀ ଶିବିରକୁ ନଷ୍ଟ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଜବାବରେ, ପାକିସ୍ତାନ ଭାରତୀୟ ସାମରିକ ଶିବିର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାର କଡ଼ା ଜବାବ ଦେଇ ଭାରତୀୟ ସେନା ଅନେକ ପାକିସ୍ତାନୀ ଏୟାରବେସ୍ ନଷ୍ଟ କରିଦେଇଥିଲା ।
ଭାରତ ସମସ୍ତ ତିନୋଟି ମ୍ୟାଚ୍ ଜିତିଥିଲା
ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଏସିଆ କପରେ କ୍ରିକେଟ ମ୍ୟାଚରେ ଦୁଇ ଦେଶ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଚଳିତ ଏସିଆ କପରେ ଭାରତ ପାକିସ୍ତାନ ସହ ତିନି ତିନି ଥର ମୁହାଁମୁହିଁ ହୋଇଥିଲେ । ଆଉ ଭାରତ ଫାଇନାଲ ସମେତ ସମସ୍ତ ତିନୋଟି ମ୍ୟାଚରେ ପାକିସ୍ତାନକୁ ଶୋଚନୀୟ ପରାସ୍ତ କରିଥିଲା । ଏହି ବିଜୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ପରାସ୍ତ କଲା
୨୦୨୫ ଏସିଆ କପ୍ ଫାଇନାଲ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଟିମ୍ ଇଣ୍ଡିଆ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯.୧ ଓଭରରେ ୧୪୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଜବାବରେ ଭାରତୀୟ ଦଳ ଶେଷ ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚ୍ରେ ଭାରତର ବିଜୟର ନାୟକ ଥିଲେ ତିଲକ ବର୍ମା । ସେ ଏକ ଚମତ୍କାର ଇନିଂସ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ ।
Related Topics
Explore more stories