Police at Ashwin House / ଭିଡିଓ ଶୁଟ୍ କରୁଥିଲେ ଅଶ୍ୱିନ, ହଠାତ୍ ଘରେ ପହଞ୍ଚିଲା ପୋଲିସ ! କାହିଁକି ଜାଣନ୍ତୁ...
·2 weeks ago·2 min read

Key Points
ୟୁଟ୍ୟୁବ୍ ଭିଡିଓ ଶୁଟ୍ ବେଳେ ଘରେ ପୋଲିସ
ଅଶ୍ୱିନଙ୍କ ଘରେ କାହିଁକି ପହଞ୍ଚିଲା ପୋଲିସ?
ଅଶ୍ୱିନ କଲେ ବଡ଼ ଖୁଲାସା
ଅଶ୍ୱିନଙ୍କ ଘରେ କାହିଁକି ପହଞ୍ଚିଲା ପୋଲିସ?
ଅଶ୍ୱିନ କଲେ ବଡ଼ ଖୁଲାସା
ନିଜ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଭିଡିଓ ରେକର୍ଡିଂ କରୁଥିଲେ ଟିମ୍ ଇଣ୍ଡିଆର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଆଉ ଏତିକି ବେଳେ ହଠାତ୍ ଅଶ୍ବିନଙ୍କ ଘରେ ପହଞ୍ଚିଲା ପୋଲିସ୍ । କିନ୍ତୁ ପୋଲିସ ତାଙ୍କୁ ଧରିବାକୁ ନୁହେଁ, ବରଂ ଏକ ଦରକାରୀ କାମ ପାଇଁ ଆସିଥିଲା । ଆଉ ଏହାର ଖୁଲାସା ଅଶ୍ୱିନ ନିଜେ କରିଛନ୍ତି । ତେବେ ଅଶ୍ୱିନଙ୍କ ଘରେ କାହିଁକି ପହଞ୍ଚିଥିଲା ପୋଲିସ? ଜାଣନ୍ତୁ ପୂରା ଘଟଣା...
ଭାରତର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କ ଘରେ ହଠାତ୍ ପୋଲିସ ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାରେ । ଘଟଣାଟି ସେତେବେଳେ ଘଟିଥିଲା, ଯେତେବେଳେ ଅଶ୍ୱିନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ସାମ୍ବାଦିକ ବିମଲ କୁମାରଙ୍କ ସହ ଏକ ଭିଡିଓ ରେକର୍ଡ କରୁଥିଲେ ।
ଭିଡିଓଟି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗଲ୍ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସହ ଜଡ଼ିତ ଥିଲା । ରେକର୍ଡିଂ ଚାଲିଥିବା ବେଳେ ଅଶ୍ୱିନଙ୍କ ଗାର୍ଡଙ୍କ ପକ୍ଷରୁ ତାଙ୍କ ପାଖକୁ ଲଗାତାର ଫୋନ୍ ଆସିବାକୁ ଲାଗିଲା । ପ୍ରଥମେ ଅଶ୍ୱିନ ଫୋନ୍ ଉଠାଇନଥିଲେ । କିନ୍ତୁ ବାରମ୍ବାର କଲ୍ ଆସିବା ସହ ତାଙ୍କ ପତ୍ନୀ ମଧ୍ୟ ଫୋନ୍ କରିବାରୁ ସେ ଶେଷରେ ଫୋନ୍ ଉଠାଇଥିଲେ ।
ଫୋନ୍ ଉଠାଇବା ପରେ ଅଶ୍ୱିନ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଘର ବାହାରେ ପୋଲିସ୍ ଠିଆ ହୋଇଛି । ଏହାପରେ ସେ କିଛି ସମୟ ପାଇଁ ଭିଡିଓ ରେକର୍ଡିଂ ବନ୍ଦ କରିଦେଇଥିଲେ । ପରେ ରେକର୍ଡିଂ ପୁଣି ଆରମ୍ଭ ହେବା ପରେ ବିମଲ କୁମାର ମଜାରେ ଅଶ୍ୱିନଙ୍କୁ ପଚାରିଥିଲେ—“ଆପଣ ଏମିତି କ’ଣ କରିଦେଲେ ଯେ ପୋଲିସ ଆପଣଙ୍କୁ ଘରୁ ଧରିବାକୁ ଆସିଗଲା ?”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର ଜବାବରେ ଅଶ୍ୱିନ ନିଜେ ପୂରା ଘଟଣାର ଖୁଲାସା କରିଥିଲେ । ସେ କହିଥିଲେ ଯେ, ତାଙ୍କ ଘରର ସିକ୍ୟୁରିଟି ପକ୍ଷରୁ ତାଙ୍କୁ ଅନେକ ଥର ଫୋନ୍ ଆସିଥିଲା । ସାଧାରଣତଃ ଏତେ ଥର ଫୋନ୍ ଆସୁନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ତାଙ୍କ ପତ୍ନୀ ଫୋନ୍ କରି କହିଥିଲେ ଯେ, “ପୋଲିସ ଘର ବାହାରେ ଠିଆ ହୋଇଛି ।”
ତେବେ ଏହା କୌଣସି ଅପରାଧ କିମ୍ବା ଗିରଫ ମାମଲା ନଥିଲା । ଅଶ୍ୱିନ ନିଜେ କହିଥିଲେ ଯେ, ସେ ଭିସା ପାଇଁ ନିଜ ପାସପୋର୍ଟ ଦେଇଥିଲେ ଏବଂ ସେହି ପାସପୋର୍ଟ ସମ୍ପର୍କିତ ପ୍ରକ୍ରିୟା ପାଇଁ ପୋଲିସ ତାଙ୍କ ଘରକୁ ଆସିଥିଲା ।
ଏହାପରେ ବିମଲ କୁମାର କହିଥିଲେ ଯେ, ଅଶ୍ୱିନଙ୍କ ନାମ ଦେଖିଲେ ହିଁ ସବୁ କାମ ହୋଇଯାଉଥିବ, ପୋଲିସ ଭେରିଫିକେସନ୍ ଭଳି କାମ ତ ସାଧାରଣ ଲୋକଙ୍କ ପାଇଁ । ଏହାର ଉତ୍ତରରେ ଅଶ୍ୱିନ କହିଥିଲେ ଯେ ସେ ସବୁବେଳେ ଏକ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଅଶ୍ୱିନ କହିଥିଲେ, “ମୁଁ ସାଧାରଣ ଜୀବନ ବଞ୍ଚିବାକୁ ଚାହେଁ, ତେଣୁ ସାଧାରଣ ଭାବେ ରହେ ।”
ଅଶ୍ୱିନ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ଅବସର ପରେ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ କ୍ରିକେଟ୍ ସହ ଜଡ଼ିତ ବିଭିନ୍ନ ଘଟଣା ଏବଂ ବିଷୟ ଉପରେ ନିଜ ମତ ରଖୁଛନ୍ତି ।
୩୯ ବର୍ଷୀୟ ଅଶ୍ୱିନ ଭାରତ ପାଇଁ ୧୦୬ଟି ଟେଷ୍ଟ, ୧୧୬ଟି ଦିନିକିଆ ଏବଂ ୬୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ତିନୋଟି ଫର୍ମାଟ୍ରେ ସେ ଯଥାକ୍ରମେ ୫୩୭, ୧୫୬ ଏବଂ ୭୨ଟି ୱିକେଟ୍ ନେଇଛନ୍ତି। ଭାରତୀୟ କ୍ରିକେଟ୍ରେ ତାଙ୍କର ଅବଦାନ ତାଙ୍କୁ ଦେଶର ଅନ୍ୟତମ ସଫଳ ସ୍ପିନର ଭାବେ ପରିଚିତ କରାଇଛି ।

Related Topics
Explore more stories