Videos
|
Sports

Japan Cricket Facilities / ଏସିଆନ୍ ଗେମ୍ସରେ ଖେଳିବନି ଭାରତର ମୁଖ୍ୟ ଟିମ୍ ? ‘B ଟିମ୍’ ପଠାଇବ BCCI ! ଜାଣନ୍ତୁ ପୂରା ମାମଲା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଏସିଆନ୍ ଗେମ୍ସରେ ଖେଳିବନି ଭାରତର ମୁଖ୍ୟ ଟିମ୍ ? ‘B ଟିମ୍’ ପଠାଇବ BCCI ! ଜାଣନ୍ତୁ ପୂରା ମାମଲା
Japan Cricket Facilities

Key Points

ଜାପାନର ବ୍ୟବସ୍ଥା ଦେଖି ଚିନ୍ତାରେ BCCI!
ଏସିଆନ୍ ଗେମ୍ସରେ ଖେଳିବ କି ଭାରତର ‘B’ ଟିମ୍ ?
ଜାପାନର ବ୍ୟବସ୍ଥାକୁ ନେଇ କାହିଁକି ଅସନ୍ତୁଷ୍ଟ BCCI?
ଆଉ କିଛି ଦିନ ଆରମ୍ଭ ହେବାକୁ ଯାଉଛି ଏସିଆନ୍‌ ଗେମ୍ସ ୨୦୨୬ । କିନ୍ତୁ ଏହା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ନେଇ ଆସିଛି ବଡ଼ ଖବର । ଏଥିପାଇଁ ଅଂଶଗ୍ରହଣକାରୀ ଦେଶଗୁଡ଼ିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ ଟିମ୍‌କୁ ନେଇ ଆସିଛି ଏକ ରୋଚକ ଖବର । ଏସିଆନ୍ ଗେମ୍ସରେ BCCI କେଉଁ ଧରଣର ଟିମ୍ ପଠାଇବ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଖବର ଅନୁସାରେ, ଜାପାନରେ କ୍ରିକେଟରଙ୍କ ପାଇଁ ହୋଇଥିବା ବ୍ୟବସ୍ଥାକୁ ନେଇ BCCI ଓ ଏସିଆନ୍ କ୍ରିକେଟ୍ କାଉନସିଲ୍ ସନ୍ତୁଷ୍ଟ ନୁହନ୍ତି । ଏପରିକି ଖରାପ ବ୍ୟବସ୍ଥା ଯୋଗୁଁ ଭାରତ B ଟିମ୍ ପଠାଇବା ଉପରେ ବିଚାର କରୁଥିବା ନେଇ ରିପୋର୍ଟ ଆସିଥିଲା । ତେବେ BCCI ପକ୍ଷରୁ ଏହି ଖବରକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି ।

ଟେଣ୍ଟରେ ଡ୍ରେସିଂ ରୁମ୍, ୫୦୦ ମିଟର ଦୂରରେ ଶୌଚାଳୟ

ANI ରିପୋର୍ଟ ଅନୁସାରେ, ଜାପାନରେ କ୍ରିକେଟରଙ୍କ ପାଇଁ ଡ୍ରେସିଂ ରୁମ୍ ଟେଣ୍ଟରେ ତିଆରି କରାଯାଇଥିବା ବେଳେ ଶୌଚାଳୟ ପ୍ରାୟ ୫୦୦ ମିଟର ଦୂରରେ ରହିଛି । ଏହାକୁ ନେଇ ଭାରତୀୟ ବୋର୍ଡ ଚିନ୍ତା ପ୍ରକାଶ କରିଛି ।

ଏହାଛଡ଼ା ଖେଳାଳିମାନଙ୍କ ପାଇଁ ଯେଉଁ ହୋଟେଲ୍ ବ୍ୟବସ୍ଥା କରାଯାଇଛି, ସେଠାକାର ରୁମ୍‌ଗୁଡ଼ିକ ମଧ୍ୟ ଅତ୍ୟନ୍ତ ଛୋଟ ବୋଲି ଜଣାପଡ଼ିଛି । ଏହି ସମସ୍ତ ବ୍ୟବସ୍ଥାକୁ ନେଇ BCCI ପକ୍ଷରୁ ଜାପାନ ଅଲିମ୍ପିକ୍ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା କୁହାଯାଇଛି । ଏହା ସହ ବ୍ୟବସ୍ଥାର ତଦାରଖ ପାଇଁ BCCI ପକ୍ଷରୁ ଜଣେ ଅବଜର୍ଭରଙ୍କୁ ଜାପାନ ପଠାଯାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
'B' ଟିମ୍ ପଠାଇବା ଖବରକୁ ନେଇ BCCIର ସ୍ପଷ୍ଟୀକରଣ

ଖରାପ ବ୍ୟବସ୍ଥା କାରଣରୁ ଭାରତ B ଟିମ୍ ପଠାଇବାକୁ ବିଚାର କରୁଥିବା ନେଇ ଖବର ଆସିବା ପରେ BCCI ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି । BCCIର ଜଣେ ସୂତ୍ର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଜାପାନର ବ୍ୟବସ୍ଥାକୁ ନେଇ ଚିନ୍ତା ନିଶ୍ଚିତ ଭାବେ ରହିଛି । କିନ୍ତୁ ଏଥିପାଇଁ B ଟିମ୍ ପଠାଇବାର ଯୋଜନା ଥିବା ଖବର ସମ୍ପୂର୍ଣ୍ଣ ଭୁଲ୍ । ତେବେ ଏନେଇ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ ।

ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ କ୍ରିକେଟ୍

୨୦୨୬ ଏସିଆନ୍ ଗେମ୍ସ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏଥିରେ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ। ଏସିଆନ୍ ଗେମ୍ସ ପାଇଁ ଭାରତୀୟ କ୍ରିକେଟ୍ ଦଳର ଘୋଷଣା ପୂର୍ବରୁ ହୋଇସାରିଛି ।

ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ: ଶ୍ରେୟସ ଆୟର(ଅଧିନାୟକ), ତିଲକ ବର୍ମା (ଉପଅଧିନାୟକ), ସଞ୍ଜୁ ସାମସନ୍, ଅଭିଷେକ ଶର୍ମା, ଈଶାନ କିଶନ, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବୈଭବ ସୂର୍ଯ୍ୟବଂଶୀ ଏବଂ ଜସପ୍ରୀତ ବୁମରାହ

ତେବେ ଜାପାନରେ ବ୍ୟବସ୍ଥାକୁ ନେଇ ଉଠିଥିବା ପ୍ରଶ୍ନ ମଧ୍ୟରେ ଟିମ୍ ଇଣ୍ଡିଆର ଗସ୍ତକୁ ନେଇ ଆଗକୁ କ’ଣ ନିଷ୍ପତ୍ତି ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।