Prabhanjan Mallik Coach / ଓଡ଼ିଶା କ୍ରିକେଟକୁ 'ପ୍ରଭଞ୍ଜନ' ଭରସା, ନୂଆ କୋଚ୍ ବଦଳାଇପାରିବେ କି ଦଳର ଭାଗ୍ୟ ?
·3 months ago·2 min read

Key Points
IPLର କ୍ରେଜରେ ବୁଡ଼ିଛନ୍ତି କ୍ରିକେଟପ୍ରେମୀ
କିନ୍ତୁ କେଉଁ ଦଳରେ ନାହାନ୍ତି ଜଣେ ବି ଓଡ଼ିଶାର ଖେଳାଳି
ଏବେ ଓଡ଼ିଶା କ୍ରିକେଟକୁ ନୂଆ କୋଚ୍ ପ୍ରଭଞ୍ଜନ ଭରସା

ପୁଣି ବଦଳିଲେ ଓଡ଼ିଶା ସିନିୟର ଦଳର କୋଚ୍ । ପ୍ରଭଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ସିନିୟର ଦଳର କୋଚ୍ ଭାବେ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ ଅସୋସିଏସନ । କୋଚ୍ ଭାବେ ସୁରେନ୍ଦ୍ର ଭାବେ ଦାୟିତ୍ୱ ନେବା ପରେ ଓଡ଼ିଶା ସିନିୟର ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାବେଙ୍କୁ ହଟାଇ ପ୍ରଭଞ୍ଜନଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ରାଜ୍ୟ ବାହାରର କୋଚଙ୍କୁ ବାରମ୍ବାର କୋଟି କୋଟି ଟଙ୍କା ବ୍ୟୟ କରି ନିଯୁକ୍ତି ଦେଇ କୌଣସି ସଫଳତା ଦେଇନଥିବାରୁ ଉଠିଛି ବଡ଼ ପ୍ରଶ୍ନ ।
ଚାଲିଛି ଫଟାଫଟ୍ କ୍ରିକେଟର ମହାକୁମ୍ଭ ଆଇପିଏଲ ୨୦୨୬ । କିନ୍ତୁ ଓଡ଼ିଶାରୁ ଜଣେ ହେଲେ ବି ଏହି ମେଗା ଟୁର୍ଣ୍ଣାମେଣ୍ଟରେ ନାହାନ୍ତି । ସେହିପରି ଗତ ୨୩ ବର୍ଷ ହେଲା ଓଡ଼ିଶାରୁ କେହି ଜଣେ ବି ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇ ନାହାନ୍ତି । ଏମିତିକି ଗତ ରଣଜୀ ସିଜିନରେ ନିଜ ଗ୍ରୁପରେ ୭ ନମ୍ବରରେ ଥିଲା ଓଡ଼ିଶା । ବିଜୟ ହଜାରେ ଓ ମୁସ୍ତାକ ଅଲ୍ଲୀରେ ବି ଶୋଚନୀୟ ପ୍ରଦର୍ଶନ କରୁଛି ଦଳ । ଓଡ଼ିଶାର କ୍ରିକେଟର ଏହି ମହାସଂକଟଙ୍କ ମଧ୍ୟରେ ସଞ୍ଜୀବନୀ ସାଜିବେ କି ପ୍ରଭଞ୍ଜନ ?
ଅଧିକ ପଢ଼ନ୍ତୁ: ଅଷ୍ଟମ ସ୍ଥାନରୁ ମଧ୍ୟ ପ୍ଲେଅଫ୍କୁ ଯାଇପାରେ KKR, ଜାଣନ୍ତୁ ପୂରା ଗଣିତ...
ପ୍ରଭଞ୍ଜନ ମଲ୍ଲିକ । ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି । ସେ ହେଉଛନ୍ତି ଓଡ଼ିଶା ରଣଜୀ ଦଳର ପୂର୍ବତନ କ୍ୟାପଟେନ୍ । ଡୋମେଷ୍ଟିକ୍ କ୍ରିକେଟରେ ବଡ଼ ନାଁ । ପ୍ରଭଞ୍ଜନ ୮୮ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳି ୪୭.୩୦ ହାରରେ ୫ ହଜାର ୮୧୮ ରନ୍ କରିଛନ୍ତି । ଯେଉଁଥିରେ ରହିଛି ୧୮ ଶତକ । ପୂର୍ବରୁ ଅଣ୍ଡର -୧୯ କୋଚିଂ ଦାୟିତ୍ବ ସମ୍ଭାଳି ସାରିଛନ୍ତି ପ୍ରଭଞ୍ଜନ । ସେ ବର୍ଷ ବର୍ଷ ଧରି ଓଡ଼ିଶା କ୍ରିକେଟ ସହ ଜଡ଼ିତ ରହିଥିବାବେଳେ ଜୁନିୟର ଏବଂ ବରିଷ୍ଠ ଦଳର ଖେଳାଳିଙ୍କୁ ବେଶ୍ ପାଖରୁ ଜାଣିଛନ୍ତି । ପ୍ରଭଞ୍ଜନ ବି ଓଡ଼ିଶା କ୍ରିକେଟ ପାଇଁ ପ୍ରସ୍ତୁତ କରୁଛନ୍ତି ନୂଆ ରଣନୀତି।
ତେବେ ପ୍ରଭଞ୍ଜନଙ୍କ ଆଗରେ ଚ୍ୟାଲେଞ୍ଜ ବି ଅନେକ
୧-ଟିମରେ ଜୁନିୟର-ସିନିୟର ଖେଳାଳିଙ୍କ ମଧ୍ୟରେ ସମନ୍ବୟ
୨-ମାନସିକ ଭାବେ ଦୁର୍ବଳ ଥିବା ଖେଳାଳିଙ୍କ ମନୋବଳ ବଢାଇବା
୩-ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା
୪-ତୂଣମୂଳରୁ ପ୍ରତିଭା ଚିହ୍ନଟ
୫-ଡୋମେଷ୍ଟିକ କ୍ରିକେଟରେ ପ୍ରଦର୍ଶନରେ ଉନ୍ନତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଭଞ୍ଜନଙ୍କ ଠାରୁ ଢେର ଆଶା ରଖିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନର । ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଓସିଏ ବାହାର ରାଜ୍ୟ ସହ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କୁ କୋଚ୍ ଭାବେ ଦାୟିତ୍ୱ ଦେଇଥିଲା । ମାଇକେଲ ବେଭାନ, ସବା କରିମ, ଭେଙ୍କଟ ପତି ରାଜୁ, ଓ୍ବାସିମ ଜାଫର, ଦିନେଶ ମୋଙ୍ଗିଆ, ଆଉ ସୁରେନ୍ଦ୍ର ଭାବେ । ହେଲେ ଓଡ଼ିଶା କ୍ରିକେଟର ଭାଗ୍ୟ ବଦଳିଲା ନାହିଁ । ଏବେ ଓଡ଼ିଶା କ୍ରିକେଟକୁ କେବଳ ପ୍ରଭଞ୍ଜନ ଭରସା । ଆଗାମୀ ଦିନରେ ପ୍ରଭଞ୍ଜନଙ୍କ ଗୁରୁମନ୍ତ୍ର ଓଡ଼ିଶା କ୍ରିକେଟ ଦଳରେ କି ପରବର୍ତ୍ତନ ଆଣୁଛି, ତା ଉପରେ ରହିବ ସମସ୍ତଙ୍କ ନଜର ।
Related Topics
Explore more stories