Videos
|
Sports

Team India Chief Selector / ଅଗରକରଙ୍କ ପରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କ ନାଁ ଚର୍ଚ୍ଚାରେ ! ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଅଗରକରଙ୍କ ପରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କ ନାଁ ଚର୍ଚ୍ଚାରେ ! ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ?
Pragyan Ojha

Key Points

ଅଗରକରଙ୍କ ପରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ?
ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଚର୍ଚ୍ଚା
ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ପ୍ରଜ୍ଞାନ ଓଝାଙ୍କ ନାଁ !
ବୁଧବାର ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ଚୟନ କରିପାରନ୍ତି ଅଜିତ ଅଗରକର । ବିସିସିଆଇ ଆଉ ଅଗରକରଙ୍କ କାର୍ଯ୍ୟକାଳ ବଢ଼ାଇ ନପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଯଦି ଏହା ହୁଏ ତେବେ, ଅଗରକରଙ୍କ ପରେ କିଏ ଧରିବେ ଟିମ୍ ଇଣ୍ଡିଆର ଚୟନ କମିଟିର ଦାୟିତ୍ୱ ? ଏହି ପ୍ରଶ୍ନକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ସାମ୍ନାକୁ ଆସିଛି ଜଣେ ଓଡ଼ିଆଙ୍କ ନାଁ । ଭାରତ ପାଇଁ ଖେଳିଥିବା, ଟେଷ୍ଟରେ ୧୦୦ରୁ ଅଧିକ ୱିକେଟ୍ ନେଇଥିବା ପ୍ରଜ୍ଞାନ ଓଝା କି ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ? ଅଗରକରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଭିତରେ ଓଝାଙ୍କ ନାଁ ଆସିବା ପରେ ଏହି ପ୍ରଶ୍ନ ଏବେ କ୍ରିକେଟ୍ ପ୍ରଶଂସକଙ୍କ ମନରେ ଉତ୍ସୁକତା ବଢ଼ାଇଛି ।

ଭାରତୀୟ କ୍ରିକେଟ୍‌ର ଚୟନ ବ୍ୟବସ୍ଥାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝାଙ୍କ ନାଁକୁ ଆଗୁକ ଆସୁଛି । ଅଗରକରଙ୍କ ପରେ ସିନିୟର ପୁରୁଷ ଦଳର ମୁଖ୍ୟ ଚୟନ କର୍ତ୍ତା ହୋଇପାରନ୍ତି ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ।
ଅଜିତ ଅଗରକର ୨୦୨୩ ମସିହାରୁ ଭାରତୀୟ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଅଛନ୍ତି । ୨୦୨୬ ଏପ୍ରିଲ୍‌ରେ ତାଙ୍କ କାର୍ଯ୍ୟକାଳକୁ ୨୦୨୭ ଜୁନ୍ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ୨୦୨୭ ODI ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି BCCI ଅଭିଜ୍ଞତା ଓ continuity ଉପରେ ଗୁରୁତ୍ୱ ଦେଉଥିବା କୁହାଯାଇଥିଲା ।

କିନ୍ତୁ ୨୦୨୬ ସେପ୍ଟେମ୍ବରରେ ଅଗରକରଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ହୋଇଛି । ନିକଟରେ ଶେଷ ହୋଇଥିବା BCCIର ଏକ ସମୀକ୍ଷା ବୈଠକରେ ସେ ଅନୁପସ୍ଥିତ ଥିଲେ । ତାଙ୍କ ପଦବୀକୁ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ବୋଲି BCCI ସଚିବ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ।

ତେବେ ଅଜିତ ଅଗରକରଙ୍କ ସ୍ଥାନରେ କେବଳ ପ୍ରଜ୍ଞାନ ଓଝାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉନି । ମୁଖ୍ୟ ଚୟନ କର୍ତ୍ତା ରେସ୍‌ରେ ଭିଭିଏସ୍‌ ଲକ୍ଷ୍ମଣ, ଆରପି ସିଂହ ଓ ପାର୍ଥିବ ପଟେଲଙ୍କ ନାଁ ମଧ୍ୟ ରହିଛି । ଯଦି ବିସିସିଆଇ ଅଗରକରଙ୍କ କାର୍ଯ୍ୟକାଳକୁ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି ନ କରେ, ତେବେ ତାଙ୍କ ସ୍ଥାନରେ କିଏ ମୁଖ୍ୟ ଚୟନକର୍ତ୍ତା ହେଉଛନ୍ତି, ତା'ଉପରେ ସମସ୍ତଙ୍କ ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପ୍ରଜ୍ଞାନ ଓଝା କିଏ ?

ଓଡ଼ିଶାରେ ଜନ୍ମିତ ପ୍ରଜ୍ଞାନ ପ୍ରୟାସ ଓଝା ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ODI ଓ ୬ଟି T20I ମ୍ୟାଚ୍‌ ଖେଳିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ନାଁରେ ୧୧୩ଟି ୱିକେଟ୍ ମଧ୍ୟ ରହିଛି । ଏହି ଅନୁଭବ ପରେ ସେ କ୍ରିକେଟ୍‌ର ପ୍ରଶାସନିକ ଓ ଚୟନ ପ୍ରକ୍ରିୟାରେ ପ୍ରବେଶ କରିଛନ୍ତି ।

୨୦୨୫ ସେପ୍ଟେମ୍ବର ୨୮ରେ BCCIର ୯୪ତମ Annual General Meeting ପରେ ପ୍ରଜ୍ଞାନ ଓଝାଙ୍କୁ ଭାରତୀୟ ପୁରୁଷ ସିନିୟର ଚୟନ କମିଟିରେ ସାମିଲ କରାଯାଇଥିଲା । ସେ RP ସିଂହଙ୍କ ସହ ନୂଆ ସଦସ୍ୟ ଭାବେ କମିଟିରେ ଯୋଗ ଦେଇଥିଲେ । ତେବେ ଓଡ଼ିଶାରୁ କେବଳ ପ୍ରଜ୍ଞାନ ନୁହଁନ୍ତି ଶିବ ସୁନ୍ଦର ଦାସ ମଧ୍ୟ ଏବେ ଭାରତୀୟ ଚୟନ କମିଟିର ସଦସ୍ୟ ଅଛନ୍ତି ।

ମୁଖ୍ୟ ଚୟନକର୍ତ୍ତା ହେବାର ରାସ୍ତା କେମିତି ?

ଭାରତୀୟ ସିନିୟର ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ପଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦଳର ଭବିଷ୍ୟତ ଗଠନ, ଖେଳାଳି ଚୟନ, ଫର୍ମ, ଫିଟନେସ୍, ଟିମ୍ କମ୍ବିନେସନ୍ ଓ ଦୀର୍ଘମିଆଦି ଯୋଜନାରେ ଚୟନକର୍ତ୍ତାମାନଙ୍କର ଭୂମିକା ରହେ । ପ୍ରଜ୍ଞାନ ଓଝା ଏବେ କମିଟିର ଅଂଶ ହୋଇଥିବାରୁ, ଭବିଷ୍ୟତରେ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି ।

ଆଗାମୀ ନଜର ୨୦୨୭ ODI ବିଶ୍ୱକପ୍‌ ଉପରେ

ଭାରତୀୟ କ୍ରିକେଟ୍‌ର ଆଗାମୀ ବଡ଼ ଲକ୍ଷ୍ୟ ୨୦୨୭ ODI ବିଶ୍ୱକପ୍ । ଏହି କାରଣରୁ ଚୟନ କମିଟିର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ । ରିପୋର୍ଟ ଅନୁସାରେ ଚୟନକର୍ତ୍ତାମାନେ ବିଶ୍ୱକପ୍ ପାଇଁ ସମ୍ଭାବ୍ୟ ଖେଳାଳିମାନଙ୍କ ଉପରେ ନଜର ରଖୁଛନ୍ତି । ଏହି ପରିସ୍ଥିତିରେ ପ୍ରଜ୍ଞାନ ଓଝାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ।