Videos
|
Sports

Pragyan Ojha Chief Selector / ଓଡ଼ିଆ ପୁଅଙ୍କ ହାତରେ ଟିମ୍ ଇଣ୍ଡିଆର ଚୟନ ଦାୟିତ୍ୱ, ପ୍ରଜ୍ଞାନ ଓଝାଙ୍କୁ ମିଳିଲା ବଡ଼ ଦାୟିତ୍ୱ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଓଡ଼ିଆ ପୁଅଙ୍କ ହାତରେ ଟିମ୍ ଇଣ୍ଡିଆର ଚୟନ ଦାୟିତ୍ୱ, ପ୍ରଜ୍ଞାନ ଓଝାଙ୍କୁ ମିଳିଲା ବଡ଼ ଦାୟିତ୍ୱ
Pragyan Ojha

Key Points

BCCIର ବଡ଼ ନିଷ୍ପତ୍ତି
ଟିମ୍ ଇଣ୍ଡିଆର ଚୟନ କରିବେ ଓଡ଼ିଆ ପୁଅ
ଚିଫ୍ ସିଲେକ୍ଟର ରେସ୍‌ରେ ପ୍ରଜ୍ଞାନ ଓଝା !
ପୁଣି ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ବ । ଓଡ଼ିଆ ପୁଅ ବାଛିବେ ଭାରତୀୟ ଦଳ । ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନ କର୍ତ୍ତାଅଜିତ ଅଗରକରଙ୍କ କାର୍ଯ୍ୟକାଳ ଆଉ କିଛି ଦିନ ପରେ ଶେଷ ହେବ । ଆଉ ଏହାରି ମଧ୍ୟରେ ବିସିସିଆଇ ଏକ ବଡ଼ ପଦକ୍ଷେପ ନେଇଛି । ଭାରତୀୟ ଟିମ୍‌ର ନୂଆ ଚିଫ୍ ସିଲେକ୍ଟରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ ଭାରତୀୟ ସ୍ପିନର ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ନୂଆ ଚିଫ୍ ସିଲେକ୍ଟର ନିଯୁକ୍ତ ହେବା ପର୍ଯ୍ୟନ୍ତ ୪ ଜଣିଆ ଚୟନ କମିଟିର ମୁଖ୍ୟ ଭାବେ ପ୍ରଜ୍ଞାନଙ୍କୁ ଦାୟିତ୍ୱ ମିଳିଛି । ତେବେ ଏହା କେବଳ ଅନ୍ତରୀଣ ଦାୟିତ୍ୱ ନା ଆଗକୁ ପ୍ରଜ୍ଞାନ ଓଝାଙ୍କୁ ମିଳିପାରେ ସ୍ଥାୟୀ ଚିଫ୍ ସିଲେକ୍ଟର ପଦ ?

ଭାରତୀୟ କ୍ରିକେଟ୍‌ର ଚୟନକର୍ତ୍ତା ଦଳରେ ଆସିପାରେ ବଡ଼ ପରିବର୍ତ୍ତନ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ତାରିଖରେ ଶେଷ ହେବାକୁ ଥିବା ବେଳେ ନୂଆ ଚିଫ୍ ସିଲେକ୍ଟର ନିଯୁକ୍ତି ପାଇଁ BCCI ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ମିଳିଛି ବଡ଼ ଦାୟିତ୍ୱ ।

ରିପୋର୍ଟ ଅନୁଯାୟୀ, ନୂଆ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହେବା ପର୍ଯ୍ୟନ୍ତ ପ୍ରଜ୍ଞାନ ଓଝା ୪ ଜଣିଆ ଚୟନ କମିଟିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କୁ ଅନ୍ତରୀଣ ଚିଫ୍ ସିଲେକ୍ଟର ଭାବେ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି । ଆଗାମୀ ଦିନରେ ତାଙ୍କୁ ସ୍ଥାୟୀ ଭାବେ ମୁଖ୍ୟ ଚୟନକର୍ତ୍ତା ମଧ୍ୟ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

କାହିଁକି ପ୍ରଜ୍ଞାନ ଓଝାଙ୍କୁ ଦାୟିତ୍ୱ ?

ଭାରତୀୟ ସିନିୟର ଚୟନ କମିଟିରେ ପ୍ରଜ୍ଞାନ ଓଝା ସବୁଠାରୁ ଅଭିଜ୍ଞ ଟେଷ୍ଟ କ୍ରିକେଟର୍‌ ଭାବେ ରହିଛନ୍ତି । ସେ ଭାରତ ପାଇଁ ୨୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଅନ୍ୟପଟେ ଚୟନ କମିଟିରେ ଥିବା ଆଉ ଜଣେ ଓଡ଼ିଆ ପୁଅ ଶିବସୁନ୍ଦର ଦାସ ୨୩ଟି, ଆରପି ସିଂହ ୧୪ଟି ଏବଂ ଅଜୟ ରାତ୍ରା ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଅଭିଜ୍ଞତା ଦୃଷ୍ଟିରୁ ପ୍ରଜ୍ଞାନ ଓଝାଙ୍କୁ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁଆହାଟୀରେ ହେଲା ଚୟନ କମିଟି ବୈଠକ

ଗୁଆହାଟୀରେ ଭାରତର ପରବର୍ତ୍ତୀ ଦିନିକିଆ ମ୍ୟାଚ୍ ପୂର୍ବରୁ ଚୟନ କମିଟିର ବୈଠକ ହୋଇଥିଲା । ଏହି ବୈଠକରେ ଅଜିତ ଅଗରକର ଉପସ୍ଥିତ ନଥିଲେ । ଏହି ସମୟରେ BCCI ନୂଆ ଚୟନ କମିଟି ଅଧ୍ୟକ୍ଷ ଚୟନ ପୂର୍ବରୁ ଅନ୍ତରୀଣ ବ୍ୟବସ୍ଥା କରିଥିବା ରିପୋର୍ଟ ପ୍ରକାଶ ପାଇଛି । ବୈଠକରେ BCCI ସଚିବ ଦେବଜିତ ସାଇକିଆ ଏବଂ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ଥିଲେ । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ସମ୍ପର୍କରେ କିଛି ବିଷୟ ନେଇ ଆଲୋଚନା ହୋଇଥିବା ରିପୋର୍ଟରେ କୁହାଯାଇଛି ।

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ହେବ ବଡ଼ ଚୟନ

ଭାରତୀୟ ଦଳ ୨୨ ଅକ୍ଟୋବରରୁ ୧ ଡିସେମ୍ବର ୨୦୨୬ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି T20I, ୫ଟି ODI ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବା ସୂଚନା ରହିଛି । ତେବେ ଏହି ଗସ୍ତ ପାଇଁ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଦଳ ଚୟନ ହୋଇନାହିଁ । ପରବର୍ତ୍ତୀ ସମୟରେ ଏନେଇ ସ୍ୱତନ୍ତ୍ର ବୈଠକ ହେବ । ଏହା ମଧ୍ୟରେ ଚୟନକର୍ତ୍ତାମାନେ କିଛି ଖେଳାଳିଙ୍କ ନାମ ନେଇ ପ୍ରାଥମିକ ଆଲୋଚନା କରିଥିବା ଜଣାପଡ଼ିଛି । ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଖେଳାଳିଙ୍କୁ ନେଇ ମଧ୍ୟ ଚୟନକର୍ତ୍ତାମାନେ ବିଚାର କରିଥିବା ରିପୋର୍ଟରେ ଦାବି କରାଯାଇଛି ।

ଏବେ ସମସ୍ତଙ୍କ ନଜର ରହିଛି BCCI କାହାକୁ ସ୍ଥାୟୀ ଭାବେ ଭାରତୀୟ ସିନିୟର ଦଳର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରୁଛି ଏବଂ ପ୍ରଜ୍ଞାନ ଓଝାଙ୍କ ଭୂମିକା ଆଗକୁ କିଭଳି ରହୁଛି ।