Prasidh Krishna Injury / ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଦଳରୁ ବାଦ୍ ପଡ଼ିପାରନ୍ତି ଏହି ଷ୍ଟାର ଦ୍ରୁତ ବୋଲର
·1 hour ago·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ବାଦ୍ ପଡ଼ିପାରନ୍ତି ଷ୍ଟାର୍ ବୋଲର୍
ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନ ନେବେ ଆକିବ୍ ନବୀ ?
ବାଦ୍ ପଡ଼ିପାରନ୍ତି ଷ୍ଟାର୍ ବୋଲର୍
ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନ ନେବେ ଆକିବ୍ ନବୀ ?
ନ୍ୟୁଜିଲାଣ୍ଡ ଗସ୍ତ ମଧ୍ୟରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଭାରତୀୟ ଦଳର ଷ୍ଟାର୍ ଦ୍ରୁତ ବୋଲର୍ ପ୍ରସିଦ୍ଧ କ୍ରିଷ୍ଣା ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିପାରନ୍ତି । ହାମଷ୍ଟ୍ରିଙ୍ଗ୍ ଆଘାତରୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କ ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ତେବେ ତାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଦ୍ରୁତ ବୋଲର୍ ଆକିବ୍ ନବୀଙ୍କୁ ସୁଯୋଗ ମିଳିପାରେ ।
ସୂଚନା ଅନୁସାରେ, ନଭେମ୍ବର ୪ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହି ସିରିଜ୍ ପାଇଁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠିଛି । PTI ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ସୂତ୍ର କହିଛନ୍ତି ଯେ ପ୍ରସିଦ୍ଧ ଏପର୍ଯ୍ୟନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ସମୟରେ ପ୍ରସିଦ୍ଧଙ୍କ ବାମ ଗୋଡ଼ର ହାମଷ୍ଟ୍ରିଙ୍ଗ୍ରେ ଆଘାତ ଲାଗିଥିଲା । ଏହା ପରଠାରୁ ସେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (CoE)ରେ ନିଜର ଫିଟନେସ୍ ଫେରାଇ ଆଣିବା ପାଇଁ ଅଭ୍ୟାସ କରୁଛନ୍ତି । ତାଙ୍କର ରିକଭରି ଭଲ ରହିଥିଲେ ମଧ୍ୟ ଦିନିକିଆ ସିରିଜ୍ ପାଇଁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇପାରିନାହାନ୍ତି ।
ବିସିସିଆଇ ସୂତ୍ର ଅନୁସାରେ, ନଭେମ୍ବର ୧ ଓ ୨ ତାରିଖରେ ବେଙ୍ଗାଲୁରୁର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ପ୍ରସିଦ୍ଧଙ୍କ ମ୍ୟାଚ୍ ସିମୁଲେସନ୍ ଓ ଫିଟନେସ୍ ଟେଷ୍ଟ ହେବାର ଯୋଜନା ରହିଛି । ତେବେ ଟିମ୍ ମ୍ୟାନେଜମେଣ୍ଟ ଓ ଜାତୀୟ ଚୟନ କମିଟି ତାଙ୍କୁ ଆଗାମୀ ଟେଷ୍ଟ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ରଖିବାକୁ ଚାହୁଁଛନ୍ତି । ଦିନିକିଆ ତୁଳନାରେ ଟେଷ୍ଟ କ୍ରିକେଟ୍ରେ ତାଙ୍କର ଅଧିକ ଆବଶ୍ୟକତା ରହିପାରେ ବୋଲି ଟିମ୍ ମ୍ୟାନେଜମେଣ୍ଟ ମତ ଦେଇଥିବା ଜଣାପଡ଼ିଛି ।
ଏପଟେ ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନରେ ଆକିବ୍ ନବୀଙ୍କ ନାଁ ଚର୍ଚ୍ଚାକୁ ଆସିଛି। ନିକଟରେ ନ୍ୟୁଜିଲାଣ୍ଡ-ଏ ବିପକ୍ଷ ଅନଅଫିସିଆଲ୍ ଟେଷ୍ଟ ମ୍ୟାଚ୍ରେ ଆକିବ୍ ନିଜର ବୋଲିଂ ଦକ୍ଷତା ଦେଖାଇଥିଲେ। ପ୍ରଥମ ମ୍ୟାଚ୍ର ଉଭୟ ଇନିଂସରେ ୩ଟି ଲେଖାଏଁ ୱିକେଟ୍ ନେଇ ମୋଟ ୬ଟି ୱିକେଟ୍ ହାସଲ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ଭାରତୀୟ ଦଳରେ ସୁଯୋଗ ପାଇବାର ସମ୍ଭାବନାକୁ ବଢ଼ାଇ ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଥାପି, ଏହି ପ୍ରସଙ୍ଗରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ତେଣୁ ପ୍ରସିଦ୍ଧ କ୍ରିଷ୍ଣା ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିବେ କି ନାହିଁ ଏବଂ ତାଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ, ସେନେଇ ବିସିସିଆଇର ଅନ୍ତିମ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।
Related Topics
Explore more stories