Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pratika Rawal Ruled Out / ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍‌

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍‌

Key Points

ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ସେମିଫାଇନାଲ ପୂର୍ବରୁ ଦଳରୁ ବାଦ୍ ପଡ଼ିଲେ ଷ୍ଟାର ଓପନର । ଏବେ କିଏ କରିବ ଓପନିଂ ?
୨୯ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ବକପ୍‌ ୨୦୨୫ର ସେମିଫାଇନାଲ । ଟିମ୍ ଇଣ୍ଡିଆ ୩୦ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ସେମିଫାଇନାଲ ମ୍ୟାଚ୍‌ ଖେଳିବ । କିନ୍ତୁ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଟିମ୍ ଇଣ୍ଡିଆର ଓପନର୍‌ ବ୍ୟାଟ୍ସମ୍ୟାନ୍‌ ପ୍ରତୀକା ରାଓ୍ବାଲ ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ ପଡ଼ିଛନ୍ତି । ୨୬ ଅକ୍ଟୋବରରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ଆଘାତର ଶିକାର ହୋଇଥିଲେ । ତେବେ ଏହା ଏତେ ଗୁରୁତର ଥିଲା ଯେ ଫିଜିଓ ତାଙ୍କୁ ସଙ୍ଗେ ସଙ୍ଗେ ଡ୍ରେସିଂ ରୁମ୍‌କୁ ନେଇଯାଇଥିଲେ । ଏହାପରେ ଯେତେବେଳେ ଭାରତର ବ୍ୟାଟିଂ ପଡ଼ିଲା ସେ ସ୍ମୃତି ମନ୍ଧାନାଙ୍କ ସହ ମଧ୍ୟ ବ୍ୟାଟିଂ କରିବାକୁ ଆସିନଥିଲେ ।

ବର୍ଷା ପ୍ରଭାବିତ ଭାରତ ବନାମ ବାଂଲାଦେଶ ମ୍ୟାଚ୍‌ରେ ବାଉଣ୍ଡ୍ରି ଲାଇନ୍‌ରେ ଫିଲ୍ଡିଂ କରୁଥିବା ସମୟରେ ପ୍ରତୀକା ରାୱଲ ଆହତ ହୋଇଥିଲେ । ତାଙ୍କର ପାଦ ଓ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା । ତା’ପରେ ସପୋର୍ଟ ଷ୍ଟାଫ୍ ତାଙ୍କୁ ପଡ଼ିଆ ବାହାରକୁ ନେଇଗଲେ। ଏହା ପରେ ପ୍ରତୀକା ପଡ଼ିଆକୁ ଫେରିନଥିଲେ । ଆଉ ଆଜି ଶେଷରେ ଏହି ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଛନ୍ତି ।

ପ୍ରତୀକା ରାୱଲଙ୍କ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଧକ୍କା । ସ୍ମୃତି ମନ୍ଧାନାଙ୍କ ସହ ତାଙ୍କ ପାର୍ଟନରସିପ୍‌ ଟିମ୍ ଇଣ୍ଡିଆକୁ ଅଧିକାଂଶ ବିଶ୍ୱକପ୍ ମ୍ୟାଚ୍‌ରେ ଭଲ ଆରମ୍ଭ ଦେଇଛି । ପ୍ରତୀକା ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ଅଛନ୍ତି । ସେ ଏପର୍ଯ୍ୟନ୍ତ ୩୦୮ ରନ କରିଛନ୍ତି। ତାଙ୍କ ଓପନିଂ ସାଥୀ ସ୍ମୃତି ମନ୍ଧାନା ଏପର୍ଯ୍ୟନ୍ତ ବିଶ୍ବକପ୍‌ରେ ୩୬୫ ରନ୍‌ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି।

ତେବେ ପ୍ରତୀକା ବାଦ୍ ପଡ଼ିବା ପରେ ସେମିଫାଇନାଲ ମ୍ୟାଚରେ ସ୍ମୃତି ମନ୍ଧାନାଙ୍କ ସହ କିଏ ଓପନିଂ କରିବ ସେ ନେଇ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି। ସାଧାରଣତଃ ୩ ନମ୍ବରରେ ବ୍ୟାଟିଂ କରୁଥିବା ହରଲିନ୍ ଦେଓଲ ଏକ ବିକଳ୍ପ ହୋଇପାରନ୍ତି। ନୂଆ ବଲ୍ ସହିତ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସେ ଓପନିଂ ପାଇଁ ଏକ ବିକଳ୍ପ ହୋଇପାରନ୍ତି । ସେହିପରି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୧୫ ରନ କରିଥିବା ଅଲରାଉଣ୍ଡର ଅମନଜୋତ କୌରଙ୍କୁ ମଧ୍ୟ ବିଚାର କରାଯାଇପାରେ। ଯଦି ଅମନଜୋତ କୌର ଓପନର ଭାବରେ ଖେଳନ୍ତି, ତେବେ ନିମ୍ନ କ୍ରମରେ ଜଣେ ନୂତନ ଖେଳାଳିଙ୍କୁ ସୁଯୋଗ ମିଳିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored