T20 Cricket Update / ଶେଷ ଓଭରରେ ଲଗାତାର ୩ ଚୌକା ମାରିଲେ…୧୫ବର୍ଷ ପରେ ଏଭଳି ସଟ୍ ଖେଳି ସ୍ପେଶାଲ କ୍ଲବରେ ଏଣ୍ଟ୍ରି କଲେ…
·1 hour ago·2 min read

Key Points
- ୧୪ ରନରେ ଭାରତର ରୋମାଞ୍ଚକ ବିଜୟ, ସିରିଜରେ ୨-୧ରେ ଆଗୁଆ ଟିମ୍ ଇଣ୍ଡିଆ
- ୧୦ ନମ୍ବରରେ ବ୍ୟାଟିଂ କରି ପ୍ରିନ୍ସ ଯାଦବଙ୍କ ବଡ଼ କାରନାମା
- ଲଗାତାର ୩ ବାଉଣ୍ଡରୀ ମାରି ରଚିଲେ ଇତିହାସ
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟି-୨୦ ମୁକାବିଲା ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ମୁକାବିଲା ଖୁବ ରୋମାଞ୍ଚକର ଥିଲା। ଭାରତ ୧୪ ରନରେ ଏହି ମ୍ୟାଚ ଜିତିଯାଇଥିଲା। ଭାରତ ଏହି ସିରିଜରେ ୨-୧ରେ ଆଗରେ ଅଛି । ଦ୍ରୂତ ବୋଲର ପ୍ରିନ୍ସ ଯାଦବ ଏହି ମ୍ୟାଚରେ ଚମତ୍କାର ଖେଳିଥିଲେ। ସେ ବୋଲିଂରେ ତ ନିଜର ପ୍ରଦର୍ଶନ ଦେଖାଇ ପାରି ନଥିଲେ କିନ୍ତୁ ବ୍ୟାଟିଂରେ ବଡ଼ କାରନାମା କରିଥିଲେ। ପ୍ରିନ୍ସ ୧୦ ନମ୍ବରରେ ଆସି ୧୩ ରନ କରି ଅପରାଜିତ ରହିଥିଲେ। ଲଗାତାର ତିନୋଟି ଚୌକା ଲଗାଇଥିଲେ। ଏଥିପାଇଁ ସେ ଏକ ବଡ଼ ଉପଲବ୍ଧି ମଧ୍ୟ ହାସଲ କଲେ। ଗତ ୧୫ ବର୍ଷ ହେଲା ତାଙ୍କ ବ୍ୟାଟରୁ ଏମିତି ଚମତ୍କାର କେବେ ହୋଇ ନ ଥିଲା। ବୋଲର ହୋଇ ବଡ଼ ସଟ ଖେଳି ନିଜ ନାଁ ଏକ ସ୍ପେଶିଆଲ କ୍ଲବରେ ସାମିଲ କଲେ।
ପ୍ରିନ୍ସଙ୍କ ବଡ଼ ଉପଲବ୍ଧି
ଭାରତ ୧୪ ରନରେ ମ୍ୟାଚ ଜିତିଯାଇଥିଲା। ପ୍ରିନ୍ସ ଶେଷରେ ୧୩ ରନ କରିଥିଲେ। ଏଥିରୁ ଆପଣ ବୁଝିପାରୁଥିବେ କି, ଗୋଟି ଗୋଟିଏ ରନ ମ୍ୟାଚ ଜିତିବାପାଇଁ କେତେ ଗୁରୁତ୍ବପୂର୍ଣ୍ଣ। ଭାରତ ପ୍ରଥମେ ବ୍ୟାଟିଂ କରି ୨୨୩ ରନ କରିଥିଲା। ପ୍ରିନ୍ସ ନିଜର ଏକ ଖାସ ସ୍ଥାନ କରିଥିଲେ। ଯେଉଁ ସ୍ଥାନରେ ପ୍ରଥମରୁ ଏସ.ଶ୍ରୀସନ୍ତ ଏବଂ ରବିଚନ୍ଦ୍ରନ ଅଶ୍ବିନ ସାମିଲ ଅଛନ୍ତି। ନିଜେ ବ୍ୟାଟିଂ କରିବା ସହ ଏକାସାଙ୍ଗରେ ତିନୋଟି ବାଉଣ୍ଡରୀ ଲଗାଇଥିଲେ। ଏବେ ସେ ତୃତୀୟ ଏମିତି ଖେଳାଳି ହୋଇଛନ୍ତି ଯିଏ ୧୦ ନମ୍ବର ଏବଂ ୧୧ ନମ୍ବରରେ ଖେଳି ମଧ୍ୟ ତିନୋଟି ବାଉଣ୍ଡରୀ ଲଗାଇଥିଲେ। ୧୫ବର୍ଷ ପୂର୍ବରୁ ୨୦୧୧ ମସିହାରେ ଅଶ୍ବିନ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବାବେଳେ ଏଭଳି କାରନାମା କରିଥିଲେ।ସେହିପରି ୨୦୦୭ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରୀସନ୍ତ ଏଭଳି ବଡ଼ ଉପଲବ୍ଧି ହାସଲ କରିଥିଲେ।
ପ୍ରଥମ ଟି-୨୦ରେ ଭାରତ ୮ ଓ୍ବିକେଟରେ ବିଜୟ ହାସଲ କରିଥିଲା। ସେହିପରି ଦ୍ବିତୀୟ ମୁକାବିଲାରେ ଇଣ୍ଡିଜ ଟିମ ୬ ଓ୍ବିକେଟରେ ଜିତିଯାଇଥିଲା। ତୃତୀୟ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୩ ରନ କରିଥିଲା। ସଞ୍ଜୁ ସାମସନ ମଧ୍ୟ ଏହି ମ୍ୟାଚରେ ଫ୍ଲପ ହୋଇଥିଲେ। ଅଭିଷେକ ପୁଣି ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟରେ ରାଜ କରିଥିଲେ। ୩୦ ବଲରେ ୬୯ ରନର ଜବରଦସ୍ତ ପାଳି ଖେଳିଥିଲେ। ତାଙ୍କ ଛଡ଼ା ଆଉ କେଉଁ ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଇଶାନ କିଶନ ୩୭ ରନ କରିଥିବାବେଳେ ତିଲକ ବର୍ମା ୨୮ ରନ କରିଥିଲେ। କ୍ୟାପଟେନ ସାହବ ୧ ରନ କରି ପାଭିଲିୟନ ଫେରିଥିଲେ।
ଟିମ ଇଣ୍ଡିଆର ବୋଲରମାନେ ଏଥର ଜବରଦସ୍ତ ଫର୍ମରେ ଥିଲେ। ଓ୍ବେଷ୍ଟଇଣ୍ଡିଜ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୨୦୯ ରନ କରିପାରିଥିଲେ। ସାଇ ହୋପ ଏବଂ ଶେରଫେନ ରଦରଫୋର୍ଡ କୌଣସି ରନ କରିପାରି ନଥିଲେ। ଇଣ୍ଡିଜର କୌଣସି ଖେଳାଳି ବଡ଼ ସ୍କୋର କରିପାରିଲେ ନାହିଁ। ଅର୍ଶଦୀପ ସିଂହ ୩ ଓ୍ବିକେଟ ନେଇଥିବାବେଳେ ନମନ ଧୀର ୨ଟି ଓ୍ବିକେଟ ନେବାକୁ ସମର୍ଥ ହୋଇଥିଲେ। ଅକ୍ଷର ପଟେଲ ଏବଂ ନୀତିଶ ରେଡ୍ଡିଙ୍କୁ ଗୋଟିଏ-ଗୋଟିଏ ଓ୍ବିକେଟ ମିଳିଥିଲା। ଏହାପରେ ଚତୁର୍ଥ ଟି-୨୦ ମ୍ୟାଚ ଅକ୍ଟୋବର ୧୪ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ତେବେ ହାଇଦ୍ରାବାଦରେ ବାଜି କିଏ ମାରିବ ତାହା ଦେଖିବାକୁ ବାକି ରହିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories