Prithvi Shaw Breakup / ବିବାହ ପୂର୍ବରୁ ଭାଙ୍ଗିଲା ସମ୍ପର୍କ, ନିର୍ବନ୍ଧର ୬ ମାସ ପରେ ଅଲଗା ହେଲେ ପୃଥ୍ବୀ ଶ' ଓ ଆକୃତି
·58 mins ago·2 min read

Key Points
ପୃଥ୍ୱୀ ଶ’ଙ୍କୁ ବଡ଼ ଝଟକା
ଆକୃତି କଲେ ବ୍ରେକଅପ୍ ଘୋଷଣା !
ଭାଙ୍ଗିଗଲା ପ୍ରେମ ସମ୍ପର୍କ ?
ଆକୃତି କଲେ ବ୍ରେକଅପ୍ ଘୋଷଣା !
ଭାଙ୍ଗିଗଲା ପ୍ରେମ ସମ୍ପର୍କ ?
ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ଶ'ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲ୍ ଦୁହିଁଙ୍କ ସମ୍ପର୍କ ଶେଷ ହୋଇଥିବା ନେଇ ସୋସିଆଲ୍ ମିଡିଆରେ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଥିବା ନେଇ ଗୁଜବ ହୋଇଥିଲା, କିନ୍ତୁ ସେତେବେଳେ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନଥିଲା ।
ଆକୃତି କହିଲେ—ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ
ଆକୃତି ଅଗ୍ରୱାଲ୍ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଦୁହିଁଙ୍କ ସମ୍ପର୍କ ଶେଷ ହୋଇଥିବା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭାରି ମନରେ ସେ ଏହି କଥା ସେୟାର କରୁଛନ୍ତି ଯେ, ପୃଥ୍ବୀ ଶ' ଏବଂ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଦୁହିଁଙ୍କର ଲକ୍ଷ୍ୟ ଏବଂ ଭବିଷ୍ୟତ ପରିସ୍ଥିତି ଭିନ୍ନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଆକୃତି ଆହୁରି କହିଛନ୍ତି ଯେ, ସେମାନେ ପରସ୍ପରକୁ ଭଲ ପାଆନ୍ତି ଏବଂ ପରସ୍ପରର ଯତ୍ନ ନିଅନ୍ତି । ତଥାପି ସେମାନଙ୍କର ଦାୟିତ୍ୱ ଓ ପରିସ୍ଥିତି ଭିନ୍ନ ଥିବା କଥା ଦୁହେଁ ବୁଝିଛନ୍ତି । ତେଣୁ ପାରସ୍ପରିକ ସମ୍ମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ପୂର୍ବରୁ ମଧ୍ୟ ହୋଇଥିଲା ଗୁଜବ
ଏହା ପୂର୍ବରୁ ଆକୃତି ଇନଷ୍ଟାଗ୍ରାମରେ ତାଙ୍କୁ ଅନେକଥର ଧୋକା ମିଳିଥିବା ନେଇ ଏକ ପୋଷ୍ଟ କରିଥିଲେ । ଏହା ପରେ ପୃଥ୍ୱୀ ଏବଂ ଆକୃତିଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆକୃତି ଅଗ୍ରୱାଲ୍ କିଏ ?
ଆକୃତି ଅଗ୍ରୱାଲ୍ ଜଣେ ଅଭିନେତ୍ରୀ, ମଡେଲ୍ ଏବଂ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର୍ । ୟୁଟ୍ୟୁବରେ ଭ୍ଲଗ୍ ଏବଂ ସର୍ଟ ଭିଡିଓ ମାଧ୍ୟମରେ ସେ ପରିଚିତ ହୋଇଥିଲେ । ନିକଟରେ ସେ ତେଲୁଗୁ ଫିଲ୍ମ ‘ଟ୍ରିମୁଖା’ରେ ମଧ୍ୟ କାମ କରିଥିବା ଜଣାପଡ଼ିଛି ।
ମାର୍ଚ୍ଚରେ ହୋଇଥିଲା ନିର୍ବନ୍ଧ
୨୦୨୬ ମାର୍ଚ୍ଚ ୮ ତାରିଖରେ ପୃଥ୍ୱୀ ଶ’ ଏବଂ ଆକୃତି ଅଗ୍ରୱାଲଙ୍କ ନିର୍ବନ୍ଧ ହୋଇଥିଲା । ପୃଥ୍ୱୀ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ନିର୍ବନ୍ଧର ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ତେବେ ପ୍ରାୟ ୬ ମାସ ମଧ୍ୟରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି ।
ଭାରତୀୟ ଦଳରୁ ଦୂରରେ ପୃଥ୍ୱୀ
ପୃଥ୍ୱୀ ଶ’ ଏବେ ଭାରତୀୟ ଦଳରୁ ବାହାରେ ଅଛନ୍ତି । ୨୦୧୮ରେ ତାଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା । ସେହି ବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରି ଶତକ ମଧ୍ୟ ହାସଲ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଫର୍ମ ନଥିବା କାରଣରୁ ତାଙ୍କୁ ଭାରତୀୟ ଦଳରେ ନିୟମିତ ସୁଯୋଗ ମିଳିନାହିଁ ।
ଘରୋଇ କ୍ରିକେଟ୍ରେ ମଧ୍ୟ ପୃଥ୍ୱୀ ଶ’ ଦଳ ବଦଳାଇଥିଲେ। ୨୦୨୫ରେ ସେ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ର ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ। ଏହାପରେ ଆଇପିଏଲ୍ ୨୦୨୬ରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୭୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା। ତେବେ ସେହି ସିଜିନରେ ତାଙ୍କୁ ଗୋଟିଏ ମ୍ୟାଚ୍ରେ ମଧ୍ୟ ଖେଳିବାର ସୁଯୋଗ ମିଳିନଥିଲା ।

Related Topics
Explore more stories