IPL Auction News / ପ୍ରଥମେ ଅନ୍ସୋଲ୍ଡ ପରେ ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍
·9 months ago·2 min read

Key Points
ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି ଥରେ ତାଙ୍କର ପୁରୁଣା ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ (DC) କିଣିଛି।
ଏଥର ନିଲାମି ନେଇ ସବୁ କଳ୍ପନା ଜଳ୍ପନା ଓଲଟା ହୋଇଛି। ପ୍ରେଡିକ୍ସନ ଭୁଲ ହୋଇଛି। କାହାକୁ ପ୍ରଥମେ କିଣାହୋଇଛି ତ ଆଉ କାହାକୁ ପଛରେ କିଣାଯାଇଛି। କିଏ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ତ ଆଉ କିଏ ଶସ୍ତାରେ କିଣାହୋଇଛନ୍ତି। ପ୍ରଥମ ରାଉଣ୍ଡରେ ହିଁ ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ବାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ସେ ମିନି ଅକ୍ସନରେ ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। ହେଲେ ଭାରତୀୟ ବ୍ୟାଟର ପୃଥ଼୍ବୀ ଶ’ ଆଇପିଏଲ ନିଲାମର ପ୍ରଥମ ପର୍ଯ୍ୟାୟରେ ଅନ୍ ସୋଲ୍ଡ ରହିଥିଲେ। ତାଙ୍କର ବେସ୍ ପ୍ରାଇସ୍ 7.5 ମିଲିୟନ ଟଙ୍କା ଥିଲା। ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଅନସୋଲ୍ଡ ଥିଲେ କିନ୍ତୁ ତୃତୀୟ ରାଉଣ୍ଡରେ ତାଙ୍କ ଭାଗ୍ୟ ଖୋଲିଥିଲା।
ଏହାସହ ପଢ଼ନ୍ତୁ: ଗତବର୍ଷ କେକେଆର ୨୩ କୋଟି ଦେଇ କିଣିଥିଲା: ଚଳିତବର୍ଷ ସେହି ଖେଳାଳିଙ୍କୁ ମାତ୍ର ୭ କୋଟିରେ କିଣିଲା ଆରସିବି
କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି ଥରେ ତାଙ୍କର ପୁରୁଣା ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ (DC) କିଣିଛି। ଶ’ଙ୍କୁ ତାଙ୍କର ମୂଳ ଦର ୭୫ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ।
ଆବୁଧାବିର ଏତିହାଦ୍ ଆରେନାରେ ଚାଲିଥିବା ଏହି ନିଲାମରେ ପୃଥ୍ୱୀ ଶ’ ବିକ୍ରି ହେବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
୨୦୨୫ ମେଗା ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସରୁ ରିଲିଜ ହେବା ପରେ କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁଁ ପୃଥ୍ୱୀ ଶ’ଙ୍କ ପ୍ରତି କୌଣସି ଟିମ୍ ଆଗ୍ରହ ଦେଖାଇ ନ ଥିଲେ ଏବଂ ତାଙ୍କୁ ତ୍ୱରିତ ରାଉଣ୍ଡରେ ମଧ୍ୟ ସାମିଲ କରାଯାଇ ନଥିଲା।
ପୃଥ୍ୱୀ ୨୦୧୮ ରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଆଇପିଏଲ୍ ଯାତ୍ରା ଆରମ୍ଭ କରିଥିଲେ ଏବଂ ୭ଟି ସିଜିନ୍ ଖେଳିଥିଲେ। ତାଙ୍କର ଡେବ୍ୟୁ ସିଜିନରେ ସେ ୯ଟି ମ୍ୟାଚରେ ୧୫୩.୧୨ ଷ୍ଟ୍ରାଇକ୍ ରେଟରେ ୨୪୫ ରନ୍ ସଂଗ୍ରହ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଅନେକ ବିବାଦ ଏବଂ ଖରାପ ଫର୍ମ ଯୋଗୁଁ ତାଙ୍କ କ୍ୟାରିଅର୍ ବିପଦରେ ଥିଲା। କିନ୍ତୁ ଏବେ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟରେ ଅନୁଶାସନ ଏବଂ ପ୍ରତିବଦ୍ଧତା ଦେଖାଇବା ପରେ ସେ ପୁଣିଥରେ ଆଇପିଏଲ୍କୁ ଫେରିଛନ୍ତି।
ଏହାସହ ପଢ଼ନ୍ତୁ: ହାର୍ଡ ହିଟିଂ ପାଇଁ ଜଣାଶୁଣା କାର୍ତ୍ତିକ ଶର୍ମା, ୧୪ କୋଟିରେ ବିକ୍ରି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ନିଲାମ ପୂର୍ବରୁ ଷ୍ଟାର୍ ସ୍ପୋର୍ଟ୍ସକୁ କହିଥିଲେ ଯେ, ପୃଥ୍ୱୀ ଶ’ଙ୍କ ଭଳି ପ୍ରତିଭାବାନ ଖେଳାଳି ନିଲାମରେ ଅବିକ୍ରିତ ରହିଲେ ସେ ଆଶ୍ଚର୍ଯ୍ୟ ହେବେ। ଶ’ ଜଣେ ଶ୍ରେଷ୍ଠ ଖେଳାଳି ଏବଂ ତାଙ୍କୁ ସ୍ଥିର ପ୍ରଦର୍ଶନ ଦେବା ଉଚିତ ବୋଲି ସେ ମତ ଦେଇଥିଲେ। ଏବେ ଘରକୁ ପ୍ରତ୍ୟାବର୍ତ୍ତନ ତାଙ୍କୁ ପୁଣି ଥରେ ଫର୍ମକୁ ଫେରି ଆସିବା ଏବଂ ନିଜ ପ୍ରତିଭାକୁ ପ୍ରମାଣିତ କରିବା ପାଇଁ ଏକ ସୁଯୋଗ ଦେଇଛି।
Related Topics
Explore more stories