|
logo
Live

Argus News - ପୁରୀ: ମ୍ୟାଚ୍ ପୂର୍ବରୁ ନେଲେ ମହାପ୍ରଭୁଙ୍କ ଆଶିଷ

Sports

India vs South Africa / ପୁରୀ: ମ୍ୟାଚ୍ ପୂର୍ବରୁ ନେଲେ ମହାପ୍ରଭୁଙ୍କ ଆଶିଷ

Banajyotshna Ray
Browse all articles by Banajyotshna Ray
·4 months ago·2 min read
ପୁରୀ: ମ୍ୟାଚ୍ ପୂର୍ବରୁ ନେଲେ ମହାପ୍ରଭୁଙ୍କ ଆଶିଷ
Team India

Key Points

ପୁରୀରେ ଟିମ୍‌ ଇଣ୍ଡିଆର ଖେଳାଳି
ମ୍ୟାଚ୍ ପୂର୍ବରୁ ନେଲେ ମହାପ୍ରଭୁଙ୍କ ଆଶିଷ
ପୁରୀରେ ଭାରତୀୟ କ୍ରିକେଟ ଟିମ୍ ର ଖେଳାଳି। ଟିମ୍ ର କୋଚ୍ ଗୌତମ ଗମ୍ଭୀର, କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ଏବଂ ତାଙ୍କ ପତ୍ନୀ, ତିଲକ ବର୍ମା, ଜିତେଶ ଶର୍ମାଙ୍କ ସହିତ ଅନ୍ୟାନ୍ୟ କୋଚ୍ ଆସିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କୋଚ୍ ଓ ଖେଳାଳି। ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କଲେ ଖେଳାଳି। ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ସାରି ଭୁବନେଶ୍ୱର ଅଭିମୁଖେ ଖେଳାଳି। ସେଠାରେ ପହଞ୍ଚି ଆଜିର ମ୍ୟାଚ ପାଇଁ ପ୍ରସ୍ତୁତ ହେବେ । ପୁରୀରେ ଖେଳାଳିଙ୍କୁ ଦେଖିବା ପାଇଁ ମଧ୍ୟ ପ୍ରବଳ ଭିଡ ଜମିଥିଲା।

ସେପଟେ ଆଜି ସନ୍ଧ୍ୟାରେ ବାରବାଟୀରେ ବିଗ ଫାଇଟ ଦେଖିବାକୁ ମିଳି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି । ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ । ବାରବାଟୀ ଷ୍ଟାଡିୟମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ବାରବାଟୀରେ ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା ।

ଏଥିସହ ପଢ଼ନ୍ତୁ: ପୁରୀ ଅଭିମୁଖେ ଭାରତୀୟ ଟିମ୍‌ର ୪ ଖେଳାଳି

ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ । ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି । ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି । ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚକୁ ଦେଖିବାକୁ ଦର୍ଶକ ଉତ୍ସାହିତ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs South Africa: ପୁରୀ: ମ୍ୟାଚ୍ ପୂର୍ବରୁ ନେଲେ ମହାପ୍ରଭୁଙ୍କ ଆଶିଷ | Argus News