ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ପିଭି ସିନ୍ଧୁ
·1 year ago

ଅର୍ଗସ ବ୍ୟୁରୋ : ଖୁବଶୀଘ୍ର ବିବାହ କରିବେ ପିଭି ସିନ୍ଧୁ । ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ମାସ ୨୨ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ବିଭାଘର ହେବ । ସିନ୍ଧୁଙ୍କ ଭାବି ସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଓ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ଏନେଇ ସିନ୍ଧୁଙ୍କ ବାପା ଗଣମାଧ୍ୟମକୁ ଜଣାଇଛନ୍ତି । ସିନ୍ଧୁ ଆସନ୍ତା ଜାନୁଆରୀରୁ ବ୍ୟାଡମିଣ୍ଟନ କାର୍ଯ୍ୟସୂଚୀରେ ବ୍ୟସ୍ତ ରହିବେ, ତେଣୁ ଡିସେମ୍ବର 22ରେ ବିବାହ ପରେ ଡିସେମ୍ବର ୨୪ରେ ହାଇଦ୍ରାବାଦରେ ରିସେପ୍ସନ୍ ରଖାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: