Videos
|
Sports

Kohli Advice to PV Sindhu / କ୍ୟାରିୟରର ଖରାପ ସମୟରେ ବିରାଟ କୋହଲି ଦେଇଥିଲେ ଏହି ମନ୍ତ୍ର, ବଦଳିଗଲା ସିନ୍ଧୁଙ୍କ ଭାଗ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·44 mins ago·2 min read
କ୍ୟାରିୟରର ଖରାପ ସମୟରେ ବିରାଟ କୋହଲି ଦେଇଥିଲେ ଏହି ମନ୍ତ୍ର, ବଦଳିଗଲା ସିନ୍ଧୁଙ୍କ ଭାଗ୍ୟ
PV Sindhu

Key Points

ବିରାଟଙ୍କୁ ନେଇ ପିଭି ସିନ୍ଧୁଙ୍କ ବଡ଼ ଖୁଲାସା
ବିରାଟଙ୍କ ଗୋଟିଏ କଥା ବଦଳାଇଦେଲା ସିନ୍ଧୁଙ୍କ ଖେଳ ଓ ଚିନ୍ତାଧାରା!
ବିରାଟଙ୍କ ଏହି ପରାମର୍ଶ ଆଜି ବି ମନେ ରଖିଛନ୍ତି ପିଭି ସିନ୍ଧୁ
କ୍ୟାରିୟରର ଖରାପ ସମୟରେ ଗୋଟିଏ ଛୋଟ କଥା କେମିତି ଜଣେ ଚାମ୍ପିୟନଙ୍କ ଚିନ୍ତାଧାରା ବଦଳାଇ ଦେଇପାରେ ? ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ କାହାଣୀ ଏହାର ଏକ ଚମତ୍କାର ଉଦାହରଣ । ଭାରତୀୟ କ୍ରିକେଟର ଲିଜେଣ୍ଡ ବିରାଟ କୋହଲିଙ୍କ ଠାରୁ ମିଳିଥିବା ମାତ୍ର ଗୋଟିଏ ମନ୍ତ୍ର ତାଙ୍କୁ ନିଜ ଉପରେ ପୁଣିଥରେ ବିଶ୍ୱାସ କରିବା ଶିଖାଇଥିଲା । ଆଜି ସିନ୍ଧୁ ତାଙ୍କୁ କେବଳ ଜଣେ କ୍ରିକେଟର ଭାବେ ନୁହେଁ, ବରଂ ‘ଭାଇ’ ଭାବେ ଦେଖନ୍ତି । ତେବେ କ’ଣ ଥିଲା ବିରାଟଙ୍କ ସେହି ଛୋଟ କଥା, ଯାହା ସିନ୍ଧୁଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଥିଲା ?

ଭାରତୀୟ କ୍ରୀଡ଼ା ଜଗତର ଦୁଇ ଚର୍ଚ୍ଚିତ ତାରକା ପିଭି ସିନ୍ଧୁ ଓ ବିରାଟ କୋହଲି । ଜଣେ ବ୍ୟାଡମିଣ୍ଟନ କୋର୍ଟରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି, ଆଉ ଜଣେ କ୍ରିକେଟ୍ ମଇଦାନରେ ନିଜ ନାମର ଛାପ ଛାଡ଼ିଛନ୍ତି । ଦୁହେଁ ନିଜ ନିଜ କ୍ଷେତ୍ରରେ ଭାରତକୁ ଗର୍ବିତ କରିଛନ୍ତି । କିନ୍ତୁ ଏହି ଦୁଇ ଚାମ୍ପିୟନଙ୍କ ମଧ୍ୟରେ ରହିଛି ଏକ ଖାସ ଓ ଭାବପୂର୍ଣ୍ଣ ସମ୍ପର୍କ ।

ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ନିକଟରେ RCB Podcastରେ ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମନ ଖୋଲି କଥା ହୋଇଛନ୍ତି । ଏହି ଆଲୋଚନାର ଟିଜର୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।



ସିନ୍ଧୁ କହିଛନ୍ତି ଯେ ବିରାଟ ତାଙ୍କ ପାଇଁ କେବଳ ଜଣେ ଭଲ ଖେଳାଳି ନୁହନ୍ତି, ସେ ତାଙ୍କୁ ନିଜ ଭାଇ ଭଳି ମାନନ୍ତି । ଦୁହିଁଙ୍କର ସବୁବେଳେ ଦେଖା ହୁଏ ନାହିଁ, କିନ୍ତୁ ସିନ୍ଧୁ ଯେତେବେଳେ କୌଣସି ବଡ଼ ସଫଳତା ପାଆନ୍ତି, ନିଜ ଖୁସି ବିରାଟଙ୍କ ସହ ମଧ୍ୟ ସେୟାର କରନ୍ତି ।

ତେବେ ଏହି ସମ୍ପର୍କର ସବୁଠାରୁ ଖାସ ଅଧ୍ୟାୟ ହେଉଛି ସିନ୍ଧୁଙ୍କ କ୍ୟାରିୟରର ଏକ କଠିନ ସମୟ। ଏକ ସମୟରେ ତାଙ୍କୁ ଲାଗୁଥିଲା ଯେ କିଛି ବି ଠିକ୍ ହେଉନାହିଁ। ସେହି ସମୟରେ ବିରାଟଙ୍କ ସହ ତାଙ୍କର ଦେଖା ହୋଇଥିଲା। ସିନ୍ଧୁ ନିଜ ମନର କଥା ବିରାଟଙ୍କୁ କହିଥିଲେ।

ବିରାଟ ତାଙ୍କୁ କୌଣସି ଲମ୍ବା ଭାଷଣ ଦେଇନଥିଲେ । ବରଂ ଦେଇଥିଲେ ଏକ ସରଳ ମନ୍ତ୍ର—ମଇଦାନକୁ ଆସ, ନିଜ ଖେଳ ଖେଳ ଏବଂ ନିଜ ଉପରେ ବିଶ୍ୱାସ ରଖ। ତୁମେ ଯେତିକି ପରିଶ୍ରମ କରିଛ, ସେହି ପରିଶ୍ରମ ଉପରେ ଭରସା କର ଏବଂ ତୁମେ ପ୍ରକୃତରେ କ’ଣ କରିପାରିବ, ତାହା ଦୁନିଆକୁ ଦେଖାଅ ।

ବିରାଟଙ୍କ ଏହି ଛୋଟ କଥା ସିନ୍ଧୁଙ୍କ ଉପରେ ବଡ଼ ପ୍ରଭାବ ପକାଇଥିଲା । ସେ ପରିସ୍ଥିତିକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବା ଆରମ୍ଭ କରିଥିଲେ। ହାର-ଜିତର ଚିନ୍ତା ଛାଡ଼ି ନିଜ କାମ ଉପରେ ଧ୍ୟାନ ଦେବା ଏବଂ ପଡ଼ିଆରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ହିଁ ତାଙ୍କ ପାଇଁ ମୁଖ୍ୟ ହୋଇଗଲା ।

ସିନ୍ଧୁ ବିରାଟଙ୍କ ଖେଳ ଓ ମାନସିକତାର ମଧ୍ୟ ପ୍ରଶଂସା କରିଛନ୍ତି। ତାଙ୍କ ଅନୁସାରେ, ବିରାଟ ଯେଉଁ ଆତ୍ମବିଶ୍ୱାସ ସହ ମଇଦାନକୁ ଓହ୍ଲାନ୍ତି, ଯେଉଁ ମାନସିକତାରେ ଖେଳନ୍ତି ଏବଂ ନିଜ କ୍ୟାରିୟରରେ ଯେଉଁ ଉଚ୍ଚତାରେ ପହଞ୍ଚିଛନ୍ତି, ତାହା ତାଙ୍କ ପାଇଁ ବେଶ୍ ପ୍ରେରଣାଦାୟକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: