Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାପାମାଆ ହେବେ ରାହୁଲ ଆଥିଆ, ସୋସିଆଲ ମିଡିଆରେ କଲେ ରିଭିଲ

Sports

ବାପାମାଆ ହେବେ ରାହୁଲ ଆଥିଆ, ସୋସିଆଲ ମିଡିଆରେ କଲେ ରିଭିଲ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବାପାମାଆ ହେବେ ରାହୁଲ ଆଥିଆ, ସୋସିଆଲ ମିଡିଆରେ କଲେ ରିଭିଲ

Key Points

  • ବାପା ହେବେ ରାହୁଲ
  • ସୋସିଆଲ ମିଡିଆରେ ଶେୟାର କଲେ ଖୁସି ଖବର
  • ଡେଲିଭରୀ ଡେଟ କଲେ ରିଭିଲ୍

ଅର୍ଗସ ବ୍ୟୁରୋ :  ବାପା ମାଆ ହେବାକୁ ଯାଉଛନ୍ତି ଷ୍ଟାର କପଲ ରାହୁଲ ଆଥିଆ । ସୋସିଆଲ ମିଡିଆରେ ସେ ନିଜର ଖୁସିକୁ ଶେୟାର କରିଛନ୍ତି । ଆଥିଆ ଲେଖିଛନ୍ତି , ୨୦୨୫ରେ ତାଙ୍କର ସବୁଠୁ ସୁନ୍ଦର ଆଶୀର୍ବାଦ ମିଳିବାକୁ ଯାଉଛି । ଏଥିସହ ଏକ କୁନିପାଦର ଇମୋଜି ସହ ରାହୁଲ ଆଥିଆ ବୋଲି ଲେଖିଛନ୍ତି । ସୋସିଆଲ ମିଡିଆରେ ଏପରି ପୋଷ୍ଟ କରିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଖୁସି ଦେଖିବାକୁ ମିଳିଛି । ସମସ୍ତେ ଏହି କପଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଥିଆଙ୍କ ଭାଇ ଅହାନ ଶେଟ୍ଟୀ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । 

ଏହି ଷ୍ଟାର କପଲଙ୍କ ବିବାହ ୨୩ ଜାନୁଆରୀ ୨୦୨୩ରେ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହ ସୁନିଲ ଶେଟ୍ଟୀଙ୍କ ଫାର୍ମ ହାଉସରେ ହୋଇଥିଲା । ଉଭୟ ଏହା ପୂର୍ବରୁ ଅନେକ ବର୍ଷଧରୁ ପରସ୍ପରକୁ ଡେଟ କରୁଥିଲେ । ଅନେକ ଥର ଉଭୟଙ୍କ ଲଭଷ୍ଟୋରୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଉଭୟଙ୍କ ପ୍ରେମ କାହାଣୀ ୨୦୧୯ ରୁ ଆରମ୍ଭ ହୋଇଥିଲା । ଏଖ ମ୍ୟୁଚ୍ୟୁଆଲ ଫ୍ରେଣ୍ଡ ଜରିଆରେ ଉଭୟ ଉଭୟଙ୍କ ସହ ପରସ୍ପର କଥା ହେବା ଆରମ୍ଭ କରିଥିଲେ । ପରେ ପର୍ସପରର ଅଧିକ ନିକଟତର ହୋଇଥିଲେ ମଧ୍ୟ ଉଭୟ ନିଜର ଲଭଷ୍ଟୋରୀକୁ ପ୍ରାଇଭେଟ ରଖିଥିଲେ । ପରେ ଫ୍ୟାନ୍ସମାନେ ଉଭୟଙ୍କ ପ୍ରୋମକାହାଣୀକୁ ହାଇଲାଇଟ କରିଥିଲେ ।

ତେବେ ରାହୁଲ ଏବଂ ଆଥିଆ ବିବାହର ଦେଢବର୍ଷ ପରେ ବାପା ମା ହେବାକୁ ଯାଉଥିବା ରିଭିଲ କରିଛନ୍ତି ।  ୨୦୨୫ରେ ତାଙ୍କର ବେବି ହେବାକୁ ଯାଉଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ସହ ଅନ୍ୟ ପରିବାର ସଦସ୍ୟମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rahul Athiya will be the parents, revealed on social media | Argus News