Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭଲ ପ୍ରଦର୍ଶନ ନ କରିବାରୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଲେ ରାହୁଲ

Ritu Das
Browse all articles by Ritu Das
·10 months ago·1 min read
ଭଲ ପ୍ରଦର୍ଶନ ନ କରିବାରୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଲେ ରାହୁଲ

Key Points

ଗୋଟିଏ ସିଜିନ୍ ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଲେ ରାହୁଲ ଦ୍ରାବିଡ। ଦଳ ଭଲ ପ୍ରଦର୍ଶନ ନକରିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଜୟପୁର-ଭିତ୍ତିକ ଫ୍ରାଞ୍ଚାଇଜ୍ ଶନିବାର ଏକ୍ସରେ ଏହି ଘୋଷଣା କରିଛି।

ଗୋଟିଏ ସିଜିନ୍ ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଲେ ରାହୁଲ ଦ୍ରାବିଡ। ଦଳ ଭଲ ପ୍ରଦର୍ଶନ ନକରିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଜୟପୁର-ଭିତ୍ତିକ ଫ୍ରାଞ୍ଚାଇଜ୍ ଶନିବାର ଏକ୍ସରେ ଏହି ଘୋଷଣା କରିଛି। ଦ୍ରାବିଡଙ୍କ ଗୋଟାଏ ସିଜିନ୍ ପରେ ତାଙ୍କ ପଦରୁ ଇସ୍ତଫା ଦେବା ଖବରକୁ ଫ୍ରାଞ୍ଚାଇଜ୍ ନିଶ୍ଚିତ କରିଛି। ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ‌ରେ ୪୬ଟି ମ୍ୟାଚ୍ ଖେଳିଥିବା ଦ୍ରାବିଡ ଗତ ବର୍ଷ ଭାରତୀୟ ଦଳ ସହିତ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟକାଳ ଶେଷ ହେବା ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। କିନ୍ତୁ ବିଶ୍ୱର ସବୁଠାରୁ ଧନୀ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଲିଗର ୨୦୨୫ସଂସ୍କରଣରେ ଦ୍ରାବିଡ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।


ତାଙ୍କ ମାର୍ଗଦର୍ଶନରେ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚ୍‌ରୁ କେବଳ ୪ଟିରେ ଜିତିପାରିଥିଲା ଏବଂ ସେମାନେ ଲିଗ୍ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲେ। ଦ୍ରାବିଡ ହେଉଛନ୍ତି ଦ୍ୱିତୀୟ ମୁଖ୍ୟ ପ୍ରଶିକ୍ଷକ ଯିଏ ଆଇପିଏଲ ୨୦୨୬ର ମେଗା ନିଲାମ ପୂର୍ବରୁ ଆଇପିଏଲ ଫ୍ରାଞ୍ଚାଇଜ୍‌ଠାରୁ ଅଲଗା ହୋଇଛନ୍ତି। ଗତ ମାସରେ ଚନ୍ଦ୍ରକାନ୍ତ ପଣ୍ଡିତ କୋଲକାତା ନାଇଟ୍ ରାଇଡର୍ସର ହାତ ଛାଡ଼ିଥିଲେ। ୨୦୨୩ ଆଇପିଏଲ୍ ପୂର୍ବରୁ କେକେଆରରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିବା ପଣ୍ଡିତ ୨୦୨୪ ମସିହାରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଇପିଏଲ୍ ଟାଇଟଲ ଜିତିଥିଲେ। ଆଶିଷ ନେହେରାଙ୍କ ପରେ ସେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଇପିଏଲ୍ ଟାଇଟଲ ଜିତିଥିବା ଦ୍ୱିତୀୟ ଭାରତୀୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rahul Dravid Steps Down as Rajasthan Royals Head Coach After Poor Performance | Argus News