IPL / ୧୫ ହଜାର କୋଟିରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ, ଶେନ୍ ୱାର୍ଣ୍ଣଙ୍କ ପରିବାର ପାଇବ ୪୬୦ କୋଟି
·1 week ago·2 min read

Key Points
୨୦୦୮ରେ ୱାର୍ଣ୍ଣ ଆଇପିଏଲ୍ର ପ୍ରଥମ ସଂସ୍କରଣ ସମୟରେ ଦଳରେ ନିବେଶ କରିଥିଲେ । ସେତେବେଳେ ସେ ଦଳର ଖେଳାଳି ରହିବା ସହ ଅଧିନାୟକ ଓ କୋଚ୍ ଏକ ସାଙ୍ଗରେ ୩ଟି ଭୂମିକା ତୁଲାଇଥିଲେ । ଆଇପିଏଲ୍ର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇ ଇତିହାସ ରଚିଥିଲା ରାଜସ୍ଥାନ ରୟାଲ୍ସ ।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ଟିମ୍ ରାଜସ୍ଥାନ ରୟାଲ୍ସ ବିକ୍ରି ହୋଇଛି । ଏଥିସହ ଚର୍ଚ୍ଚାକୁ ଆସିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଦିବଙ୍ଗତ ଶେନ୍ ୱାର୍ଣ୍ଣ । ରାଜସ୍ଥାନ ରୟାଲ୍ସ ବିକ୍ରି ହେବା ସହ ୱାର୍ଣ୍ଣ ୩ ଛୁଆଙ୍କୁ ବଡ଼ ଆର୍ଥିକ ଲାଭ ମିଳିବାକୁ ଯାଉଛି ।
ରାଜସ୍ଥାନ ରୟାଲ୍ସକୁ ଆମେରିକୀୟ ବ୍ୟବସାୟୀ କାଲ୍ ସୋମାନି ୧.୬୩ ବିଲିୟନ୍ ଡଲାର (ଭାରତୀୟ ମୁଦ୍ରାରେ ୧୫, ୨୯୦ କୋଟି ଟଙ୍କା)ରେ ଅଧିଗ୍ରହଣ କରିଛନ୍ତି । ଏହି ଖବର କ୍ରିକେଟ ଜଗତରେ ଚହଳ ପକାଇଛି । ଆଉ ଏହି ଡିଲ୍ରୁ ଶେନ୍ ୱାର୍ଣ୍ଣଙ୍କ ପରିବାର ପ୍ରାୟ ୨.୩ ବିଲିୟନ୍ ଡଲାର୍ (ଭାରତୀୟ ମୁଦ୍ରାରେ ପ୍ରାୟ ୪୬୦ କୋଟି) ପାଇବ ।
ଏଥିସହ ପଢ଼ନ୍ତୁ: IPL ଇତିହାସର ସବୁଠାରୁ ବଡ଼ ଡିଲ୍, ୧୫,୨୮୬ କୋଟିରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ
କାଲ୍ ସୋମାନି, ରାଜସ୍ଥାନ ରୟାଲ୍ସକୁ ଅଧିଗ୍ରହଣ କରିବା ପରେ ସମସ୍ତ ନିବେଶକଙ୍କ ଅଂଶର ବଢ଼ିଛି । ୨୦୨୨ରେ ୫୨ ବର୍ଷ ବୟସରେ ହୃଦ୍ଘାତରେ ଶେନ୍ ୱାର୍ଣ୍ଣଙ୍କ ଦେହାନ୍ତ ହୋଇଥିଲା । ୨୦୦୮ରେ ୱାର୍ଣ୍ଣ ଆଇପିଏଲ୍ର ପ୍ରଥମ ସଂସ୍କରଣ ସମୟରେ ଅବସର ନନେଇ ଫେରିବା ସହ ଦଳରେ ନିବେଶ କରିଥିଲେ ।
ସେତେବେଳେ ସେ ଦଳର ଖେଳାଳି ରହିବା ସହ ଅଧିନାୟକ ଓ କୋଚ୍ ଏକ ସାଙ୍ଗରେ ୩ଟି ଭୂମିକା ତୁଲାଇଥିଲେ । ଆଇପିଏଲ୍ର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇ ଇତିହାସ ରଚିଥିଲା ରାଜସ୍ଥାନ ରୟାଲ୍ସ ।
ରିପୋର୍ଟ ଅନୁସାରେ, ସେତେବେଳେ ୱାର୍ଣ୍ଣଙ୍କୁ ବାର୍ଷିକ ୬୫୭, ୦୦୦ ଡଲାର ଦରମା ମିଳୁଥିଲା । ଏଥିସହ ୱାର୍ଣ୍ଣଙ୍କ ପାଖରେ ଥିଲା ୦.୭୫ ପ୍ରତିଶତ ଅଂଶଧନ । ୨୦୧୮ରୁ ୨୦୧୧ ପର୍ଯ୍ୟନ୍ତ ଶେନ୍ ୱାର୍ଣ୍ଣ ଦଳରେ ଥିବାରୁ ଏହି ଅଂଶଧନ ୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ।
ତେବେ ପ୍ରାରମ୍ଭିକ ସମୟରେ ଏହି ନିବେଶ ଏତେ ବଡ଼ ନଥିଲା । କିନ୍ତୁ ଆଇପିଏଲ୍ ଦୁନିଆର ବ୍ୟୟବହୁଳ ଓ ଧନୀ ଲିଗ୍ରେ ସାମିଲ୍ ହେବା ପରେ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା । ଜୁଲାଇ ୨୦୨୧ରେ ରାଜସ୍ଥାନ ରୟାଲ୍ସର ମୂଲ୍ୟ ପ୍ରାୟ ୩୪୦ ମିଲିୟନ୍ ଡଲାର ଥିଲା, ସେତେବେଳେ ୱାର୍ଣ୍ଣଙ୍କ ଅଂଶଧନ ୧୦ ମିଲିୟନ୍ ଡଲାର ରହିଥିଲା ।
ଏବେ ରାଜସ୍ଥାନ ରୟାଲ୍ସର ଅଧିଗ୍ରହଣ ଏହି ମୂଲ୍ୟକୁ ବହୁଗୁଣିତ କରିଛି । ଅନୁମାନ କରାଯାଉଛି, ଶେନ୍ ୱାର୍ଣ୍ଣଙ୍କ ୩ ପ୍ରତିଶତ ଅଂଶଧନ ଅନୁସାରେ ତାଙ୍କ ପରିବାର ବଡ଼ ପରିମାଣର ଅର୍ଥ ପାଇବେ । ଯାହାକି ତାଙ୍କର ୩ ସନ୍ତାନ ବ୍ରୁକ୍ ୱାର୍ଣ୍ଣ. ଜ୍ୟାକ୍ସନ ୱାର୍ଣ୍ଣ ଓ ସମର ୱାର୍ଣ୍ଣଙ୍କୁ ମିଳିବାର ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: କିଏ ଏହି କାଲ୍ ସୋମାନି ? ଯିଏ ୧.୬୩ ବିଲିୟନ୍ ଡଲାରରେ ରାଜସ୍ଥାନକୁ କିଣିଲେ
ରାଜସ୍ଥାନ ରୟାଲ୍ସକୁ କିଣିଲେ କାଲ୍ ସୋମାନି
ଆମେରିକୀୟ ବ୍ୟବସାୟୀ କାଲ୍ ସୋମାନି ରାଜସ୍ଥାନ ରୟାଲ୍ସକୁ ୧୫, ୨୮୬ କୋଟିରେ କିଣିଛନ୍ତି । କାଲ୍ ସୋମାନିଙ୍କ ପାଖରେ IntraEdge, Academian ଏବଂ Truyo.AI ଭଳି କମ୍ପାନୀ ମଧ୍ୟ ଅଛି । ରିପୋର୍ଟ ଅନୁଯାୟୀ ସେ ରାଜସ୍ଥାନ ରୟାଲ୍ସରେ ସମ୍ପୂର୍ଣ୍ଣ ୧୦୦ ପ୍ରତିଶତ ଅଂଶଧନ ହାସଲ କରିଛନ୍ତି ।
ଏହା IPL ଇତିହାସର ସବୁଠାରୁ ବଡ଼ ଚୁକ୍ତି । ଯାହା ରାଜସ୍ଥାନ ରୟାଲ୍ସକୁ ଇଣ୍ଡିଆନ୍ ପ୍ରିମିୟର ଲିଗର ସବୁଠାରୁ ମହଙ୍ଗା ଦଳ କରିଛି । IPL ୨୦୨୬ ପରେ ରାଜସ୍ଥାନ ଦଳକୁ ନୂତନ ମାଲିକମାନେ ପରିଚାଳିତ କରିବେ । କାଲ୍ ସୋମାନି ୨୦୨୧ ମସିହାରୁ ରାଜସ୍ଥାନ ରୟାଲ୍ସର ଅଂଶୀଦାର ଅଛନ୍ତି ଏବଂ ଏହି ଚୁକ୍ତି ସମ୍ପର୍କରେ ଗତ ଛଅ ମାସ ଧରି ଆଲୋଚନା ଚାଲିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories