IPL News / IPL ଇତିହାସର ସବୁଠାରୁ ବଡ଼ ଡିଲ୍, ୧୫,୨୮୬ କୋଟିରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ
·5 months ago·2 min read

Key Points
୧.୬୩ ବିଲିୟନ୍ ଡଲାରରେ RR ବିକ୍ରି
IPLର ନୂଆ ରେକର୍ଡ
RR ହେଲା IPLର ସବୁଠାରୁ ମହଙ୍ଗା ଟିମ୍
IPLର ନୂଆ ରେକର୍ଡ
RR ହେଲା IPLର ସବୁଠାରୁ ମହଙ୍ଗା ଟିମ୍
ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଆଇପିଏଲର ସିଜିନ୍-୧୯ । ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଆଇପିଏଲର ଏକ ଫ୍ରାଞ୍ଚାଇଜ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।
ଆଇପିଏଲ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସର ମାଲିକାନା ବିକ୍ରି ଏବେ ଶେଷ ହୋଇଛି । ଆମେରିକୀୟ ବ୍ୟବସାୟୀ କାଲ୍ ସୋମାନି ଏବେ ଫ୍ରାଞ୍ଚାଇଜ୍ ଅଧିଗ୍ରହଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି । ଆମେରିକୀୟ ବ୍ୟବସାୟୀ କାଲ୍ ସୋମାନୀଙ୍କ ନେତୃତ୍ୱରେ ୧୫,୨୮୬ କୋଟିରେ RR ଫ୍ରାଞ୍ଚାଇଜ୍ କିଣିଛି । କାଲ୍ ସୋମାନୀଙ୍କ ପାଖରେ IntraEdge, Academian ଏବଂ Truyo.AI ଭଳି କମ୍ପାନୀ ମଧ୍ୟ ଅଛି । ରିପୋର୍ଟ ଅନୁଯାୟୀ ସେ ରାଜସ୍ଥାନ ରୟାଲ୍ସରେ ସମ୍ପୂର୍ଣ୍ଣ ୧୦୦ ପ୍ରତିଶତ ଅଂଶଧନ ହାସଲ କରିଛନ୍ତି ।
ଏହା IPL ଇତିହାସର ସବୁଠାରୁ ବଡ଼ ଚୁକ୍ତି । ଯାହା ରାଜସ୍ଥାନ ରୟାଲ୍ସକୁ ଇଣ୍ଡିଆନ୍ ପ୍ରିମିୟର ଲିଗର ସବୁଠାରୁ ମହଙ୍ଗା ଦଳ କରିଛି । IPL ୨୦୨୬ ପରେ ରାଜସ୍ଥାନ ଦଳକୁ ନୂତନ ମାଲିକମାନେ ପରିଚାଳିତ କରିବେ । କାଲ୍ ସୋମାନୀ ୨୦୨୧ ମସିହାରୁ ରାଜସ୍ଥାନ ରୟାଲ୍ସର ଅଂଶୀଦାର ଅଛନ୍ତି ଏବଂ ଏହି ଚୁକ୍ତି ସମ୍ପର୍କରେ ଗତ ଛଅ ମାସ ଧରି ଆଲୋଚନା ଚାଲିଛି ।
ରାଜସ୍ଥାନ ରୟାଲ୍ସ ଦଳ ସମ୍ପର୍କରେ ଯଦି କହିବା ତେବେ ଆଇପିଏଲ ୨୦୨୬ରେ ରିୟାନ୍ ପରାଗ ଅଧିନାୟକ ହେବେ । ଗତ ସିଜିନର ଅଧିନାୟକ ସଞ୍ଜୁ ସାମସନ୍ ଏବେ ଚେନ୍ନାଇ ସୁପର କିଙ୍ଗସକୁ ଚାଲିଯାଇଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା ଟ୍ରେଡ୍ ଡିଲ୍ ମାଧ୍ୟମରେ ରାଜସ୍ଥାନରେ ସାମିଲ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷରେ ରାଜସ୍ଥାନ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିକ୍ରି ବିଷୟରେ ମଧ୍ୟ ଆଲୋଚନା ଜୋର ଧରିଛି । ଯେହେତୁ ରାଜସ୍ଥାନ ରୟାଲ୍ସର ବିକ୍ରି ୧୫ ହଜାର କୋଟିରୁ ଅଧିକ ମୂଲ୍ୟରେ ହୋଇଛି ତେଣୁ ଆଶା କରାଯାଉଛି RCB ସହଜରେ ୨ ବିଲିୟନ୍ ଡଲାର ଅତିକ୍ରମ କରିବ ।
ଏଥିସହ ପଢ଼ନ୍ତୁ: IPL 2026 ପୂର୍ବରୁ ରିଙ୍କୁ ସିଂହଙ୍କୁ ମିଳିବ ବଡ଼ ଉପହାର...ୟୁପିରେ ହେବେ ବଡ଼ ଅଧିକାରୀ

Related Topics
Explore more stories