Yuvraj Singh Record Broken / ଭାଙ୍ଗିଲା ଯୁବରାଜ ସିଂଙ୍କ ମହାରେକର୍ଡ, ୧୧ ବଲରେ ଅର୍ଦ୍ଧଶତକ କରି ଇତିହାସ ରଚିଲେ ଆକାଶ
·4 months ago·2 min read

Key Points
ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଇତିହାସ ରଚିଲେ ଆକାଶ ଚୌଧୁରୀ
ଗୋଟିଏ ଓଭରରେ ୬ଟି ଛକା ସହ ଲଗାତାର ୮ଟି ଛକାର ରେକର୍ଡ
ମାତ୍ର ୧୧ଟି ବଲ୍ରେ ଦ୍ରୁତତମ ଅର୍ଦ୍ଧଶତକର ଆଉ ଏକ ରେକର୍ଡ
ଗୋଟିଏ ଓଭରରେ ୬ଟି ଛକା ସହ ଲଗାତାର ୮ଟି ଛକାର ରେକର୍ଡ
ମାତ୍ର ୧୧ଟି ବଲ୍ରେ ଦ୍ରୁତତମ ଅର୍ଦ୍ଧଶତକର ଆଉ ଏକ ରେକର୍ଡ
ଇତିହାସ ରଚିଛନ୍ତି ମେଘାଳୟ କ୍ରିକେଟର ଆକାଶ କୁମାର ଚୌଧୁରୀ । ଅରୁଣାଚଳ ପ୍ରଦେଶ ବିପକ୍ଷରେ ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ ସମୟରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଏବଂ ରଣଜୀ ଟ୍ରଫି ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସୁରଟର ପିଠାୱାଲା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଆକାଶ ମାତ୍ର ୧୧ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଆକାଶଙ୍କ ଏହି ଧୁଆଁଧାର ଇନିଂସ ପାଇଁ ମେଘାଳୟ ୬୨୮/୬ରେ ସେମାନଙ୍କର ପ୍ରଥମ ପାଳି ଘୋଷଣା କରିଛି ।
ଆକାଶ କୁମାର ଚୌଧୁରୀ ୱେନ୍ ହ୍ୱାଇଟଙ୍କ ପୂର୍ବ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୨୦୧୨ରେ ଏସେକ୍ସ ବିପକ୍ଷରେ ଲିସେଷ୍ଟରଶାୟାର ପାଇଁ ଖେଳୁଥିବା ସମୟରେ ହ୍ୱାଇଟ୍ ୧୨ ବଲରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ । ଆକାଶ ୧୪ ବଲରେ ଅପରାଜିତ ୫୦ ରନ୍ କରିଥିଲେ । ଯେଉଁଥିରେ ଆଠଟି ଛକା ସାମିଲ ଥିଲା ।
ରଣଜୀ ଟ୍ରଫି ଇତିହାସରେ ଏହା ଦ୍ୱିତୀୟ ଥର ଯେ କୌଣସି ଖେଳାଳି ଗୋଟିଏ ଓଭରରେ ଲଗାତାର ଛଅଟି ଛକା ମାରିଛନ୍ତି। ପୂର୍ବରୁ ଏହି ରେକର୍ଡ ରବି ଶାସ୍ତ୍ରୀଙ୍କ ନାଁରେ ଥିଲା । ସେ ୧୯୮୪-୮୫ରେ ତିଲକ ରାଜଙ୍କ ବିପକ୍ଷରେ ଏହି ରେକର୍ଡ ନିଜ ନାଁରେ କରିଥିଲେ ।
ଆକାଶ କୁମାର ଚୌଧୁରୀ ଏପର୍ଯ୍ୟନ୍ତ ୩୧ ପ୍ରଥମ ଶ୍ରେଣୀ, ୨୮ ଲିଷ୍ଟ ଏ ଏବଂ ୩୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଆକାଶ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୫୩ ରନ କରିଛନ୍ତି, ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ମଧ୍ୟ ରହିଛି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୮୭ ଓ୍ବିକେଟ୍ ହାସଲ କରିଛନ୍ତି । ସେହିପରି ଆକାଶ କୁମାର ଚୌଧୁରୀ ଲିଷ୍ଟ ଏ କ୍ରିକେଟରେ ୨୦୩ ରନ୍ ଏବଂ ୩୭ ୱିକେଟ୍ ହାସଲ କରିଛନ୍ତି । ଟି-୨୦ ମ୍ୟାଚରେ ଆକାଶ ୧୦୭ ରନ୍ ଓ ୨୮ ଓ୍ବିକେଟ୍ ନିଜ ନାଁରେ କରିଛନ୍ତି ।

ତେବେ ଆକାଶଙ୍କ ଏହି ଇନିଂସରେ ୧୨୬ତମ ଓଭରରେ ବୋଲିଂ କରୁଥିବା ଅରୁଣାଚଳ ପ୍ରଦେଶର ଲିମାର ଡାବିଙ୍କୁ ୬ଟି ଛକା ମାରିଥିଲେ । ତା’ପର ଓଭରରେ ସେ ପରବର୍ତ୍ତୀ ଦୁଇଟି ବଲରେ ଛକା ମାରିଥିଲେ । ଆକାଶ ହେଉଛନ୍ତି ପ୍ରଥମ କ୍ରିକେଟର, ଯିଏ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ଲଗାତାର ଆଠ ବଲରେ ଛକା ମାରିଛନ୍ତି । ତେବେ ଏହା ପୂର୍ବରୁ ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତୀୟ ଦଳର ପୂର୍ବତନ ଷ୍ଟାର କ୍ରିକେଟର ଯୁବରଜ ସିଂ ଇଂଲଣ୍ଡ ବିପକ୍ଷରେ ୧୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମଧ୍ୟ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ଙ୍କୁ ୬ ବଲ୍ରେ ୬ ଛକା ମାରିଥିଲେ ।🚨 Record Alert 🚨
— BCCI Domestic (@BCCIdomestic) November 9, 2025
First player to hit eight consecutive sixes in first-class cricket ✅
Fastest fifty, off just 11 balls, in first-class cricket ✅
Meghalaya's Akash Kumar etched his name in the record books with a blistering knock of 50*(14) in the Plate Group match against… pic.twitter.com/dJbu8BVhb1
ରଣଜୀ ଟ୍ରଫି ଇତିହାସରେ ଏହା ଦ୍ୱିତୀୟ ଥର ଯେ କୌଣସି ଖେଳାଳି ଗୋଟିଏ ଓଭରରେ ଲଗାତାର ଛଅଟି ଛକା ମାରିଛନ୍ତି। ପୂର୍ବରୁ ଏହି ରେକର୍ଡ ରବି ଶାସ୍ତ୍ରୀଙ୍କ ନାଁରେ ଥିଲା । ସେ ୧୯୮୪-୮୫ରେ ତିଲକ ରାଜଙ୍କ ବିପକ୍ଷରେ ଏହି ରେକର୍ଡ ନିଜ ନାଁରେ କରିଥିଲେ ।
ଆକାଶ କୁମାର ଚୌଧୁରୀ ଏପର୍ଯ୍ୟନ୍ତ ୩୧ ପ୍ରଥମ ଶ୍ରେଣୀ, ୨୮ ଲିଷ୍ଟ ଏ ଏବଂ ୩୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଆକାଶ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୫୩ ରନ କରିଛନ୍ତି, ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ମଧ୍ୟ ରହିଛି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୮୭ ଓ୍ବିକେଟ୍ ହାସଲ କରିଛନ୍ତି । ସେହିପରି ଆକାଶ କୁମାର ଚୌଧୁରୀ ଲିଷ୍ଟ ଏ କ୍ରିକେଟରେ ୨୦୩ ରନ୍ ଏବଂ ୩୭ ୱିକେଟ୍ ହାସଲ କରିଛନ୍ତି । ଟି-୨୦ ମ୍ୟାଚରେ ଆକାଶ ୧୦୭ ରନ୍ ଓ ୨୮ ଓ୍ବିକେଟ୍ ନିଜ ନାଁରେ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories