Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ରାଶିଦ ଖାନଙ୍କ ସହ ବିନା ହିଜାବରେ ଜଣେ ମହିଳା: ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଏହି ଫଟୋ

Ritu Das
Browse all articles by Ritu Das
·8 months ago·2 min read
ରାଶିଦ ଖାନଙ୍କ ସହ ବିନା ହିଜାବରେ ଜଣେ ମହିଳା: ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଏହି ଫଟୋ

Key Points

ସୁପରଷ୍ଟାର ଅଲରାଉଣ୍ଡର ରାଶିଦ ଖାନ କ୍ରିକେଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ବିବାଦଘେରରେ ରହିଥାନ୍ତି।
ସୁପରଷ୍ଟାର ଅଲରାଉଣ୍ଡର ରାଶିଦ ଖାନ କ୍ରିକେଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ବିବାଦଘେରରେ ରହିଥାନ୍ତି। ଆଫଗାନିସ୍ତାନର ସୁପରଷ୍ଟାର କ୍ରିକେଟର ରାଶିଦ ଖାନ ନିକଟରେ ନିଜ ପତ୍ନୀଙ୍କ ସହିତ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ। ଏହି ଇଭେଣ୍ଟରେ ତାଙ୍କ ପତ୍ନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବିନା ହିଜାବରେ ନଜର ଆସିଛନ୍ତି। ହିଜାବ ପିନ୍ଧି ନ ଥିବାରୁ ଏହା ବଡ଼ ବିବାଦ ହୋଇଯାଇଛି। ଯେଉଁଥିପାଇଁ ରାଶିଦ ଖାନଙ୍କୁ ପ୍ରତିକ୍ରିୟା ଦେବାକୁ ପଡ଼ିଛି।



ରାଶିଦ ଖାନ ଦେଲେ ପ୍ରତିକ୍ରିୟା:

ସୁପରଷ୍ଟାର କ୍ରିକେଟର ରାଶିଦ ଖାନଙ୍କର ନିକଟରେ ଜଣେ ମହିଳାଙ୍କ ସହିତ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହୋଇଥିଲା। ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ରାଶିଦ ଏବେ ମିଡିଆ ସାମ୍ନାରେ ଆସି କହିଛନ୍ତି ଯେ, ଅକ୍ଟୋବର ୩ ତାରିଖରେ କାବୁଲରେ ସେ ନିକାହ କରିଛନ୍ତି। ତେବେ ଫ୍ୟାନ୍ସ ମାନଙ୍କ ମନରେ ପ୍ରଶ୍ନ ଆସିଛି ଯେ, ରାଶିଦଙ୍କ ସହ ଏହି ମହିଳା କିଏ ତାଙ୍କ ପତ୍ନୀ ନା ରାଶିଦ ଦ୍ବିତୀୟ ବିବାହ କରିଛନ୍ତି। ଏହାକୁ ନେଇ ପୁଣି ରାଶିଦ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ପାରମ୍ପରିକ ରୀତିନୀତିରେ ନିକାହ କରିସାରିଛନ୍ତି। ହିଜାବକୁ ନେଇ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଲେ ରାଶିଦ ଖାନ, "ନିକଟରେ ମୁଁ ମୋ ପତ୍ନୀଙ୍କୁ ଏକ ଚାରିଟି କାର୍ଯ୍ୟକ୍ରମକୁ ନେଇଥିଲି। ଦୁର୍ଭାଗ୍ୟବଶତଃ, ଲୋକମାନେ ଏହାକୁ ନେଇ ଭିନ୍ନ ଭିନ୍ନ କଥା କହୁଛନ୍ତି। ସତ୍ୟ ହେଉଛି, ସେ ମୋର ପତ୍ନୀ ଏବଂ ଏହା ଲୁଚାଇବା ଭଳି କୌଣସି ଖବର ନୁହେଁ।”

ଏହାସହ ପଢ଼ନ୍ତୁ: `ଫିଟ୍ ଅଛନ୍ତି ମହମ୍ମଦ ସାମି'....ପୂର୍ବତନ ବିସିସିଆଇ ମୁଖ୍ୟ ଦେଲେ ବଡ଼ ପ୍ରତିକ୍ରିୟା

ନିକାହକୁ ନେଇ ବି ମୁହଁ ଖୋଲିଲେ ରାଶିଦ

ସୁପରଷ୍ଟାର ରାଶିଦ ଖାନ ଯେଉଁଦିନ ନିକାହ କରିଥିଲେ ସେହି ସମାନଦିନ ତାଙ୍କ ୩ ଜଣ ଭାଇ ବିବାହ କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ରାଶିଦ ଲେଖିଛନ୍ତି, ଅଗଷ୍ଟ ୨, ୨୦୨୫ ମସିହାରେ ମୁଁ ମୋ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲି। ମୁଁ ଏମିତି ଜଣେ ମହିଳାଙ୍କୁ ମୋ ଲାଇଫ ପାର୍ଟନର ଭାବେ ବାଛିଛି ଯିଏ ସୁଖ ଏବଂ ଦୁଃଖର ପ୍ରତି ମୁହୂର୍ତ୍ତରେ ମୋ ସହିତ ଅଛି। ରାଶିଦଙ୍କ ବିବାହରେ ଆଫଗାନିସ୍ତାନ ଖେଳାଳିଙ୍କ ବ୍ୟତୀତ ଆଫଗାନ କ୍ରିକେଟ ବୋର୍ଡର ସିଇଓ ନସିମ ଖାନ ମଧ୍ୟ ସାମିଲ ହୋଇଥିଲେ। ଅନ୍ୟ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଶିଦ୍ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି, କିନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ।

ଏହାସହ ପଢ଼ନ୍ତୁ: ସାଉଥ୍ ଆଫ୍ରିକା ସିରିଜ୍ ଖେଳିବେନି ଏହି ଦୁର୍ଦ୍ଦଷ ଖେଳାଳି, ODI ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା



ରାଶିଦ ଖାନ୍ ବିଶେଷ କରି ଧଳା ବଲ୍ କ୍ରିକେଟ୍‌ର ସର୍ବଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ସେ ବର୍ତ୍ତମାନ ଟି-୨୦ ଆନ୍ତର୍ଜାତୀୟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍। ସେ ୧୦୮ ଟି-୨୦ ମ୍ୟାଚ୍‌ରେ ୧୮୨ ୱିକେଟ୍ ନେବା ସହ ଦିନିକିଆରେ ୨୧୦ ୱିକେଟ୍ ଏବଂ ୬ଟି ଟେଷ୍ଟ ମ୍ୟାଚ୍‌ରେ ୪୫ ୱିକେଟ୍ ନେଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rashid Khan Photo with Woman Without Hijab Goes Viral | Argus News