Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ଠାରୁ ୨୩୮ ରନ୍‌ ପଛରେ ଇଂଲଣ୍ତ

Sports

ଭାରତ ଠାରୁ ୨୩୮ ରନ୍‌ ପଛରେ ଇଂଲଣ୍ତ

Jitendra Dash
Browse all articles by Jitendra Dash
·2 years ago·2 min read
ଭାରତ ଠାରୁ ୨୩୮ ରନ୍‌ ପଛରେ ଇଂଲଣ୍ତ

ଅର୍ଗସ ବ୍ୟୁରୋ : ରାଜକୋଟ ଟେଷ୍ଟର ଦ୍ବିତୀୟ ଦିନରେ ଇଂଲଣ୍ଡ ନିଜର ଦମ ଦେଖାଇଛି । ଭାରତ ତା’ର ପ୍ରଥମ ଇନିଂସରେ ୪୪୫ ରନ କରିଥିବା ବେଳେ ଇଂଲଣ୍ଡ ଗୋଟିଏ ସେସନ୍ସରେ ୨୦୭ ରନ କରି ସ୍ଥିତି ସୁଦୃଢ କରିଛି । ଇଂଲିଶ ଟିମର ଓପନର ବେନ ଡକେଟ ମାତ୍ର ୮୮ ବଲରେ ଶତକ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟ ହରାଇ ୨୦୭ ରନ କରିଛି । ଏବେ ଦଳ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ମାତ୍ର ୨୩୮ ରନ ପଛରେ ରହିଛି । 

ଷ୍ଟମ୍ପ ଅପସାରଣ ବେଳକୁ ବେନ ଡକେଟ ୧୧୮ ବଲରେ ୧୩୩ ଓ ଜୋ ରୁଟ ୧୩ ବଲରେ ୯ ରନ କରି ଅପରାଜିତ ରହିଛନ୍ତି । ବ୍ୟାଟରଙ୍କୁ ସୁହାଉଥିବା ରାଜକୋଟ ପିଚ୍‌ରେ ଇଂଲଣ୍ଡ ଏବେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଛି । ସେପଟେ ପ୍ରଥମ ଦିନରେ ୫ ୱିକେଟ ହରାଇ ୩୨୬ ରନ କରିଥିବା ଭାରତ ଆଜି ରବି ଅଶ୍ୱିନଙ୍କ ୩୭ ଓ ଧ୍ରୁବ ଜୁରେଲ୪୬ ରନ ବଳରେ ୪୪୫ ରନ କରିବାକୁ ସକ୍ଷମ ହୋଇଥିଲା ।

ଏବେ ଦଳ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ମାତ୍ର ୨୩୮ ରନ ପଛରେ ରହିଛି । ଷ୍ଟମ୍ପ ଅପସାରଣ ବେଳକୁ ବେନ ଡକେଟ ୧୧୮ ବଲରେ ୧୩୩ ଓ ଜୋ ରୁଟ ୧୩ ବଲରେ ୯ ରନ କରି ଅପରାଜିତ ରହିଛନ୍ତି। ବ୍ୟାଟରଙ୍କୁ ସୁହାଉଥିବା ରାଜକୋଟ ପିଚ୍‌ରେ ଇଂଲଣ୍ଡ ଏବେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଛି । ପ୍ରଥମ ଦିନରେ ୫ ୱିକେଟ ହରାଇ ୩୨୬ ରନ କରିଥିବା ଭାରତ ଆଜି ପ୍ରାରମ୍ଭିକ ଝଟକାର ସମ୍ମୁଖୀନ ହୋଇଥିଲା । ନାଇଟ ୱାଚମ୍ୟାନ କୁଲଦୀପ ଯାଦବ ୪ ଓ ଗତକାଲି ୧୧୦ ରନ କରିଥିବା ରବୀନ୍ଦ୍ର ଜାଡେଜା ଏଥିରେ ଆଉ ୨ ରନ ଯୋଡ଼ି ପ୍ୟାଭିଲିୟନ ଫେରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଖେଳ ଖବର

ତେବେ ରବି ଅଶ୍ୱିନ(୩୭) ଓ ଧ୍ରୁବ ଜୁରେଲ(୪୬) ସ୍ଥିତି ସମ୍ଭାଳି ୭୭ ରନର ଭାଗିଦାରୀ କରିଥିଲେ । ସେହିପରି ଶେଷ ୱିକେଟ ପାଇଁ ଯଶପ୍ରୀତ ବୁମ୍ରା ଦ୍ରୁତ ୨୬ ରନର ଇନିଂସ ଖେଳିବାରୁ ଭାରତ ୪୪୫ ରନ କରିବାକୁ ସକ୍ଷମ ହୋଇଥିଲା । ଚା’ ପାନ ବିରତୀର ଠିକ ପୂର୍ବରୁ ଭାରତ ଅଲଆଉଟ ହୋଇଯିବାରୁ ଇଂଲଣ୍ଡ ଟିମ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା । ଆରମ୍ଭରୁ ହିଁ ଜ୍ୟାକ କ୍ରାଉଲୀ ଓ ଡକେଟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦଳର ମୁଖ୍ୟକୋଚ ବ୍ରେଣ୍ଡନ ମ୍ୟାକକୁଲମଙ୍କ ନିକ ନେମ ଅନୁସାରେ ବାଜବଲ କ୍ରିକେଟ ଖେଳୁଥିବା ଇଂଲଣ୍ଡ ଭାରତୀୟ ବୋଲରଙ୍କୁ ସେଟଲ ହେବାକୁ ଦେଇ ନଥିଲା । ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୮୯ରେ ପହଞ୍ଚାଇ ଦେଇଥିଲେ । ଡକେଟ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏତିକି ବେଳେ ବୋଲିଂ କରିବାକୁ ଆସିଥିଲେ ଅଭିଜ୍ଞ ରବି ଅଶ୍ୱିନ । ସେ ୧୫ ରନ କରିଥିବା କ୍ରାଉଲୀଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ ।

Argus Whatsapp Channel Mobile Top
Sponsored
Ravichandran Ashwin bags wicket No. 500; Ben Duckett slams record ton | Argus News