Videos
|
Sports

Jadeja Yamraj Post / ୧୫ ବର୍ଷୀୟ ବୈଭବଙ୍କ ଏମିତି ଜଲୱା, ମୁକୁଟ ପିନ୍ଧାଇ ‘ଯମରାଜ’ ସଜାଇଲେ ଜାଡେଜା...ଫଟୋ ଭାଇରାଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·37 mins ago·2 min read
୧୫ ବର୍ଷୀୟ ବୈଭବଙ୍କ ଏମିତି ଜଲୱା, ମୁକୁଟ ପିନ୍ଧାଇ ‘ଯମରାଜ’ ସଜାଇଲେ ଜାଡେଜା...ଫଟୋ ଭାଇରାଲ୍‌
Vaibhav Sooryavanshi

Key Points

ବୈଭବଙ୍କ ବ୍ୟାଟିଂରେ ଥରହର UAE ବୋଲର
ବୈଭବଙ୍କୁ ଯମରାଜ ସଜାଇଲେ ରବୀନ୍ଦ୍ର ଜାଡେଜା
ଜାଡେଜାଙ୍କ ପୋଷ୍ଟ ଭାଇରାଲ୍‌
ଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍‌ ଜଗତରେ ନୂଆ ଇତିହାସ ରଚିଛନ୍ତି ଭାରତର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ । UAE ବିପକ୍ଷରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ACC ମେନ୍ସ ରାଇଜିଂ ଷ୍ଟାର ଏସିଆ କପ୍‌ ୨୦୨୬ରେ ଭାରତ A ପକ୍ଷରୁ ଖେଳି ବୈଭବ ମାତ୍ର ୫୩ଟି ବଲ୍‌ରେ ୨୦୪ ରନ୍‌ର ଐତିହାସିକ ଇନିଂସ୍‌ ଖେଳିଛନ୍ତି ।

ତାଙ୍କର ଏହି ଅବିଶ୍ୱସନୀୟ ପ୍ରଦର୍ଶନ ଦେଖି ଭାରତୀୟ ଦଳର ଷ୍ଟାର୍‌ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜା ମଧ୍ୟ ବୈଭବଙ୍କ ପ୍ରଶଂସା କରିଛନ୍ତି । ସେ ସୋସିଆଲ ମିଡିଆରେ ବୈଭବଙ୍କର ଏକ ମଜାଦାର ଏଡିଟେଡ୍‌ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ବୈଭବଙ୍କୁ ଯମରାଜଙ୍କ ରୂପରେ ଦେଖାଯାଇଛି ।

ଜାଡେଜାଙ୍କ ପୋଷ୍ଟ ହେଲା ଭାଇରାଲ୍‌

୨୪ ନଭେମ୍ବର ୨୦୨୬ରେ ଜାଡେଜା ସେୟାର କରିଥିବା ଏହି ଫଟୋରେ ବୈଭବଙ୍କ ମୁଣ୍ଡରେ ମୁକୁଟ ଥିବା ଦେଖିବାକୁ ମିଳିଛି । ତାଙ୍କୁ ଯମରାଜଙ୍କ ରୂପରେ ଉପସ୍ଥାପନ କରାଯାଇଛି । UAE ବୋଲରଙ୍କ ବିପକ୍ଷରେ ବୈଭବ ଯେଉଁଭଳି ଭାବେ ରନ୍‌ ବର୍ଷା କରିଥିଲେ, ତାହାକୁ ନେଇ ଜାଡେଜାଙ୍କ ଏହି ମଜାଦାର ପୋଷ୍ଟ ଯୁବ ବ୍ୟାଟର୍‌ଙ୍କ ପ୍ରଦର୍ଶନର ଏକ ଭିନ୍ନ ଅନ୍ଦାଜରେ ପ୍ରଶଂସା କରିଛି । ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସାଉଁଟିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାତ୍ର ୧୪.୨ ଓଭରରେ ହାସଲ ହେଲା ୨୫୦ ରନ୍‌ର ଲକ୍ଷ୍ୟ

ଦୋହାସ୍ଥିତ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଭାରତ A ଓ UAE ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି UAE ଭାରତ A ସମ୍ମୁଖରେ ୨୫୦ ରନ୍‌ର ଲକ୍ଷ୍ୟ ରଖିଥିଲା ।

ଏହାର ଜବାବରେ ବୈଭବ ଆରମ୍ଭରୁ ହିଁ UAE ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ । ମାତ୍ର ୫୩ଟି ବଲ୍‌ରେ ୨୦୪ ରନ୍‌ କରି ସେ ଭାରତ Aକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ଭାରତ A ମାତ୍ର ୧୪.୨ ଓଭରରେ ୩ ୱିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଦଳ ୭ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତିଥିଲା। ବୈଭବ ଆଉଟ୍‌ ହେବା ପରେ କୁମାର କୁଶାଗ୍ର ଓ ରିଙ୍କୁ ସିଂହ ଅପରାଜିତ ରହିଥିଲେ ।

ଭାଙ୍ଗିଲେ ଅନେକ ବଡ଼ ରେକର୍ଡ

ବୈଭବଙ୍କ ଏହି ଇନିଂସ୍‌ ଲିଷ୍ଟ A କ୍ରିକେଟ୍‌ର ଅନେକ ବଡ଼ ରେକର୍ଡକୁ ଭାଙ୍ଗିଦେଇଛି । ସେ ମାତ୍ର ୨୮ଟି ବଲ୍‌ରେ ନିଜ ଶତକ ପୂରଣ କରିଥିଲେ । ଏହା ସହିତ ଅଷ୍ଟ୍ରେଲିଆର ଜେକ୍‌ ଫ୍ରେଜର-ମ୍ୟାକଗର୍କଙ୍କ ୨୯ ବଲ୍‌ରେ ଶତକ ରେକର୍ଡକୁ ପଛରେ ପକାଇଥିଲେ ।

ସେହିପରି ମାତ୍ର ୪୦ଟି ବଲ୍‌ରେ ୧୫୦ ରନ୍‌ ପୂରଣ କରି ଲିଷ୍ଟ A କ୍ରିକେଟ୍‌ରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ଦ୍ରୁତତମ ବ୍ୟାଟର୍‌ ହୋଇଥିଲେ । ଏହାପରେ ମାତ୍ର ୫୨ଟି ବଲ୍‌ରେ ଦ୍ୱିଶତକ ପୂରଣ କରି ଇତିହାସ ରଚିଥିଲେ ବୈଭବ। ଏହା ସହିତ ଲିଷ୍ଟ A କ୍ରିକେଟ୍‌ରେ ସବୁଠାରୁ ଦ୍ରୁତ ଦ୍ୱିଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଥିଲେ । ତାଙ୍କର ଏହି ୨୦୪ ରନ୍‌ର ଇନିଂସ୍‌ରେ ୨୮ଟି ଛକା ମଧ୍ୟ ସାମିଲ ଥିଲା ।