Videos
|
Sports

IPL 2026 / ୯୨ ରନ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲ୍‌ରେ RCB, କମାଲ୍ କଲେ ବିରାଟ

Sushanta Sahoo
Browse all articles by Sushanta Sahoo
·3 months ago·2 min read
୯୨ ରନ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲ୍‌ରେ RCB, କମାଲ୍ କଲେ ବିରାଟ
King Kohli shines again

Key Points

ଆଇପିଏଲ୍‌ର ଚଳିତ ସଂସ୍କରଣରେ କୋହଲି ଏବେ ସୁଦ୍ଧା ୬୦୦ ରନ୍ କରି ସାରିଲେଣି । ଏଭଳି ଭାବେ ଆଇପିଏଲ୍‌ର ୪ଟି ସଂସ୍କରଣରେ କୋହଲି ୬୦୦ରୁ ଅଧିକ ରନ୍ ସ୍କୋର୍ କରି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ।
ଧର୍ମଶାଳା: ଆଇପିଏଲ୍ ଫାଇନାଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । କ୍ଵାଲିଫାୟର୍-୧ ମ୍ୟାଚ୍‌ରେ ଆରସିବି, ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲ୍‌ରେ ପହଞ୍ଚିଛି । ଧର୍ମଶାଳାରେ ଖେଳା ଯାଇଥିବା କ୍ଵାଲିଫାୟର-୧ ମ୍ୟାଚ୍‌କୁ ୯୨ ରନ୍‌ରେ ଜିତି ନେଇଛି ବେଙ୍ଗାଳୁରୁ ।

ପ୍ରଥମେ ବ୍ୟାଟିଂ କରି ଆରସିବି ୫ ୱିକେଟ୍ ହରାଇ ୨୫୪ ରନ୍ ସ୍କୋର୍ କରିଥିଲା । ଜବାବରେ ଗୁଜରାଟ ଟାଇଟନ୍ସ ୧୯.୩ ଓଭର୍‌ରେ ମାତ୍ର ୧୬୨ ରନ୍ କରିବାରେ ସକ୍ଷମ ହୋଇଥିଲା । ପାଳି ଆରମ୍ଭରୁ ହିଁ ଧ୍ଵସ୍ତ ହୋଇଥିଲା ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଲାଇନ୍ ।

ଏଥିସହ ପଢ଼ନ୍ତୁ: ୧୫ ବର୍ଷରେ ବୈଭବଙ୍କ ବଡ଼ ସ୍ବପ୍ନ, ଟି-୨୦ରେ ୨୦୦ ରନ୍‌ କରିବି...ଗେଲ୍‌ଙ୍କ ରେକର୍ଡ ଭାଙ୍ଗିବି 

୨.୩ ଓଭର୍‌ରେ ପ୍ରଥମେ ଓପନର୍ ସାଇ ସୁଦର୍ଶନ ଆଉଟ୍ ହୋଇଥିଲେ । ୩.୧ ଓଭର୍‌ରେ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ଅଧିନାୟକ ଶୁବମନ ଗିଲ୍ । ଏହାପରେ ଦଳର ଗୋଟିଏ ପରେ ଗୋଟି ୱିକେଟ୍ ଖସିବାରେ ଲାଗିଥିଲା । ଦଳ ପକ୍ଷରୁ ରାହୁଲ ତେୱାଟିଆ ସର୍ବାଧିକ ୬୮ ରନ୍ ସ୍କୋର୍ କରି ପାଳି ସମ୍ଭାଳି ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରାଟଙ୍କ କମାଲ୍

କ୍ଵାଲିଫାୟର୍-୧ ମ୍ୟାଚ୍‌ରେ ବିରାଟ କୋହଲି ୫ ବଲ୍‌ରେ ୪୩ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୫ଟି ଚଉକା ଓ ଗୋଟିଏ ଛକା ରହିଛି । ଏହି ସ୍କୋର୍ ସହ ବିରାଟ ଆଇପିଏଲ୍‌ର ୪ଟି ସଂସ୍କରଣରେ ଲଗାତାର ୬୦୦ କିମ୍ବା ତାଠୁ ଅଧିକ ରନ୍ କରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ।

'କିଙ୍ଗ୍' କୋହଲି ୨୦୨୩, ୨୦୨୪ ଓ ୨୦୨୫ରେ ୬୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ଆଇପିଏଲ୍‌ର ଚଳିତ ସଂସ୍କରଣରେ କୋହଲି ଏବେ ସୁଦ୍ଧା ୬୦୦ ରନ୍ କରି ସାରିଲେଣି । ଏଭଳି ଭାବେ ଆଇପିଏଲ୍‌ର ୪ଟି ସଂସ୍କରଣରେ କୋହଲି ୬୦୦ରୁ ଅଧିକ ରନ୍ ସ୍କୋର୍ କରି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ।

ଏଥିସହ ପଢ଼ନ୍ତୁ: IPLରୁ ବାହାରିବା ପରେ ଇନଷ୍ଟାରୁ ହଠାତ ୨୦୦ ପୋଷ୍ଟ ଡିଲିଟ କଲେ ଅର୍ଶଦୀପ…DP ମଧ୍ୟ ବଦଳାଇଲେ…ହେଲେ କାହିଁକି? 

ଏହି ତାଲିକାରେ କ୍ରିସ୍ ଗେଲ୍, ଡେଭିଡ୍ ୱାର୍ଣ୍ଣର ଓ କେଏଲ୍ ରାହୁଲ ମଧ୍ୟ ଆଇପିଏଲ୍‌ରେ ୩ଟି ସଂସ୍କରଣରେ ଲଗାତାର ୬୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ଗେଲ୍ ୨୦୧୧, ୨୦୧୨ ଓ ୨୦୧୩ରେ ଏହି ଉପଲବ୍ଧି ହାସଲ କରିଥିଲେ । ୨୦୧୬, ୨୦୧୭ ଓ ୨୦୧୯ରଏ ଡେଭିଡ୍‌ଙ୍କୁ ଏହି ସଫଳତା ମିଳିଥିଲା । କେଏଲ୍ ରାହୁଲ୍ ୨୦୨୨, ୨୦୨୧ ଓ ୨୦୨୨ରେ ଲଗାତାର ୬୦୦ରୁ ଅଧିକ ରନ୍ ସ୍କୋର୍ କରିଥିଲେ ।

କ୍ଵାଲିଫାୟର୍‌-୧ରେ କୋହଲିଙ୍କ ୪୩ ରନ୍

ଗୁଜରାଟ ଟାଇଟନ୍ସ ବିପକ୍ଷ ପ୍ରଥମ କ୍ଵାଲିଫାୟର୍ ମୁକାବିଲାରେ କୋହଲି ଚମକିଛନ୍ତି । ପାଳି ଆରମ୍ଭ କରି ବିରାଟ ୨୫ ବଲ୍‌ରେ ୧୭୨.୦୦ ଷ୍ଟ୍ରାଇକ୍ ରେଟ୍‌ରେ ୪୩ ରନ୍ କରିଛନ୍ତି । ବିରାଟଙ୍କ ବ୍ୟାଟ୍‌ରୁ ୫ଟି ଚଉକା, ଗୋଟିଏ ଛକା ଦେଖିବାକୁ ମିଳିଛି । ହୋଲ୍ଡରଙ୍କ ବଲ୍‌ରେ ବିରାଟ ବୋଲ୍ଡ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି ।