Vaibhav Sooryavanshi T20 Record / ୧୫ ବର୍ଷରେ ବୈଭବଙ୍କ ବଡ଼ ସ୍ବପ୍ନ, ଟି-୨୦ରେ ୨୦୦ ରନ୍ କରିବି...ଗେଲ୍ଙ୍କ ରେକର୍ଡ ଭାଙ୍ଗିବି
·1 hour ago·2 min read

Key Points
ନୂଆ ଇତିହାସ ଲେଖିବାକୁ ପ୍ରସ୍ତୁତ ବୈଭବ
୫ ବର୍ଷୀୟ ବୈଭବଙ୍କ ବଡ଼ ଘୋଷଣା
T20ରେ ଡବଲ ସେଞ୍ଚୁରି ଲକ୍ଷ୍ୟ
୫ ବର୍ଷୀୟ ବୈଭବଙ୍କ ବଡ଼ ଘୋଷଣା
T20ରେ ଡବଲ ସେଞ୍ଚୁରି ଲକ୍ଷ୍ୟ
ଆଇପିଏଲ ୨୦୨୬ ଫାଇନାଲ ପୂର୍ବରୁ ବଡ଼ ଦାବି କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଆଉ ବୈଭବଙ୍କ ଏହି ବୟାନ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ସୂର୍ଯ୍ୟବଂଶୀ ଏକ ସାହସିକ ଦାବି କରି କହିଛନ୍ତି ଯେ ସେ ଟି-୨୦ କ୍ରିକେଟରେ ପ୍ରଥମ ଦ୍ୱିଶତକ ହାସଲ କରିବାକୁ ଚାହାଁନ୍ତି । ଏହି ଦାବି ସହିତ ସୂର୍ଯ୍ୟବଂଶୀ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ଗେଲ୍ ବର୍ତ୍ତମାନ ଟି-୨୦ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ନିଜ ପାଖରେ ରଖିଛନ୍ତି ।
ବୈଭବ ଟି-୨୦ କ୍ରିକେଟରେ ପ୍ରଥମ ଦ୍ୱିଶତକ ହାସଲ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି
ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଟି-୨୦ କ୍ରିକେଟରେ କେବେ ଦ୍ୱିଶତକ ହାସଲ କରିନାହାଁନ୍ତି । ନିକଟରେ, ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନଙ୍କ ଶୋ, "ଦି ସ୍ୱିଚ୍"ରେ ଆଲୋଚନା କରିବା ସମୟରେ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ କହିଥିଲେ, "ମୁଁ ଟି-୨୦ କ୍ରିକେଟରେ ୨୦୦ ରନ କରିବାକୁ ଚାହେଁ ।" ପିଟରସନ ଉତ୍ତର ଦେଇଥିଲେ, "ଗେଲଙ୍କ ୧୭୫ ରନର ରେକର୍ଡ ରହିଛି ।" ତା'ପରେ ବୈଭବ କହିଥିଲେ, "ମୁଁ ତାଙ୍କର (କ୍ରିସ୍ ଗେଲଙ୍କ) ରେକର୍ଡ ଭାଙ୍ଗି ଟି-୨୦ରେ ୨୦୦ ରନ କରିବାକୁ ଚାହେଁ ।"
IPL 2026 ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ପ୍ରଦର୍ଶନ
ଚଳିତ IPL ରେ ବୈଭବ ଦମଦାର ପ୍ରଦର୍ଶନ କରୁଛନ୍ତି । ସେ ଚଳିତ ଆଇପିଏଲରେ ସର୍ବାଧିକ ରନ୍ ସ୍କୋରର ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି । ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ବୈଭବ ୧୪ ମ୍ୟାଚ୍ରେ ୧୪ ଇନିଂସରେ ୪୧.୬୪ ହାରରେ ଏବଂ ୨୩୨.୨୭ ଷ୍ଟ୍ରାଇକ୍ ରେଟ୍ରେ ୫୮୩ ରନ କରିଛନ୍ତି ।
IPL ରେ ଦ୍ରୁତତମ ଶତକ (ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବରେ)
ଆଇପିଏଲ ଇତିହାସରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦ୍ୱାରା ଦ୍ରୁତତମ ଶତକର ରେକର୍ଡ ବୈଭବଙ୍କ ନାମରେ ଅଛି। ସେ IPL 2025 ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରି ଇତିହାସ ରଚିଥିଲେ । ମୋଟାମୋଟି ଭାବରେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ବୈଭବ ଦ୍ୱିତୀୟ ଦ୍ରୁତତମ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ୍ ଅଟନ୍ତି ।
ବୈଭବ ସୂର୍ଯ୍ୟବଂଶୀଙ୍କ T20 କ୍ୟାରିୟର୍
ବୈଭବ ତାଙ୍କ T20 କ୍ୟାରିୟରରେ ଏପର୍ଯ୍ୟନ୍ତ ୩୨ ମ୍ୟାଚ୍ ଖେଳିଛନ୍ତି । ସେ ୩୨ ଇନିଂସରେ ବ୍ୟାଟିଂ କରି ୪୧.୪୧ ହାରରେ ଏବଂ ୨୧୬.୧୬ ଷ୍ଟ୍ରାଇକ୍ ରେଟ୍ ସହିତ ୧୨୮୪ ରନ କରିଛନ୍ତି । ଏହି ଛୋଟ କ୍ୟାରିୟର ମଧ୍ୟରେ ସେ ୪ ଶତକ ଓ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି ।

Vaibhav Sooryavanshi Wants To Score 200 Runs In T20! 🤯🔥
— The Switch | Kevin Pietersen (@kptheswitch) May 25, 2026
Chris Gayle Holds The Record At 175! 😅 pic.twitter.com/liNldqDn0k
IPL 2026 ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ପ୍ରଦର୍ଶନ
ଚଳିତ IPL ରେ ବୈଭବ ଦମଦାର ପ୍ରଦର୍ଶନ କରୁଛନ୍ତି । ସେ ଚଳିତ ଆଇପିଏଲରେ ସର୍ବାଧିକ ରନ୍ ସ୍କୋରର ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି । ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ବୈଭବ ୧୪ ମ୍ୟାଚ୍ରେ ୧୪ ଇନିଂସରେ ୪୧.୬୪ ହାରରେ ଏବଂ ୨୩୨.୨୭ ଷ୍ଟ୍ରାଇକ୍ ରେଟ୍ରେ ୫୮୩ ରନ କରିଛନ୍ତି ।
IPL ରେ ଦ୍ରୁତତମ ଶତକ (ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବରେ)
ଆଇପିଏଲ ଇତିହାସରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦ୍ୱାରା ଦ୍ରୁତତମ ଶତକର ରେକର୍ଡ ବୈଭବଙ୍କ ନାମରେ ଅଛି। ସେ IPL 2025 ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରି ଇତିହାସ ରଚିଥିଲେ । ମୋଟାମୋଟି ଭାବରେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ବୈଭବ ଦ୍ୱିତୀୟ ଦ୍ରୁତତମ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ୍ ଅଟନ୍ତି ।
ବୈଭବ ସୂର୍ଯ୍ୟବଂଶୀଙ୍କ T20 କ୍ୟାରିୟର୍
ବୈଭବ ତାଙ୍କ T20 କ୍ୟାରିୟରରେ ଏପର୍ଯ୍ୟନ୍ତ ୩୨ ମ୍ୟାଚ୍ ଖେଳିଛନ୍ତି । ସେ ୩୨ ଇନିଂସରେ ବ୍ୟାଟିଂ କରି ୪୧.୪୧ ହାରରେ ଏବଂ ୨୧୬.୧୬ ଷ୍ଟ୍ରାଇକ୍ ରେଟ୍ ସହିତ ୧୨୮୪ ରନ କରିଛନ୍ତି । ଏହି ଛୋଟ କ୍ୟାରିୟର ମଧ୍ୟରେ ସେ ୪ ଶତକ ଓ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories