RCB Home Matches / RCB ପାଇଁ ଖୁସି ଖବର, ଏମ୍ ଚିନ୍ନାସ୍ୱାମୀରେ ପୁଣି ମ୍ୟାଚ୍ ଆୟୋଜନକୁ ମିଳିଲା ଅନୁମତି
·9 months ago·2 min read

Key Points
କର୍ଣ୍ଣାଟକ ସରକାର ଦେଲେ ଗ୍ରିନ୍ ସିଗ୍ନାଲ୍
ଚିନ୍ନାସ୍ୱାମୀକୁ ଫେରିଲା କ୍ରିକେଟ୍
IPL ୨୦୨୬ ପୂର୍ବରୁ ବେଙ୍ଗାଲୁରୁରେ ଖେଳିପାରନ୍ତି କୋହଲି

IPL ୨୦୨୬ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଇଁ ଖୁସି ଖବର । କର୍ଣ୍ଣାଟକ ସରକାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ୧୮ ବର୍ଷ ପରେ ଗତ ବର୍ଷ ଆଇପିଏଲରେ ଚମ୍ପିଆନ୍ ହୋଇଥିଲା RCB । ଆଉ ଏହା ପରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେମାନେ ତାଙ୍କର ବିଜୟ ଉତ୍ସବ ପାଳନ କରିଥିଲା । କିନ୍ତୁ ଭିତରେ ବିଜୟ ଉତ୍ସବ ପାଳନ ହେଉଥିବା ବେଳେ ଷ୍ଟାଡିୟମ ବାହାରେ ଦଳଚକାଟା ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାଫଳରେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନବନିର୍ବାଚିତ KSCA ମୁଖ୍ୟ ଭେଙ୍କଟେଶ ପ୍ରସାଦ ନିର୍ବାଚନ ଜିତିବାର ଗୋଟିଏ ସପ୍ତାହ ପରେ କର୍ଣ୍ଣାଟକ ସରକାରଙ୍କଠାରୁ ମ୍ୟାଚ୍ ଆୟୋଜନ ପାଇଁ ଅନୁମୋଦନ ପାଇଥିଲେ । ଏହା ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ BCCIର ରାଡାରକୁ ଫେରିବା ପାଇଁ ପଥ ପରିଷ୍କାର କରିଛି । ଏହା ମଧ୍ୟ କୁହାଯାଉଛି ଯେ BCCIକୁ ମଧ୍ୟ ସାମ୍ପ୍ରତିକ ଘଟଣାବଳୀ ବିଷୟରେ ଅବଗତ କରାଯାଇଛି ।
କ’ଣ ବିରାଟ କୋହଲି IPL ୨୦୨୬ ପୂର୍ବରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳିବେ ?
ରିପୋର୍ଟ ଅନୁଯାୟୀ, ଏହା ସ୍ପଷ୍ଟ ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୨୬ରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେମାନଙ୍କର ଘରୋଇ ମ୍ୟାଚ୍ ଖେଳିବ । କିନ୍ତୁ ଲିଗ୍ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ଚିନ୍ନାସ୍ବାମୀରେ ଖେଳୁଥିବାର ନଜର ଆସିପାରନ୍ତି । ଦିଲ୍ଲୀ ଏଠାରେ ବିଜୟ ହଜାରେ ଟ୍ରଫିରେ ଖେଳିପାରେ । ଆଉ ବିରାଟ କୋହଲି ଚଳିତ ବର୍ଷ ଦିଲ୍ଲୀ ପାଇଁ ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି ଘୋଷଣା କରିଛନ୍ତି । ତେଣୁ ଆଇପିଏଲ ପୂର୍ବରୁ ଚିନ୍ନାସ୍ବାମୀରେ ବିରାଟ ଖେଳିପାରନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁଯାୟୀ, ସୁରକ୍ଷା ଏବଂ ଲଜିଷ୍ଟିକ୍ ସମସ୍ୟା ଯୋଗୁଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଦିଲ୍ଲୀର ବିଜୟ ହଜାରେ ଟ୍ରଫି ମ୍ୟାଚ୍ଗୁଡ଼ିକୁ ଅଲୁରରୁ ସ୍ଥାନାନ୍ତର କରିବାକୁ ବିଚାର କରୁଛି । ବର୍ତ୍ତମାନର ସୂଚନା ଅନୁଯାୟୀ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଦିଲ୍ଲୀ ଦଳରେ ସାମିଲ କରାଯାଇଛି । ଉଭୟ ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ବୋଲି ଆଶା କରାଯାଉଛି ।
ବିଜୟ ହଜାରେ ଟ୍ରଫିରେ ପ୍ରଶଂସକମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ
ରିପୋର୍ଟ ଅନୁଯାୟୀ, KSCA ବିରାଟ କୋହଲି ଏବଂ ଋଷଭ ପନ୍ତ ଯେଉଁ ମ୍ୟାଚ୍ଗୁଡ଼ିକରେ ଖେଳିବେ ସେଗୁଡ଼ିକ ପାଇଁ କିଛି ଷ୍ଟାଣ୍ଡ୍ ଖୋଲାଯିବା ବିଷୟରେ ବିଚାର କରୁଛି । KSCA ୨ ହଜାରରୁ ୩ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରୁଛି । ଏହି ବର୍ଷ ଆରମ୍ଭରେ ବିରାଟ କୋହଲି ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା ସମୟରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ ବାହାରେ ବହୁ ସଂଖ୍ୟକ ପ୍ରଶଂସକଙ୍କ ଭିଡ଼ ଜମିଥିଲା ।

Related Topics
Explore more stories