RCB IPL 2027 / RCB ନେବ ବଡ଼ ନିଷ୍ପତ୍ତି, IPL ୨୦୨୭ ପୂର୍ବରୁ ୩ ଖେଳାଳିଙ୍କୁ କରିପାରେ ରିଲିଜ୍...
·1 hour ago·2 min read

Key Points
IPL ୨୦୨୭ ପାଇଁ RCBର ବଡ଼ ପ୍ଲାନ
ଏହି ୩ ଖେଳାଳିଙ୍କୁ ରିଲିଜ୍ କରିପାରେ ଟିମ୍
ଜାଣନ୍ତୁ କିଏ ଏହି ୩ ଜଣ ଖେଳାଳି ?
ଏହି ୩ ଖେଳାଳିଙ୍କୁ ରିଲିଜ୍ କରିପାରେ ଟିମ୍
ଜାଣନ୍ତୁ କିଏ ଏହି ୩ ଜଣ ଖେଳାଳି ?
ଲଗାତାର ଦୁଇଥର IPL ଟ୍ରଫି ଜିତି ଇତିହାସ ରଚିଥିବା RCB ଏବେ ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି । ଚାମ୍ପିଅନ୍ ହେବା ସତ୍ତ୍ବେ ଦଳ ଆସନ୍ତା IPL ୨୦୨୭ ପୂର୍ବରୁ ସ୍କ୍ୱାର୍ଡରେ ବଡ଼ ପରିବର୍ତ୍ତନ କରିପାରେ । ଖରାପ ପ୍ରଦର୍ଶନ ଓ ଆଶା ଅନୁଯାୟୀ ଖେଳିପାରିନଥିବା କିଛି ଖେଳାଳିଙ୍କ ରିଲିଜ୍ କରିପାରେ ଆରସିବି । IPL ଟ୍ରଫି ହାତେଇବା ସତ୍ତ୍ବେ ଦଳରେ ବଡ଼ ପରିବର୍ତ୍ତନ କରିପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରତ୍ୟେକ ଫ୍ରାଞ୍ଚାଇଜି ନୂଆ ସିଜନ୍ ପୂର୍ବରୁ ଦଳର ସମୀକ୍ଷା କରିଥାଏ । ଏହି କ୍ରମରେ RCB ମଧ୍ୟ କିଛି ଖେଳାଳିଙ୍କୁ ରିଲିଜ୍ କରିବାକୁ ବିଚାର କରିପାରେ, ଯେଉଁମାନେ ଗତ ସିଜିନରେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲେ ।
୧. ଜିତେଶ ଶର୍ମା
IPL ୨୦୨୬ ମେଗା ନିଲାମରେ RCB ଜିତେଶ ଶର୍ମାଙ୍କୁ ୧୧ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । କିନ୍ତୁ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ସେ ଦଳର ଭରସାକୁ ସାର୍ଥକ କରିପାରିନଥିଲେ । ସମ୍ପୂର୍ଣ୍ଣ ସିଜିନରେ ୧୬ଟି ମ୍ୟାଚ୍ ଖେଳି ସେ ମାତ୍ର ୧୧୬ ରନ୍ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ଥିଲା ୨୩ ରନ୍। ଜଣେ ଫିନିଶର ଭାବେ ବଡ଼ ଇନିଂସ ଖେଳିବାରେ ସେ ବାରମ୍ବାର ବିଫଳ ହୋଇଥିଲେ। ତେଣୁ ଆସନ୍ତା ସିଜିନ୍ ପୂର୍ବରୁ RCB ତାଙ୍କୁ ରିଲିଜ୍ କରିପାରେ ।
୨. ରୋମାରିଓ ଶେଫର୍ଡ
ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରୋମାରିଓ ଶେଫର୍ଡ ଗତ ଦୁଇଟି ଟାଇଟଲ ବିଜୟୀ ସିଜନରେ RCBର ଅଂଶ ଥିଲେ । କିନ୍ତୁ ତାଙ୍କର ଅବଦାନ ସୀମିତ ରହିଥିଲା । IPL ୨୦୨୬ରେ ସେ ୧୫ଟି ମ୍ୟାଚ୍ରେ କେବଳ ୮୩ ରନ୍ କରିବା ସହ ୭ଟି ୱିକେଟ ନେଇଥିଲେ । ନିମ୍ନକ୍ରମରେ ଦ୍ରୁତ ବ୍ୟାଟିଂ ଏବଂ ଗୁରୁତ୍ୱପୂର୍ଣ୍ଣ ସମୟରେ ୱିକେଟ ନେବାର ଆଶା ଥିଲେ ମଧ୍ୟ ସେ ନିରନ୍ତର ଭାବେ ପ୍ରଭାବ ପକାଇ ପାରିନଥିଲେ । IPL ୨୦୨୫ରେ ମଧ୍ୟ ତାଙ୍କ ପ୍ରଦର୍ଶନ ସାଧାରଣ ଥିଲା । ଏହି କାରଣରୁ RCB ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଦେଶୀ ଅଲରାଉଣ୍ଡରଙ୍କୁ ସୁଯୋଗ ଦେଇପାରେ ।
୩. ୟଶ ଦୟାଲ
ବାମହାତୀ ଦ୍ରୁତ ବୋଲର ୟଶ ଦୟାଲ ବ୍ୟକ୍ତିଗତ କାରଣରୁ IPL ୨୦୨୬ରେ ଗୋଟିଏ ମ୍ୟାଚ୍ ମଧ୍ୟ ଖେଳିପାରିନଥିଲେ । ତାଙ୍କ ଅନୁପସ୍ଥିତିରେ RCB ରସିଖ ଦାରଙ୍କୁ ସୁଯୋଗ ଦେଇଥିଲା ଏବଂ ସେ ୨୦ଟି ୱିକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ । ଦଳକୁ ନୂଆ ବିକଳ୍ପ ମିଳିଯିବା ପରେ ୟଶ ଦୟାଲଙ୍କ ପାଇଁ ପ୍ଲେଇଂ ଇଲେଭେନକୁ ଫେରିବା ସହଜ ହେବ ନାହିଁ । ଏହାଛଡ଼ା ସେ କିଛି ଆଇନଗତ ମାମଲାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ । ୫ କୋଟି ଟଙ୍କାରୁ ଅଧିକ ଦରମା ପାଉଥିବା ଏହି ବୋଲରଙ୍କୁ ଆଗାମୀ ସିଜିନ୍ ପୂର୍ବରୁ RCB ରିଲିଜ୍ କରିପାରେ ।
IPL ୨୦୨୭ ନିଲାମ ପୂର୍ବରୁ RCB ନିଜ ଦଳକୁ ଆହୁରି ଶକ୍ତିଶାଳୀ କରିବାକୁ ଚାହିଁବ । ଏପରିସ୍ଥିତିରେ ଜିତେଶ ଶର୍ମା, ରୋମାରିଓ ଶେଫର୍ଡ ଓ ୟଶ ଦୟାଲଙ୍କ ଉପରେ ରିଲିଜ୍ର ଖଣ୍ଡା ଝୁଲୁଥିବା ଚର୍ଚ୍ଚା ହେଉଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଫ୍ରାଞ୍ଚାଇଜିର ରଣନୀତି ଓ ରିଟେନସନ୍ ନୀତି ଉପରେ ନିର୍ଭର କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories