Josh Hazlewood injury / RCBକୁ ବଡ଼ ଝଟକା, ଆରମ୍ଭରୁ କିଛି ମ୍ୟାଚ୍ ଖେଳିପାରିବେ ନାହିଁ ଷ୍ଟାର କ୍ରିକେଟର...ଜାଣନ୍ତୁ କାହିଁକି
·4 months ago·2 min read

Key Points
RCB ପାଇଁ ବଡ଼ ଝଟକା
ଆରମ୍ଭର ମ୍ୟାଚ୍ରେ ଦଳରେ ନଥିବେ ଷ୍ଟାର କ୍ରିକେଟର
ହାଜେଲଉଡଙ୍କ ବିନା କେମିତି ଖେଳିବ RCB ?

ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଆଇପିଏଲ ୨୦୨୬ । ଏଥିପାଇଁ ସବୁ ଫ୍ରାଞ୍ଚାଇଜ୍ ଜୋରଦାର ପ୍ରସ୍ତୁତ ଆରମ୍ଭ କରିସାରିଛନ୍ତି । ତେବେ IPL ୨୦୨୬ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଦଳକୁ ଲାଗିଛି ଏକ ବଡ଼ ଝଟକା । ଗତ ସିଜିନର ଚାମ୍ପିଅନ୍ ଦଳ RCBର ଜଣେ ପ୍ରମୁଖ ଖେଳାଳି ଆଗାମୀ ସିଜନରେ କିଛି ମ୍ୟାଚ୍ ହରାଇପାରନ୍ତି । ଆସନ୍ତୁ ଜାଣିବା ଏହି ଖେଳାଳି କିଏ ଏବଂ ସେ କାହିଁକି ଟୁର୍ଣ୍ଣାମେଣ୍ଟର ପ୍ରଥମ କିଛି ମ୍ୟାଚ୍ ହରାଇପାରନ୍ତି ।
ଏହି ଖେଳାଳି ଅନ୍ୟ କେହି ନୁହଁନ୍ତି ବରଂ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଜୋଶ ହାଜେଲଉଡ୍ । ଯିଏ ଗତ ସିଜନରେ ତାଙ୍କର ଉତ୍କୃଷ୍ଟ ବୋଲିଂ ସହିତ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ହାଜେଲଉଡ୍ କାହିଁକି ମ୍ୟାଚ୍ ହରାଇ ପାରନ୍ତି ?
ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ହାଜେଲଉଡ୍ ଆଘାତରୁ ସୁସ୍ଥ ହେଉଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍ ହରାଇ ପାରନ୍ତି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଅଷ୍ଟ୍ରେଲୀୟ ବୋଲର ଏପ୍ରିଲ ୧୧ ପୂର୍ବରୁ କୌଣସି ମ୍ୟାଚ୍ ଖେଳିବା ଅସମ୍ଭବ ।
ରିପୋର୍ଟରେ ଏକ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି, "ଗତ ସପ୍ତାହଠାରୁ ବହୁତ କିଛି ପରିବର୍ତ୍ତନ ହୋଇନାହିଁ । ଫିଜିଓ କ୍ଲିୟରାନ୍ସ ଏବେ ବି ବାକି ଅଛି । ହାଜେଲଉଡ୍ ଏବଂ କମିନ୍ସ ଉଭୟ ପ୍ରଥମ କିଛି ମ୍ୟାଚ୍ ପାଇଁ ସମୟ ମଧ୍ୟରେ ପହଞ୍ଚିପାରିବେ ନାହିଁ । ତଥାପି, ସେମାନେ ଟୁର୍ଣ୍ଣାମେଣ୍ଟରେ ପରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ସବୁକିଛି କ୍ଲିୟରାନ୍ସ ଉପରେ ନିର୍ଭର କରେ। କ୍ଲିୟରାନ୍ସ ପାଇବା ପରେ, ସେମାନେ ଭାରତ ଯିବେ ।"
ପୂର୍ବ ସିଜନରେ ଅର୍ଥାତ୍ ୨୦୨୫ ସିଜିନରେ, ହାଜେଲଉଡ୍ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳିଙ୍କ ତାଲିକାରେ ତୃତୀୟ ସ୍ଥାନରେ ଥିଲେ । ୧୨ ମ୍ୟାଚ୍ରେ ସେ ୨୨ ୱିକେଟ୍ ନେଇଥିଲେ । ତାଙ୍କର ଇକୋନୋମି ୮.୭୭ ଥିଲା ।
ହାଜେଲଉଡଙ୍କ ଆଇପିଏଲ୍ କ୍ୟାରିଅର୍
ହାଜେଲଉଡ୍ଙ୍କ ଆଇପିଏଲ୍ କ୍ୟାରିଅର୍ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୩୯ ମ୍ୟାଚ୍ ଖେଳିଛନ୍ତି । ସେ ୩୯ ଇନିଂସରେ ବୋଲିଂ କରି ୨୦.୯୮ ହାରରେ ୫୭ ୱିକେଟ୍ ନେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories