Tim David / RCB ଖେଳାଳିଙ୍କ ଅହଂକାର: ଭାଇରାଲ ହେଲା ଭିଡିଓ...

Key Points
ବାଙ୍ଗଲୋରର ଅହଂକାର ପ୍ରବଳ ବଢ଼ିଗଲାଣି ।
ମ୍ୟାଚ୍ ଜିତିଲା ପରେ ଦେଖାଇଥିଲେ ଅଶ୍ଳିଳ ଇଙ୍ଗିତ ।
ବାଙ୍ଗଲୋରର ଅହଂକାର ପ୍ରବଳ ବଢ଼ିଗଲାଣି । ମ୍ୟାଚ୍ ଜିତିଲା ପରେ ଦେଖାଇଥିଲେ ଅଶ୍ଳିଳ ଇଙ୍ଗିତ । ଏମିତି ଦୃଶ୍ୟ ଦେଖିବା ପରେ ଆରସିବିକୁ ନିନ୍ଦା କରୁଛନ୍ତି ଫ୍ୟାନ୍ । ମୁମ୍ବାଇ ୫ଥର ଆଇପିଏଲ୍ ଟ୍ରଫି ଜିତି ବି ଗର୍ବ ନାହିଁ । ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ଜିତି ବି ଗର୍ବ ନାହିଁ । କିନ୍ତୁ ଆରସିବି ଥରେ ମାତ୍ର ଟ୍ରଫି ଜିତି ଗର୍ବ ଏତେ ବଢ଼ି ଗଲା କି କାହାକୁ ଆଉ ଖାତିର ନାହିଁ। ମାନ ମର୍ଯ୍ୟାଦା ସବୁ ଭୁଲି ଗଲେଣି ଆରସିବିର ଖେଳାଳି । ଶେଷରେ ଅଶ୍ଳିଳ ଇଙ୍ଗିତ କଲେ । ଯାହାକୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଆଇପିଏଲ୍ରେ ଟ୍ରଫି ହାତେଇବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ଡିଫେଣ୍ଡିଂ ଚାମ୍ପିୟନ ଆରସିବି ଏହି ଦୌଡ଼ରେ ଆଗରେ ରହିଛି । କିନ୍ତୁ ଆରସିବିର ଅହଂକାର ଏତେ ବଢ଼ିଗଲାଣିକି ଟିକେ ସହନଶିଳତା ଦେଖିବାକୁ ମିଳିଲା ନାହିଁ । ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଏବଂ ଫ୍ୟାନ୍ଙ୍କୁ ଆରସିବି ଖେଳାଳି ଟିମ୍ ଡେଭିଡ ଦେଖାଇଲେ ଅଶ୍ଳିଳ ଇଙ୍ଗିତ।
ଟିମ୍ ଡେଭିଡ କେମିତି ଅଶ୍ଳିଳ ଇଙ୍ଗିତ କରୁଛି । ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଏବଂ ଦର୍ଶକ ମାନଙ୍କୁ ଦେଖାଉଛନ୍ତି ମଝି ଆଙ୍ଗୁଠି । ଘଟଣାଟି ଘଟିଛି ମୁମ୍ବାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍ରେ ।
ଏଥିସହ ପଢ଼ନ୍ତୁ: ସେଞ୍ଚୁରୀ ପରେ ବି କାହିଁକି ସେଲିବ୍ରେଟ୍ କଲେନି ବିରାଟ; ନିଜେ କହିଲେ କାରଣ
ଆରସିବି ମ୍ୟାଚ୍ ଜିତିବା ପରେ ଉତ୍ସାହିତ ହୋଇ ଡଗ୍ଆଉଟ୍ରେ ବସିଥିବା ଟିମ୍ ଡେଭିଡ୍ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଏବଂ ଫ୍ୟାନଙ୍କ ଉଦ୍ଦେଶ୍ୟରେ ଅଶ୍ଳିଳ ଇଙ୍ଗିତ କରିଥିଲେ । ଯାହା କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସପେଟେ ଖେଳର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ବିସିସିଆଇ ଏବଂ ଆଇପିଏଲ୍ କମିଟି ଟିମ୍ ଡେଭିଡ୍ଙ୍କୁ ଆଦୌ ଛାଡ଼ି ନାହାନ୍ତି । ଆଇପିଏଲ୍ ଆଚରଣ ବିଧିର ଧାରା ୨.୬ ଉଲ୍ଲଂଘନ କରିଥିବାରୁ ତାଙ୍କ ମ୍ୟାଚ୍ ଫି’ରୁ ୩୦ ପ୍ରତିଶତ କାଟି ଦିଆଯାଇଛି । ଆର୍ଥିକ ଦଣ୍ଡ ସହ ତାଙ୍କ ଖାତାରେ ଦୁଇଟି ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ା ଯାଇଛି । ଚଳିତ ସିଜିନ୍ରେ ଏହା ତାଙ୍କର ଦ୍ଵିତୀୟ ଭୁଲ୍ । ଯଦି ସେ ଆଉ ଗୋଟିଏ ଡିମେରିଟ୍ ପଏଣ୍ଟ ପାଆନ୍ତି, ତେବେ ତାଙ୍କୁ ଆଗାମୀ ମ୍ୟାଚ୍ରୁ ବ୍ୟାନ୍ କରାଯାଇପାରେ ।
📱 Get Argus News App
✨Related Topics
Explore more stories