|
logo
Live
Argus News App
GET APP

Argus News - IPL ପୂର୍ବରୁ ବିକ୍ରି ହେଲା RCB, ୧୬ ହଜାର କୋଟିରେ କିଣିଲା ଏହି କମ୍ପାନୀ

Sports

RCB New Owner / IPL ପୂର୍ବରୁ ବିକ୍ରି ହେଲା RCB, ୧୬ ହଜାର କୋଟିରେ କିଣିଲା ଏହି କମ୍ପାନୀ

Santosh Kumar Sahoo
Browse all articles by Santosh Kumar Sahoo
·1 week ago·2 min read
IPL ପୂର୍ବରୁ ବିକ୍ରି ହେଲା RCB, ୧୬ ହଜାର କୋଟିରେ କିଣିଲା ଏହି କମ୍ପାନୀ
RCB

Key Points

IPL ପୂର୍ବରୁ RCB ବିକ୍ରି
୧୬,୭୦୬ କୋଟିରେ ବଡ଼ ଡିଲ୍‌
ଆଦିତ୍ୟ ବିର୍ଲା-TOI-ବ୍ଲାକଷ୍ଟୋନ୍‌ ମିଶି କିଣିଲେ RCB
ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସମସ୍ତ ଫ୍ରାଞ୍ଚାଇଜ୍‌ । ଏଥି ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆଇପିଏଲ ସିଜିନ୍‌-୧୯ ଆରମ୍ଭ ହେବା ପୂର୍ବରୁ ବିକ୍ରି ହୋଇଯାଇଛି RCB ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ଆଦିତ୍ୟ ବିର୍ଲା ଗ୍ରୁପ୍ (ABG), ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ (TOI), ବୋଲ୍ଟ ଭେଞ୍ଚର୍ସ (ବୋଲ୍ଟ), ଏବଂ ବ୍ଲାକଷ୍ଟୋନର ପର୍ପେଚୁଆଲ୍ ପ୍ରାଇଭେଟ୍ ଇକ୍ୱିଟି ଷ୍ଟ୍ରାଟେଜି (BXPE, ବ୍ଲାକଷ୍ଟୋନ୍) ମିଳିତ ଭାବରେ ଅଧିଗ୍ରହଣ କରିଛନ୍ତି । ଏହି ୪ କମ୍ପାନୀ ଆରସିବିକୁ ୧୬ ହଜାର ୭୦୬ କୋଟିରେ କିଣିଛନ୍ତି । ସେମାନେ UK-Diageo PLC ର ଏକ ସହାୟକ କମ୍ପାନୀ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (USL) ରୁ ୧୦୦% ସେୟାର କିଣିଛନ୍ତି। ଏହି ଡିଲରେ RCB ପୁରୁଷ ଏବଂ ମହିଳା ଦଳ ଉଭୟ ରହିଛି ।

୨୦୦୮ ଆଇପିଏଲ ସମୟରେ ଆରସିବି ଦଳକୁ ମାତ୍ର ୪୪୬ କୋଟିରେ ବିକ୍ରି କରାଯାଇଥିଲା । ଆଜି ଏହାର ମୂଲ୍ୟ ୧୬,୭୦୬ କୋଟିକୁ ବୃଦ୍ଧି ପାଇଛି । ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ଆର୍ଯ୍ୟମାନ ବିକ୍ରମ ବିର୍ଲା ଦଳର ଅଧ୍ୟକ୍ଷ ହେବେ । ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପର ସତ୍ୟାନ ଗଜୱାନୀ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ଏହି ଗ୍ରୁପରେ ବୋଲ୍ଟ ଭେଞ୍ଚର୍ସର ଡେଭିଡ୍ ବ୍ଲିଟଜର ଏବଂ ବିଏକ୍ସପିଇର ସିଇଓ ଭିରାଲ ପଟେଲ ମଧ୍ୟ ଅଛନ୍ତି । ସେମାନେ ମିଳିତ ଭାବରେ ଆରସିବି ସମ୍ବନ୍ଧୀୟ ନିଷ୍ପତ୍ତି ନେବେ ।

ଯଦିଓ ଚୁକ୍ତି ଚୂଡ଼ାନ୍ତ ହୋଇଛି ବର୍ତ୍ତମାନର ମାଲିକମାନେ ଆଇପିଏଲ ୨୦୨୬ ପର୍ଯ୍ୟନ୍ତ ଦଳ ପରିଚାଳନା ଜାରି ରଖିବେ। ଆଇପିଏଲ ୨୦୨୬ ସମାପ୍ତ ହେବା ପରେ ଆର୍ଯ୍ୟମାନ ବିର୍ଲା ଫ୍ରାଞ୍ଚାଇଜ୍ ଦାୟିତ୍ୱ ନେବେ । ଦଳର ଅଧ୍ୟକ୍ଷ ହେବା ପରେ ଆର୍ଯ୍ୟମାନ ବିର୍ଲା କହିଛନ୍ତି, "ଏହା ଆମ ପାଇଁ ସମ୍ମାନର ବିଷୟ । ଆମେ ଏହି ସହଭାଗୀତା ମାଧ୍ୟମରେ ଆରସିବିକୁ ପରବର୍ତ୍ତୀ ସ୍ତରକୁ ନେଇଯିବୁ । ଆମେ ପଡ଼ିଆରେ ସମାନ ବୋଲ୍ଡ ଶୈଳୀ ସହିତ ଖେଳିବା ଜାରି ରଖିବୁ । ପ୍ରଶଂସକମାନେ ହିଁ ଆରସିବିକୁ ସ୍ୱତନ୍ତ୍ର କରନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RCB New Owner: IPL ପୂର୍ବରୁ ବିକ୍ରି ହେଲା RCB, ୧୬ ହଜାର କୋଟିରେ କିଣିଲା ଏହି କମ୍ପାନୀ | Argus News