Videos
|
Sports

RCB Injury News / ପ୍ଲେଅଫ୍‌ ପୂର୍ବରୁ RCBକୁ ବଡ଼ ଝଟକା, ଆହତ କାରଣରୁ ନିଜ ଦେଶକୁ ଫେରିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍‌

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ପ୍ଲେଅଫ୍‌ ପୂର୍ବରୁ RCBକୁ  ବଡ଼ ଝଟକା, ଆହତ କାରଣରୁ ନିଜ ଦେଶକୁ ଫେରିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍‌
RCB

Key Points

ପ୍ଲେଅଫ୍‌ ପୂର୍ବରୁ RCBକୁ ବଡ଼ ଝଟକା
RCB Fansଙ୍କ ପାଇଁ ଖରାପ ଖବର
ଆହତ ହୋଇ ଇଂଲଣ୍ଡ ଫେରିଲେ ଜ୍ୟାକବ୍‌ ବେଥେଲ୍‌
IPL ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ସିଜିନ୍‌ରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଏଥର ମଧ୍ୟ ଟାଇଟଲ୍‌ ପାଇଁ RCB କୁ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି । ଲିଗ୍‌ ପର୍ଯ୍ୟାୟରେ ଆରସିବିର ସମସ୍ତ ମ୍ୟାଚ୍‌ ଶେଷ ହୋଇଛି । ଦଳ ୧୪ ମ୍ୟାଚ୍‌ରୁ ୯ଟି ବିଜୟ ସହିତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଏବେ ଆରସିବି ପ୍ଲେଅଫ୍‌ରେ କ୍ୱାଲିଫାୟର୍ ୧ ଖେଳିବ । ତେବେ ଏହି ବଡ଼ ମ୍ୟାଚ୍‌ ପୂର୍ବରୁ ବାଙ୍ଗାଲୋରକୁ ଏକ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଇଂଲଣ୍ଡ ଫେରିଛନ୍ତି RCB ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଜ୍ୟାକବ୍‌ ବେଥେଲ୍‌ ।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ସମୟରେ ଜ୍ୟାକବ୍ ବେଥେଲଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଡାକ୍ତରୀ ପରୀକ୍ଷା ପରେ, ଜ୍ୟାକବ୍ ଇଂଲଣ୍ଡର ଆଗାମୀ ଟେଷ୍ଟ ସିରିଜ୍ ପୂର୍ବରୁ ଅଧିକ ଯାଞ୍ଚ ପାଇଁ ଇଂଲଣ୍ଡ ଫେରିବେ । RCB ଜ୍ୟାକବ୍ ବେଥେଲଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛି ।

ଅଧିକ ପଢ଼ନ୍ତୁ: ୧୫ ବର୍ଷ ପରେ RCB ଟେବୁଲ ଟପର … ଇତିହାସରେ କେତେ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନମ୍ବର ୧ ରେ ରହିଛି?


ଜ୍ୟାକବ୍ ବେଥେଲ୍ ୨୦୨୬ ଆଇପିଏଲରେ ମୋଟ ସାତଟି ମ୍ୟାଚ୍ ଖେଳିଥିଲେ

ସୂଚନା ଅନୁସାରେ, ଫିଲ୍‌ ସଲ୍ଟ ଆହତ ହୋଇ ଇଂଲଣ୍ଡ ଫେରିଯିବା ପରେ ତାଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନ୍‌କୁ ଆସିଥିଲେ ଜ୍ୟାକବ୍‌ ବେଥେଲ୍‌ । IPL ୨୦୨୬ରେ ୭ଟି ମ୍ୟାଚ୍‌ ଖେଳିଥିଲେ ବେଥେଲ । ସାତଟି ମ୍ୟାଚ୍‌ରେ ବେଥେଲ୍ ୧୪୦.୫୨ ଷ୍ଟ୍ରାଇକ୍ ରେଟରେ ୧୬୩ ରନ୍ କରିଥିଲେ । ଆଘାତ ଯୋଗୁଁ ବେଥେଲ୍ RCB ର ଶେଷ ଲିଗ୍ ମ୍ୟାଚ୍ ମଧ୍ୟ ଖେଳିପାରିନଥିଲେ ।



IPL 2026 ପ୍ଲେଅଫ୍ ମ୍ୟାଚ୍ ୨୬ ମେ’ରେ ଆରମ୍ଭ ହେବ । ପ୍ରଥମ କ୍ୱାଲିଫାୟର ଧର୍ମଶାଳାରେ ଖେଳାଯିବ। ଏଲିମିନେଟର ମେ’ ୨୭ରେ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ । ସେହିପରି ଦ୍ୱିତୀୟ କ୍ୱାଲିଫାୟର ମେ’ ୨୯ ରେ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ । ଫାଇନାଲ ମ୍ୟାଚ୍ ୩୧ ମେ’ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
RCB Star Jacob Bethell Returns Home Injured Before IPL Playoffs | Argus News