Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ଵାଲିଫାୟର-୧ ପୂର୍ବରୁ ଖେଳାଳିଙ୍କ ଭିତରେ ଜୋଶ୍ ଭରିଲେ RCB ଅଧିନାୟକ, ଗୁଜରାଟ ଟାଇଟନ୍ସକୁ ଦେଲେ ଚେତାବନୀ

Sports

RCB vs Gujarat Titans / କ୍ଵାଲିଫାୟର-୧ ପୂର୍ବରୁ ଖେଳାଳିଙ୍କ ଭିତରେ ଜୋଶ୍ ଭରିଲେ RCB ଅଧିନାୟକ, ଗୁଜରାଟ ଟାଇଟନ୍ସକୁ ଦେଲେ ଚେତାବନୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କ୍ଵାଲିଫାୟର-୧ ପୂର୍ବରୁ ଖେଳାଳିଙ୍କ ଭିତରେ ଜୋଶ୍ ଭରିଲେ RCB ଅଧିନାୟକ, ଗୁଜରାଟ ଟାଇଟନ୍ସକୁ ଦେଲେ ଚେତାବନୀ
RCB Ready to Attack, Says Rajat Patidar

Key Points

ମଙ୍ଗଳବାର ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଆରସିବି ଓ ଗୁଜରାଟ ଟାଇଟନ୍ସ । ଧର୍ମଶାଳାରେ ପ୍ରଥମ କ୍ଵାଲିଫାୟର ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର ଚେତାବନୀ ଦେଇଛନ୍ତି ।
ଧର୍ମଶାଳା: ଆଇପିଏଲ୍ ୨୦୨୬ର ପ୍ରଥମ କ୍ଵାଲିଫାୟର ମୁକାବିଲାରେ ଆଜି ମଙ୍ଗଳବାର ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଆରସିବି ଓ ଗୁଜରାଟ ଟାଇଟନ୍ସ । ଧର୍ମଶାଳାରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର ରଣହୁଙ୍କାର ଦେଇଛନ୍ତି ।

ରଜତ ପାଟିଦାର କହିଛନ୍ତି, "ଆମ ଟିମ୍ ଏଠାରେ ଡିଫେଣ୍ଡ କରିବାକୁ ଆସିନି ବରଂ ଆଟାକ୍ କରିବାକୁ ଆସିଛି । ଚାପଗ୍ରସ୍ତ ସ୍ଥିତିରେ ଯୋଜନାକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଓ ଟିମ୍‌ର ମଜଭୁତ ପକ୍ଷକୁ କାଏମ ରଖିବା ନିର୍ଣ୍ଣାୟକ ହେବ ।"

ଏଥିସହ ପଢ଼ନ୍ତୁ: ଧର୍ମଶାଳାରେ ମହାମୁକାବିଲା…ଫାଇନାଲ ଟିକେଟ୍ ପାଇଁ ଆଜି RCB-GT ମଧ୍ୟରେ ହାଇଭୋଲଟେଜ ମ୍ୟାଚ 

ଲିଗ୍ ପର୍ଯ୍ୟାୟରେ କାହା ପଲ୍ଲା ଥିଲା ଭାରି ?

ଆଇପିଏଲ୍‌ର ଲିଗ୍ ପର୍ଯ୍ୟାୟ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ୨ଟି ମ୍ୟାଚ୍ ଖେଳା ଯାଇଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ । ଗୋଟିଏ ମ୍ୟାଚ୍‌କୁ ଆରସିବି, ଗୁଜରାଟ ଠାରୁ ୫ ୱିକେଟ୍‌ରେ ଜିତି ନେଇଥିଲା । ଅନ୍ୟ ମ୍ୟାଚ୍‌କୁ ଗୁଜରାଟ ୪ ୱିକେଟ୍‌ରେ ଆରସିବି ଠାରୁ ଛଡ଼ାଇ ନେଇଥିଲା ।

କ୍ଵାଲିଫାୟର୍-୧ ଜିତିଲେ ସିଧା ଫାଇନାଲ୍

ମଙ୍ଗଳବାର ଆଇପିଏଲ୍‌ର ପ୍ରଥମ କ୍ଵାଲିଫାୟର୍ ମ୍ୟାଚ୍ ଖେଳାଯିବ । କ୍ଵାଲିଫାୟର୍-୧ର ବିଜୟୀ ଟିମ୍ ସିଧାସଳଖ ଫାଇନାଲ୍‌କୁ ଯିବ ଏବଂ ପରାଜୟ ବରଣ କରିଥିବା ଟିମ୍ ରେସ୍‌ରୁ ବାଦ୍ ପଡ଼ିବ ନାହିଁ । କ୍ଵାଲିଫାୟର-୨ରେ ଆଉ ଏକ ସୁଯୋଗ ମିଳିବ ।

ଯେଉଁଠି ସନରାଇଜର୍ସ ହାଇଦ୍ରାବାଦ କିମ୍ବା ରାଜସ୍ଥାନ ରୟାଲ୍ସ ସହ ମୁକାବିଲା ହେବ । ଆଇପିଏଲ୍ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ଦୁଇ ଦଳ ମଧ୍ୟରେ ଏଲିମିନେଟର ମୁକାବିଲା ଖେଳାଯିବ । ଏଲିମିନେଟର୍ ମ୍ୟାଚ୍‌ରେ ବିଜୟୀ ଦଳ ପ୍ରଥମ କ୍ଵାଲିଫାୟର୍ ମ୍ୟାଚ୍‌ରେ ହାରିଥିବା ଦଳ ସ କ୍ଵାଲିଫାୟର୍-୨ ଖେଳିବ । ସେଥିରେ ବିଜୟୀ ଦଳ ଫାଇନାଲ୍ ମୁକାବିଲା ଖେଳିବ ।

ଏଥିସହ ପଢ଼ନ୍ତୁ: ମୁମ୍ବାଇକୁ ହରାଇ ପ୍ଲେଅଫରେ ରାଜସ୍ଥାନ ରୟାଲ୍ସ…ବିଦା ହେଲେ କୋଲକତା, ପଞ୍ଜାବ 

ବିଜୟ ଦେବ ଯୋଜନାର ସଫଳ ରୂପାୟନ

ଗୁଜରାଟ ଟାଇଟନ୍ସ ସହ କ୍ଵାଲିଫାୟର୍ ମୁକାବିଲା ପୂର୍ବରୁ ଆରସିବି ଏକ ପ୍ରେସ୍ ରିଲିଜ୍ ଜାରି କରିଛି । ଯେଉଁଥିରେ ଆରିସିବି ଅଧିନାୟକ ରଜତ ପାଟିଦାର କହିଛନ୍ତି, "ଦୁଇ ଦଳ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଛନ୍ତି । ଯେଉଁ ଦଳ ନିଜ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରି ଉତ୍ତମ ପ୍ରଦର୍ଶନ କରିବ ଓ ଶାନ୍ତ ରହିବ, ମୋତେ ଲାଗୁଛି ଉକ୍ତ ଟିମ୍ ହିଁ ମ୍ୟାଚ୍ ଜିତିବ ।"

ସେ ଆହୁରି କହିଛନ୍ତି, "ଆମ ଦଳର ଶକ୍ତି ହେଉଛି ବୋଲିଂ ଓ ପାୱାର ପ୍ଲେରେ ବୋଲିଂ ମ୍ୟାଚ୍ ପାଇ ଗୁରୁତ୍ଵପୂର୍ଣ୍ଣ । ଆମେ ଡିଫେଣ୍ଡ କରିବାକୁ ନୁହେଁ ବରଂ ଆକ୍ରମଣାତ୍ମକ ମାନସିକତା ସହ ଖେଳ ଆରମ୍ଭ କରିବୁ, ୱିକେଟ୍ ଖସାଇବୁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2026: Rajat Patidar Warns Gujarat Titans Before Qualifier-1 | Argus News | Argus News