Harleen Deol / ନିଜ ଦଳ କଲା ଅପମାନିତ, ୨୪ ଘଣ୍ଟାରେ ବିସ୍ଫୋରକ ଇନିଂସ ଖେଳିଲେ ହରଲିନ୍
·6 months ago·2 min read

Key Points
୨୪ ଘଣ୍ଟାରେ ଭାଗ୍ୟ ବଦଳିଲା
ହରଲିନ୍ଙ୍କ ଦମଦାର ଇନିଂସ
ରିଟାୟାର୍ଡ ଆଉଟ୍ରୁ ମ୍ୟାଚ୍ ୱିନର୍ ହେଲେ ହରଲିନ୍

ମହିଳା ପ୍ରିମିୟର ଲିଗ୍ ୨୦୨୬ରେ ପ୍ରଥମ ବିଜୟ ହାସଲ କରିଛି ୟୁପି ଓ୍ବାରିୟର୍ସ । ପରାଜୟର ହ୍ୟାଟ୍ରିକ୍ ପରେ ହରଲିନ୍ ଦେଓଲ୍ ଶେଷରେ ୟୁପି ଓ୍ବାରିୟର୍ସର ଭାଗ୍ୟ ବଦଳାଇ ଦେଇଛନ୍ତି । ମ୍ୟାଚ୍ର ୨୪ ଘଣ୍ଟା ପୂର୍ବରୁ ତାଙ୍କୁ ରାଟାୟାର୍ଡ ଆଉଟ୍ କରି ଦିଆଯାଇଥିଲା । ଯାହା ଅନେକ ପ୍ରଶଂସକଙ୍କୁ ଦୁଃଖ ଦେଇଥିଲା । ଆଉ ଏହାର ୨୪ ଘଣ୍ଟା ପରେ ସେ ହିଁ ୟୁପିକୁ ପ୍ରଥମ ବିଜୟ ଭେଟି ଦେଇଥିଲେ । ହରଲିନ୍ ୩୯ ବଲ୍ରେ ଅପରାଜିତ ୬୪ ରନ୍ କରିଥିଲେ ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ପରାସ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ହରଲିନ୍ ଦେଓଲ୍ଙ୍କୁ କରିଥିଲେ ରିଟାୟାର୍ଡ ଆଉଟ୍
ୟୁପି ୱାରିୟର୍ସ ଜାନୁଆରୀ ୧୪ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ । ପ୍ରଥମେ ବ୍ୟାଟିଂ କରି ହରଲିନ୍ ଦେଓଲ୍ ୱାରିୟର୍ସ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ । ସେ ୩୬ ବଲରେ ୪୭ ରନ୍ କରିଥିଲେ । କ୍ୟାପ୍ଟେନ୍ ମେଗ୍ ଲାନିଙ୍ଗ୍ ତାଙ୍କୁ ରିଟାୟାର୍ଡ ଆଉଟ୍ କରି କ୍ଲୋଏ ଟ୍ରାଇଅନଙ୍କୁ ବଡ଼ ସଟ୍ ମାରିବାକୁ ସୁଯୋଗ ଦେଇଥିଲେ । କିନ୍ତୁ ୟୁପିର ଯୋଜନା ଓଲଟା ପଡ଼ିଗଲା ଏବଂ ସେମାନେ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୫୪ ରନ୍ କରିପାରିଲେ । ଆଉ ଏହି ଲକ୍ଷ୍ୟକୁ ଦିଲ୍ଲୀ ୩ ଓ୍ବିକେଟ ହରାଇ ହାସଲ କରି ନେଇଥିଲା । ଭଲ ଖେଳିବା ସତ୍ତ୍ବେ ହରଲିନ୍ଙ୍କୁ ରିଟାୟାର୍ଡ ଆଉଟ୍ କରିବାକୁ ନେଇ ଅତ୍ୟନ୍ତ ନିରାଶ ଥିଲେ ।
ୟୁପି ୱାରିୟର୍ସର WPL ୨୦୨୬ରେ ନିରାଶାଜନକ ଥିଲା । ପ୍ରଥମ ତିନୋଟି ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଥିଲା । ତେବେ ଜାନୁଆରୀ ୧୫ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬୨ ରନର ଲକ୍ଷ୍ୟ ପିଛା କରି ଅଧିନାୟିକା ମେଗ୍ ଲାନିଙ୍ଗ୍ ୨୫ ରନ ଏବଂ କିରଣ ନାଭଗାଇର ୧୦ ରନ କରି ଆଉଟ ହୋଇଥିଲେ । ତା'ପରେ ହରଲିନ୍ ଦେଓଲ ଏକ ଚମତ୍କାର ଇନିଂସ ଖେଳିଥିଲେ । ସେ ୩୯ ବଲରୁ ଅପରାଜିତ ୬୪ ରନ କରିଥିଲେ । ହରଲିନ୍ଙ୍କ ଏହି ଦମଦାର ଇନିଂସ ଫଳରେ ୟୁପି ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ଯାହା WPL ୨୦୨୬ରେ ସେମାନଙ୍କର ପ୍ରଥମ ବିଜୟ ଥିଲା ।

.@imharleenDeol makes a statement with a brilliant half-century.
— Star Sports (@StarSportsIndia) January 15, 2026
Will she lead @UPWarriorz towards their first win of TATA WPL 2026? #TATAWPL #MIvUPW 👉 LIVE NOW ➡️ https://t.co/LwcnG8HoeA pic.twitter.com/sM6qRLlM0h
ୟୁପି ୱାରିୟର୍ସର WPL ୨୦୨୬ରେ ନିରାଶାଜନକ ଥିଲା । ପ୍ରଥମ ତିନୋଟି ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଥିଲା । ତେବେ ଜାନୁଆରୀ ୧୫ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬୨ ରନର ଲକ୍ଷ୍ୟ ପିଛା କରି ଅଧିନାୟିକା ମେଗ୍ ଲାନିଙ୍ଗ୍ ୨୫ ରନ ଏବଂ କିରଣ ନାଭଗାଇର ୧୦ ରନ କରି ଆଉଟ ହୋଇଥିଲେ । ତା'ପରେ ହରଲିନ୍ ଦେଓଲ ଏକ ଚମତ୍କାର ଇନିଂସ ଖେଳିଥିଲେ । ସେ ୩୯ ବଲରୁ ଅପରାଜିତ ୬୪ ରନ କରିଥିଲେ । ହରଲିନ୍ଙ୍କ ଏହି ଦମଦାର ଇନିଂସ ଫଳରେ ୟୁପି ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ଯାହା WPL ୨୦୨୬ରେ ସେମାନଙ୍କର ପ୍ରଥମ ବିଜୟ ଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories