୩୫ ବର୍ଷୀୟ କୁଲକର୍ଣ୍ଣି ୯୬ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି

ଅର୍ଗସ ବ୍ୟୁରୋ : କ୍ରିକେଟରୁ ଅବସର ନେଲେ ୩୫ ବର୍ଷୀୟ ଧବଲ କୁଲକର୍ଣ୍ଣି । ପ୍ରଥମ ଶ୍ରେଣୀ କ୍ରିକେଟରୁ ନେଲେ ଅବସର । ଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇବା ପରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କଲେ । ଅବସର ପରେ ଭାବ ବିହ୍ବଳ ହୋଇଥିଲେ କୁଲକର୍ଣ୍ଣି । ଫାଇନାଲରେ କୁଲକର୍ଣ୍ଣି ମୁମ୍ବାଇ ପାଇଁ ଶେଷ ଓ୍ବିକେଟ ଅକ୍ତିଆର କରିଥିଲେ । ସେ ଉମେଶ ଯାଦବଙ୍କୁ ବୋଲ୍ଡ କରି ଦଳକୁ ବିଜୟୀ କରାଇଥିଲେ ।
ଅଧିକ ପଢନ୍ତୁ ଖେଳ ଖବର
୩୫ ବର୍ଷୀୟ କୁଲକର୍ଣ୍ଣି ୯୬ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଯେଉଁଥିରେ ସେ ୨୮୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ୨୦୦୮ ମସିହାରେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ ଧବଲ କୁଲକର୍ଣ୍ଣି । ତେବେ ଟିମ ଇଣ୍ଡିଆ ପାଇଁ ୧୨ଟି ଦିନିକିଆ ମଧ୍ୟ ଖେଳିଛନ୍ତି । ଯେଉଁଥିରେ ସେ ୧୯ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ୨ଟି ଆନ୍ତର୍ଜାତୀୟ ଟି-୨୦ ମଧ୍ୟ ଖେଳିଛନ୍ତି । ଅବସର ଘୋଷଣା ପରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କହିଛନ୍ତି କୁଲକର୍ଣ୍ଣି ହେଉଛନ୍ତି ମୁମ୍ବାଇର ଯୋଦ୍ଧା ।