Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Update / ସରକାରୀ ଚାକିରି ମିଳିବା ପରେ ରିଙ୍କୁ ସିଂଙ୍କୁ ବଡ଼ ଦାୟିତ୍ଵ ଦେଲା KKR

Sushanta Sahoo
Browse all articles by Sushanta Sahoo
·3 months ago·2 min read
ସରକାରୀ ଚାକିରି ମିଳିବା ପରେ ରିଙ୍କୁ ସିଂଙ୍କୁ ବଡ଼ ଦାୟିତ୍ଵ ଦେଲା KKR
Rinku Singh Gets Big Role

Key Points

୨୦୧୮ରେ କୋଲକାତା ନାଇଟ୍ ରାଇଡର୍ସ ସହ ଆଇପିଏଲ୍ ଡେବ୍ୟୁ କରିଥିଲେ ରିଙ୍କୁ ସିଂ । ୮ ବର୍ଷ ହେଲା କୋଲକାତା ପାଇଁ ଖେଳୁଥିବା ରିଙ୍କୁ ସିଂ ଏବେ ଦଳ ପାଇଁ ବେଶ ଗୁରୁତ୍ଵ ବହନ କରୁଛନ୍ତି ।
କୋଲକାତା: ଆଇପିଏଲ୍-୨୦୨୬ ଆରମ୍ଭ ପୂର୍ବରୁ ରିଙ୍କୁ ସିଂଙ୍କୁ ବଡ଼ ଦାୟିତ୍ଵ । ଉପଅଧିନାୟକ ନିଯୁକ୍ତ କଲା କୋଲକାତା ନାଇଟ୍ ରାଇଡର୍ସ (KKR) । ଏକ କାର୍ଯ୍ୟକ୍ରମରେ ରିଙ୍କୁ ସିଂଙ୍କୁ କେକେଆର୍ ଉପଅଧିନାୟକ ନେଇ ଘୋଷଣା କରିଛି । ଦଳର ଅଧିନାୟକ ଭାର ଅଜିଙ୍କ୍ୟ ରାହାଣେଙ୍କ ଉପରେ ରହିଛି ।

ନିକଟରେ ଉତ୍ତରପ୍ରଦେଶର ସରକାରରେ ରିଙ୍କୁ ସିଂଙ୍କୁ ଆଞ୍ଚଳିକ ଖେଳ ଅଧିକାରୀ ପଦରେ ନିଯୁକ୍ତି ମିଳିଛି । ତେବେ ରିଙ୍କୁ ସିଂ ଆଇପିଏଲ୍‌ରେ ବ୍ୟସ୍ତ ଥିବାରୁ ନିଯୁକ୍ତି ପତ୍ର ଗ୍ରହଣ କରିବାକୁ ପହଞ୍ଚି ପାରି ନଥିଲେ ।

ଏଥିସହ ପଢ଼ନ୍ତୁ: କିଏ ଏହି କାଲ୍ ସୋମାନି ? ଯିଏ ୧.୬୩ ବିଲିୟନ୍‌ ଡଲାରରେ ରାଜସ୍ଥାନକୁ କିଣିଲେ

୨୦୧୮ରେ କୋଲକାତା ନାଇଟ୍ ରାଇଡର୍ସ ସହ ଆଇପିଏଲ୍ ଡେବ୍ୟୁ କରିଥିଲେ ରିଙ୍କୁ ସିଂ । ୮ ବର୍ଷ ହେଲା କୋଲକାତା ପାଇଁ ଖେଳୁଥିବା ରିଙ୍କୁ ସିଂ ଏବେ ଦଳ ପାଇଁ ବେଶ ଗୁରୁତ୍ଵ ବହନ କରୁଛନ୍ତି । ଏବେ ଦଳ ରିଙ୍କୁଙ୍କୁ ଉପଅଧିନାୟକ ଚୟନ କରିଥିବା ବେଲେ ଆଗକୁ ଅଧିନାୟକ ଦାୟିତ୍ଵ ମଧ୍ୟ ଦେଇପାରେ ।

ପଦୋନ୍ନତି ସହ ଆଇପିଏଲ୍‌ରେ ରିଙ୍କୁ ସିଂଙ୍କ ଆୟ ବଢ଼ିଛି । ୨୦୧୮ରେ କେକେଆର୍ ରିଙ୍କୁଙ୍କୁ ୮୦ ଲକ୍ଷରେ କିଣିଥିଲା । ୨୦୨୧ ପର୍ଯ୍ୟନ୍ତ ରିଙ୍କୁ ସିଂଙ୍କ ପ୍ରାଇସ୍ ସ୍ଥିର ରହିଥିଲା । ୟଶ ଦୟାଲଙ୍କ ଗୋଟିଏ ଓଭର୍‌ରେ ୫ଟି ଛକା ମାରି ରିଙ୍କୁ ସିଂ ଲାଇମ୍ ଲାଇଟ୍‌କୁ ଆସିଥିଲେ ।

ଯାହାପରେ ରିଙ୍କୁ ସିଂଙ୍କ ଗୁରୁତ୍ଵ ବଢ଼ିଥିବା ବେଳେ ପ୍ରାଇସ୍ ହ୍ରାସ୍ ପାଇଥିଲା । ୨୦୨୨-୨୦୨୪ରେ ରିଙ୍କୁ ସିଂଙ୍କ ପ୍ରାଇସ୍ ୫୫ ଲକ୍ଷକୁ ହ୍ରାସ୍ ପାଇଥିଲା । କିନ୍ତୁ, ଗତ ସଂସ୍କରଣରେ କେକେଆର୍ ରିଙ୍କୁ ସିଂଙ୍କୁ ୧୩ କୋଟି ଟଙ୍କାରେ କିଣିଥିଲା । ୨୦୨୬ରେ ବି ସମାନ ପ୍ରାଇସ୍‌ରେ ଖେଳୁଛନ୍ତି ରିଙ୍କୁ ସିଂ ।

ଏଥିସହ ପଢ଼ନ୍ତୁ: ଆଇପିଏଲ ପାଇଁ ବିସିସିଆର କଡ଼ା ନିୟମ; ମ୍ୟାଚ୍ ଦିନ ପ୍ରାକ୍ଟିସକୁ ନା

ରିଙ୍କୁଙ୍କ IPL ରେକର୍ଡ

୨୮ ବର୍ଷୀୟ ରିଙ୍କୁ ସିଂ ଆଇପିଏଲ୍‌ରେ ନିଜ ପ୍ରଦର୍ଶନ ବଳରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ଏବଂ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ ବିଜୟୀ ଟିମ୍‌ର ଅଂଶ ରହିଥିଲେ । ଆଇପିଏଲ୍‌ ରେକର୍ଡ କହିଲେ, କେକେଆର୍ ପାଇଁ ୫୯ଟି ମ୍ୟାଚ୍ ଖେଳିଥିବା ରିଙ୍କୁ ୫୧ଟି ଇନିଂସରେ ୧୦୯୯ ରନ୍ କରିଛନ୍ତି । ଯେଉଁଥିରେ ୪ଟି ଅର୍ଦ୍ଧଶତକ ସାମିଲ୍ ଅଛି ।

ରବିବାର ପ୍ରଥମ ମ୍ୟାଚ୍

ଆଇପିଏଲ୍-୨୦୨୬ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୮ ତାରିଖରେ ଖେଳାଯିବ । ରବିବାର ମାର୍ଚ୍ଚ ୨୯ ତାରିଖରେ ଆଇପିଏଲ୍‌ର ଦ୍ଵିତୀୟ ମ୍ଯାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁମ୍ବାଇରେ ଖେଳାଯିବ । ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rinku Singh Named KKR Vice-Captain Ahead of IPL 2026 | Argus News | Argus News