Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rinku Singh IPL Record / IPL ରେ ରିଙ୍କୁଙ୍କ ଧମାକା, ଭାଙ୍ଗିଲେ MS ଧୋନିଙ୍କ ୧୫ ବର୍ଷର ରେକର୍ଡ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
IPL ରେ ରିଙ୍କୁଙ୍କ ଧମାକା, ଭାଙ୍ଗିଲେ MS ଧୋନିଙ୍କ ୧୫ ବର୍ଷର ରେକର୍ଡ
Rinku Singh

Key Points

IPL ରେ ବଡ଼ ରେକର୍ଡ
ରିଙ୍କୁ ସିଂହ ହେଲେ ନୂଆ ହିରୋ
ଧୋନିଙ୍କ 15 ବର୍ଷର ରେକର୍ଡ ଭାଙ୍ଗିଲେ
ରବିବାର ଆଇପିଏଲର ୩୮ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ । ଏହି ମ୍ୟାଚ୍‌ରେ ରିଙ୍କୁ ସିଂହ ଏକ ଚମତ୍କାର ଇନିଂସ ଖେଳି ଏମ୍‌ଏସ୍‌ ଧୋନିଙ୍କ ୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ରିଙ୍କୁ ୫୧ ବଲ୍‌ରେ ୮୩ ରନ୍ କରି ଅପରାଜିତ ରହିଥିଲେ, ୭ଟି ଚୌକା ଏବଂ ୫ଟି ଛକା ମାରିଥିଲେ । ସେ ସୁନୀଲ ନାରିନଙ୍କ ସହିତ ୬୨ ରନ୍‌ର ପାର୍ଟନରସିପ୍‌ କରି କେକେଆରକୁ ଏକ ଲଙୁଆ ସ୍କୋରରେ ପହଞ୍ଚାଇଥିଲେ । ରିଙ୍କୁଙ୍କ ୮୩ ରନ୍ ଆଇପିଏଲ୍ ମ୍ୟାଚ୍‌ରେ ୬ ନମ୍ବରରେ ବ୍ୟାଟିଂ କରୁଥିବା ଖେଳାଳିଙ୍କ ସର୍ବାଧିକ ସ୍କୋର ହୋଇଛି । ରିଙ୍କୁଙ୍କ ଏହି ଇନିଂସ ଧୋନିଙ୍କ ରେକର୍ଡ ଭାଙ୍ଗିଛି । ୨୦୧୧ ଆଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ଖେଳୁଥିବା ସମୟରେ ଏମ୍ଏସ୍ ଧୋନିଙ୍କ ୪୦ ବଲ୍‌ରେ ଅପରାଜିତ ୭୦ ରନ୍‌ କରିଥିଲେ ।



ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ୍‌ କରିଥିଲା । କେକେଆର ପକ୍ଷରୁ ରିଙ୍କୁ ସିଂହ ୫୧ ବଲ୍‌ରେ ୮୩ ରନ୍‌ କରିଥିଲେ । ସେହିପରି ଲକ୍ଷ୍ନୌ ପକ୍ଷରୁ ମୋହସିନ୍‌ ଖାନ୍‌ ୫ ଓ୍ବିକେଟ୍‌ ନେଇଥିଲେ ।

ଅଧିକ ପଢ଼ନ୍ତୁ: ଆଇପିଏଲରେ ହଙ୍ଗାମା…ପଡ଼ିଆରେ ରଘୁବଂଶୀ ସବୁ ସୀମା ପାର କଲେ...ତୁରନ୍ତ ଜରିମାନା ସହ OUT ନିର୍ଦ୍ଦେଶ



୧୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଲକ୍ଷ୍ନୌ ୮ ଓ୍ବିକେଟ୍‌ ବିନିମୟରେ ୧୫୫ ରନ୍‌ ହିଁ କରିପାରିଥିଲା । ଯାହାଫଳରେ ମ୍ୟାଚ୍‌ଟି ଡ୍ର' ହୋଇଥିଲା । ଏହା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ଲକ୍ଷ୍ନୌ ପକ୍ଷରୁ ନିକୋଲାସ୍‌ ପୁରନ ଓ ଏଡେନ୍‌ ମାର୍କରାମ୍‌ ଓପନିଂ କରିଥିଲେ । KKR ପକ୍ଷରୁ ସୁନୀଲ ନାରିନ୍‌ ବୋଲିଂ କରିଥିଲେ । ପ୍ରଥମ ବଲ୍‌ରେ ପୁରନ୍‌ ଆଉଟ୍‌ ହୋଇଥିଲେ । ଏହା ପରେ ପନ୍ତ ବ୍ୟାଟିଂ ପାଇଁ ଆସିଥିଲେ । କିନ୍ତୁ ସୁପର ଓଭରରେ ତୃତୀୟ ବଲ୍‌ରେ ମାର୍କରମ ଆଉଟ ହୋଇଥିଲେ । ଯାହାଫଳରେ କୋଲକାତାକୁ ୨ ରନ୍‌ର ଟାର୍ଗେଟ୍‌ ମିଳିଥିଲା । ଆଉ କେକେଆର ପକ୍ଷରୁ ରିଙ୍କୁ ପ୍ରଥମ ବଲ୍‌ରେ ଏକ ୪ ମାରି ବିଜୟ ହାସଲ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rinku Singh Breaks MS Dhoni 15-Year IPL Record with Stunning Knock | Argus News