WorldCup Latest News / ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର...ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫେରିବେ ରିଙ୍କୁ ସିଂହ
·6 months ago·2 min read

Key Points
ଆଜି ସନ୍ଧ୍ୟାରେ ଷ୍ଟାର ଖେଳାଳି ରିଙ୍କୁ ସିଂହ ଭାରତୀୟ ଦଳରେ ପୁନର୍ବାର ଯୋଗ ଦେବେ ବୋଲି ଆଶା କରାଯାଉଛି
ଆଜି ସନ୍ଧ୍ୟାରେ ଷ୍ଟାର ଖେଳାଳି ରିଙ୍କୁ ସିଂହ ଭାରତୀୟ ଦଳରେ ପୁନର୍ବାର ଯୋଗ ଦେବେ ବୋଲି ଆଶା କରାଯାଉଛି। ମଙ୍ଗଳବାର ଦିନ ରିଙ୍କୁ ପରିବାରର ଏକ ଜରୁରୀକାଳୀନ ଚିକିତ୍ସା କାରଣରୁ ବିଶ୍ୱକପ୍ର ମଧ୍ୟଭାଗରେ ଘରକୁ ଫେରି ଆସିଥିଲେ। ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟକ୍ ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ବୁଧବାର ସନ୍ଧ୍ୟାରେ ଦଳ ସହିତ ହୋଟେଲରେ ରିପୋର୍ଟ କରିବେ ଏବଂ ଫେବୃଆରୀ 26 ତାରିଖରେ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ। ଟିମ୍ ଇଣ୍ଡିଆ ପାଇଁ ଜିମ୍ବାୱେ ବିପକ୍ଷରେ ବିଜୟ ଗୁରୁତ୍ୱପୂର୍ଣ୍ଣ ହେବ।
ସିତାଂଶୁ କହିଛନ୍ତି ଯେ, ରିଙ୍କୁଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ତେଣୁ ସେ ଘରକୁ ଯାଇଥିଲେ । ସେ ବୁଧବାର ସନ୍ଧ୍ୟାରେ ଫେରୁଛନ୍ତି । ରାତି ସୁଦ୍ଧା ସେ ଦଳ ସହ ସାମିଲ ହେବେ । ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଭଲ ନାହିଁ । ତେଣୁ ସେ ପରିବାର ସହ କିଛି ସମୟ ବିତାଇଥିଲେ । ଏବେ ସ୍ଥିତି ସାମାନ୍ୟ ସୁଧୁରିଥିବାରୁ ସେ ଦେଶ ପାଇଁ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ ଫେରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ରିଙ୍କୁଙ୍କ ସମସ୍ୟା ସହ କ୍ରିକେଟର କିଛି ସମ୍ପର୍କ ନାହିଁ । ସେ ବ୍ୟକ୍ତିଗତ କାରଣ ପାଇଁ ବାହାରକୁ ଯାଇଥିଲେ । ଜିମ୍ବାଓ୍ୱେ ବିପକ୍ଷ ମୁକାବିଲା ଖେଳିବାରେ କିଛି ଅସୁବିଧା ନାହିଁ ।
ମ୍ୟାନେଜମେଣ୍ଟ୍ ଆଶା କରୁଛନ୍ତି ଯେ, ରିଙ୍କୁ ଖୁବ୍ ଶୀଘ୍ର ପ୍ରାକ୍ଟିସ୍ ସେସନ୍ସରେ ସାମିଲ ହେବେ । ଏହାସହ ନିଜର ଲୟ ଫେରିପାଇବେ । ମିଡିଲ ଅର୍ଡରରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶେଷ ଓଭରରେ ଦ୍ରୁତ ରନ୍ ହାସଲ କରିବାରେ ସେ ସବୁଠୁ ଦକ୍ଷ ଖେଳାଳି ଅଟନ୍ତି ।
ଅନ୍ୟ ଦିଗରେ ଚଳିତ ଟି୨୦ ଟୁର୍ଣ୍ଣାମେଣ୍ଟ ରିଙ୍କୁଙ୍କ ପାଇଁ ସେତେ ଖାସ୍ ହୋଇନାହିଁ । ତାଙ୍କ ବ୍ୟାଟ୍ ଗର୍ଜନ କରିବା ବନ୍ଦ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସେ ବିନା କୌଣସି ରନରେ ଆଉଟ୍ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ରିଙ୍କୁଙ୍କ ବାପାଙ୍କୁ ଲିଭର୍ କ୍ୟାନସର୍, ବିଶ୍ବକପର ବାକି ମ୍ୟାଚ୍ ଖେଳିପାରିବେ କି ଷ୍ଟାର କ୍ରିକେଟର ?
୨୦୨୬ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏବେ ବ୍ୟାକଫୁଟ୍ରେ ରହିଛି । ସୁପର-୮ ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଅଡ଼ୁଆରେ ଟିମ୍ ଇଣ୍ଡିଆ । ପାରିବାରିକ କାରଣରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ବିଶ୍ବକପ୍ ମଝିରୁ ଘରକୁ ଫେରିଛନ୍ତି । ରିଙ୍କୁଙ୍କ ପିତା ଖାନଚନ୍ଦ୍ର ସିଂଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ ବିଶ୍ବକପ୍ ଅଧାରୁ ଘରକୁ ଫେରିଛନ୍ତି ।

Related Topics
Explore more stories