Rinku Singh / ଟି-୨୦ ବିଶ୍ବକପ୍ରୁ ବାଦ୍ ପଡ଼ିବେ କି ରିଙ୍କୁ ସିଂ ? ପିତାଙ୍କ ମୃତ୍ୟୁ ପରେ BCCI ଦେଲା ବଡ଼ ଅପଡେଟ୍
·6 months ago·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ରିଙ୍କୁ ସିଂଙ୍କ ନେଇ ଆସିଲା ବଡ଼ ଅପଡେଟ୍
ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଖେଳିବେ ନାହିଁ
ରିଙ୍କୁ ସିଂଙ୍କ ନେଇ ଆସିଲା ବଡ଼ ଅପଡେଟ୍
ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଖେଳିବେ ନାହିଁ
ଆଉ ନାହାନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମାନ୍ ରିଙ୍କୁ ସିଂଙ୍କ ପିତା । ରିଙ୍କୁ ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳରେ ଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ଫେବ୍ରୁଆରୀ ୨୧ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ଯାହା ପରେ ତାଙ୍କୁ ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କ ଚିକିତ୍ସା କରାଯାଉଥିଲା । କିନ୍ତୁ ଫେବ୍ରୁଆରୀ ୨୭ ତାରିଖ ଶୁକ୍ରବାର ସକାଳ ୪:୩୬ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର କ୍ରିକେଟ ଜଗତକୁ ବଡ଼ ଝଟକା ଦେଇଛି । ଏଭଳି ଦୁଃଖଦ ଘଟଣାରେ BCCI ସଚିବ ଦେବଜିତ ସାଇକିଆ ମଧ୍ୟ ତାଙ୍କ ଶୋକ ପ୍ରକାଶ କରିଛନ୍ତି ।
ଏବେ ପ୍ରଶ୍ନ ଉଠୁଛି, ତାଙ୍କ ପିତାଙ୍କ ମୃତ୍ୟୁ ପରେ ରିଙ୍କୁ କ’ଣ ଚଳିତ T20 ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି ? ଆସନ୍ତୁ ଜାଣିବା ରିଙ୍କୁ ସିଂଙ୍କ ସମ୍ପର୍କରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ସଦ୍ୟତମ ଅପଡେଟ୍ ।
ରିଙ୍କୁ ସିଂ ନୋଏଡାରେ ପହଞ୍ଚିଛନ୍ତି
BCCI ସଚିବ ଦେବଜିତ୍ ସାଇକିଆ, ନ୍ୟୁଜ୍ ଏଜେନ୍ସି IANS ସହ ଆଲୋଚନା କରି କହିଛନ୍ତି, "BCCI ପକ୍ଷରୁ ମୁଁ ଏହି କଷ୍ଟକର ସମୟରେ ରିଙ୍କୁ ସିଂ ଏବଂ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ସେ ସକାଳ ୫ଟାରେ ଚେନ୍ନାଇରୁ ନୋଏଡା ହସ୍ପିଟାଲରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କ ପିତାଙ୍କ ଚିକିତ୍ସା କରାଯାଉଥିଲା ।"
ପରବର୍ତ୍ତୀ ମ୍ୟାଚ୍ ଖେଳିବେ ନାହିଁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେବଜିତ ସାଇକିଆ ଆହୁରି କହିଛନ୍ତି ଯେ ରିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପରବର୍ତ୍ତୀ ସୁପର ୮ ମ୍ୟାଚ୍ ଖେଳିବେ ନାହିଁ । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ୍ ପଡ଼ିନାହାଁନ୍ତି । ମେନ୍ ଇନ୍ ବ୍ଲୁ କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଏକ ଭର୍ଚୁଆଲ୍ କ୍ୱାର୍ଟର ଫାଇନାଲ୍ ପରି ରହିବ । ବିଜୟୀ ଦଳ ଗ୍ରୁପ୍ ୧ରୁ ଦ୍ୱିତୀୟ ସେମିଫାଇନାଲିଷ୍ଟ ହେବ ।
୨୧ ଫେବ୍ରୁଆରୀରେ ହସ୍ପିଟାଲରେ ଭର୍ତ୍ତି
ସୂଚନା ଅନୁସାରେ, କର୍କଟ ରୋଗରେ ପୀଡିତ ରିଙ୍କୁଙ୍କ ବାପାଙ୍କୁ ଫେବ୍ରୁଆରୀ ୨୧ ତାରିଖରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିଙ୍କୁ ପୂର୍ବରୁ ତାଙ୍କ ବାପାଙ୍କୁ ଦେଖିବା ପାଇଁ ଟିମ୍ ଇଣ୍ଡିଆ ଶିବିର ଛାଡ଼ିଥିଲେ ।

Related Topics
Explore more stories