Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଟେଷ୍ଟରେ ସର୍ବାଧିକ ଛକା ମାରି ସେହୱାଗ-ରୋହିତଙ୍କୁ ପଛରେ ପକାଇଲେ ପନ୍ତ: ଚର୍ଚ୍ଚାରେ ଥିଲା ରିଷଭଙ୍କ ଜୋତା

Ritu Das
Browse all articles by Ritu Das
·8 months ago·2 min read
ଟେଷ୍ଟରେ ସର୍ବାଧିକ ଛକା ମାରି ସେହୱାଗ-ରୋହିତଙ୍କୁ ପଛରେ ପକାଇଲେ ପନ୍ତ: ଚର୍ଚ୍ଚାରେ ଥିଲା ରିଷଭଙ୍କ ଜୋତା

Key Points

ଭାରତର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗ ୧୮୦ ପାଳିରେ ୯୧ ଛକା ମାରିଛନ୍ତି । ଏହି ମାମଲାରେ ତୃତୀୟ ସ୍ଥାନରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଅଛନ୍ତି । ସେ ୧୧୬ଟି ପାଳିରେ ୮୮ଟି ଛକା ମାରିଛନ୍ତି।
ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଜାରି କୋଲକାତା ଟେଷ୍ଟର ଦ୍ୱିତୀୟ ଦିନରେ ଉଇକେଟ୍ କିପର ବ୍ୟାଟର ରିଷଭ ପନ୍ତ ବଡ଼ ଉପଲବ୍ଧ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି । ଭାରତ ପାଇଁ ପ୍ରଥମ ପାଳିରେ ପନ୍ତ ଦୁଇଟି ଛକା ଓ ଦୁଇଟି ମାରି ଆଉଟ୍ ହୋଇଥିଲେ।

ଏହାସହ ପଢ଼ନ୍ତୁ: ନିଲାମ ପୂର୍ବରୁ କୋଲକାତାରେ ବଡ଼ ହଲଚଲ, ୨୪ କୋଟିର ଖେଳାଳିଙ୍କୁ କରିବ ରିଲିଜ୍ !


ଭାରତର ପ୍ରଥମ ଇନିଂସରେ ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ପନ୍ତ ୨୪ ବଲରେ ୨୭ ରନ୍ କରିଥିଲେ । ଏହି ଇନିଂସରେ ଆଜି ତାଙ୍କ ବ୍ୟାଟରୁ ଦୁଇଟି ବିଶାଳ ଛକା ବାହାରିଥିଲା । ଏହା ସହ ସେ ଟେଷ୍ଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି । ଏବେ ତାଙ୍କ ନାଁରେ ୮୩ ଟେଷ୍ଟ ଇନିଂସରେ ୯୨ ଛକା ରହିଛି । ଭାରତର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗ ୧୮୦ ପାଳିରେ ୯୧ ଛକା ମାରିଛନ୍ତି । ଏହି ମାମଲାରେ ତୃତୀୟ ସ୍ଥାନରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଅଛନ୍ତି । ସେ ୧୧୬ଟି ପାଳିରେ ୮୮ଟି ଛକା ମାରିଛନ୍ତି।



ଭାରତରେ ପ୍ରଥମ ପାଳିରେ ୧୮୯ ରନ୍ କରି ଦକ୍ଷିଣ ଆଫ୍ରିକା ଆଗରେ ୩୦ ରନର ସାମାନ୍ୟ ବୃଦ୍ଧି ହାସଲ କରିଛି । ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ବ୍ୟାଟିଂ କରିବ ସମୟରେ ଆହତ ହୋଇଥିଲେ, ଯେଉଁଥି ପାଇଁ ସେ ରିଟାୟର୍ଡ ହର୍ଟ ହୋଇ ପାଭେଲିୟନ ଫେରିଥିଲେ । ଭାରତର ୯ ଉଇକେଟ୍ ପତନ ପରେ ଇନିଂସ ଘୋଷଣା ହୋଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୧୫୯ ରନ୍ କରିଥିଲା।

ଏହାସହ ପଢ଼ନ୍ତୁ: ୧୨ ବର୍ଷ ପରେ ଆନ୍ଦ୍ରେ ରସେଲଙ୍କୁ ଛାଡ଼ିଲା କୋଲକାତା, ଜାଣନ୍ତୁ କେଉଁ ୧୨ ଖେଳାଳିଙ୍କୁ ରିଟେନ୍‌ କଲା KKR


ସେପଟେ ମ୍ୟାଚରେ ଚର୍ଚ୍ଚାର ଥିଲା ରିଷଭ ପନ୍ତଙ୍କ ଜୋତା


ଶୁଭମନ ଗିଲ ରିଟାୟାର୍ଡ ହର୍ଟ ହେବା ପରେ ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ସେ ପଡ଼ିଆକୁ ପାଦ ଦେବା ମାତ୍ରେ ତାଙ୍କ ଜୋତା ଆଲୋଚନାର ବିଷୟ ପାଲଟିଗଲା। ରିଷଭ ପନ୍ତଙ୍କ ଜୋତା ମଧ୍ୟରୁ ଗୋଟିଏ ଆଗ ପାର୍ଶ୍ୱରେ କଳା ଥିଲା। କିନ୍ତୁ, ଅନ୍ୟ ଜୋତାଟି କଳା ନଥିଲା, ଏହା ଧଳା ଥିଲା। ପନ୍ତ ଯେଉଁ ପାଦରେ ଆଘାତରୁ ସୁସ୍ଥ ହୋଇଥିଲେ ସେହି ପାଦରେ କଳା ଜୋତା ପିନ୍ଧିଥିଲେ। ସମ୍ଭବତଃ ସେହି ପାଦକୁ ମନରେ ରଖି ଜୋତାଟି ଡିଜାଇନ୍ କରାଯାଇଥିଲା

ଭିନ୍ନ ଜୋତାରେ ଭାରତୀୟ ରେକର୍ଡ ସୃଷ୍ଟି:

ଇଡେନ ଗାର୍ଡେନରେ ଦୁଇଟି ଭିନ୍ନ ଡିଜାଇନ୍ ଜୋତା ପିନ୍ଧି ଖେଳିଥିବା ରିଷଭ ପନ୍ତ ବୀରେନ୍ଦ୍ର ସେହୱାଗଙ୍କ ଏକ ପ୍ରମୁଖ ରେକର୍ଡ ଭାଙ୍ଗିଛନ୍ତି।
କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ପନ୍ତ ୨୪ଟି ବଲର ସାମ୍ନା କରି ୨୭ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ଦୁଇଟି ଛକା ସାମିଲ ଥିଲା। ଏହି ଇନିଂସ ମଧ୍ୟରେ ରିଷଭ ପନ୍ତ ବୀରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇ ଏକ ଭାରତୀୟ ରେକର୍ଡ ସ୍ଥାପନ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rishabh Pant Breaks Test Sixes Record; His Shoes Go Viral | Argus News