Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Venkatesh Iyer Release / ନିଲାମ ପୂର୍ବରୁ କୋଲକାତାରେ ବଡ଼ ହଲଚଲ, ୨୪ କୋଟିର ଖେଳାଳିଙ୍କୁ କରିବ ରିଲିଜ୍ !

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ନିଲାମ ପୂର୍ବରୁ କୋଲକାତାରେ ବଡ଼ ହଲଚଲ, ୨୪ କୋଟିର ଖେଳାଳିଙ୍କୁ କରିବ ରିଲିଜ୍ !

Key Points

ଆଇପିଏଲ ମିନି ନିଲାମ ପୂର୍ବରୁ ବଡ଼ ହଲଚଲ । ଆୟରଙ୍କୁ ଛାଡ଼ିବ କୋଲକାତା । ମେଗା ଅକ୍ସନରେ ୨୩.୭୫ କୋଟି କିଣିଥିଲା କେକେଆର ।
ଆଇପିଏଲ ୨୦୨୬ ପାଇଁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କ ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଦେବାକୁ ପଡ଼ିବ । ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ଏହାରି ମଧ୍ୟରେ ୩ ଥରର ଚାମ୍ପିଆନ୍ କୋଲକାତା ନାଇଟ୍ ରାଇଡର୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେକେଆର ଚଳିତ ମିନି ନିଲାମ ପୂର୍ବରୁ ଭେଙ୍କଟେଶ ଆୟରଙ୍କୁ ରିଲିଜ୍ କରିବାକୁ ଯୋଜନା କରୁଛି । ଆଇପିଏଲ ମେଗା ନିଲାମରେ ୨୩.୭୫ କୋଟି ଭେଙ୍କଟେଶ ଆୟରଙ୍କୁ କୋଲକାତା କିଣିଥିଲା ।

ତେବେ ଚଳିତ ଆଇପିଏଲ ପୂର୍ବରୁ କେକେଆର ଆୟର ରିଲିଜ୍ କରିପାରେ ଏବଂ ଡିସେମ୍ବରରେ ହେବାକୁ ଥିବା ମିନି ନିଲାମରେ ପୁଣି ଥରେ ତାଙ୍କୁ ଅଳ୍ପ ଟଙ୍କାରେ କିଣିପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଭେଙ୍କଟେଶ ଆୟର ୨୦୨୧ ମସିହାରୁ KKR ପାଇଁ ଖେଳୁଛନ୍ତି ।

ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟିରେ କିଣିବା ପରେ ସେ IPL 2025ରେ ଫ୍ଲପ୍ ହୋଇଥିଲେ। ସେ ଆଇପିଏଲର ଗତ ସିଜିନ୍ରେ ୧୧ ମ୍ୟାଚରେ ମାତ୍ର ୧୪୨ ରନ୍ କରିଥିଲେ । ତେଣୁ ତାଙ୍କ ନୂଆ ସିଜିନ୍ ପୂର୍ବରୁ ରିଲିଜ୍ କରାଯାଇପାରେ । ତେବେ କେବଳ ଆୟର ନୁହଁନ୍ତି କୋଲକାତା ନାଇଟ୍ ରାଇଡର୍ସ କ୍ୱିଣ୍ଟନ୍ ଡି କକ୍ ଏବଂ ଆନରିଚ୍ ନର୍କିଆଙ୍କୁ ମଧ୍ୟ ରିଲିଜ୍ କରିପାରେ ।

ଅଧିକ ପଢ଼ନ୍ତୁ: ବଦଳିବ RCBର ହୋମ୍‌ ଗ୍ରାଉଣ୍ଡ ! ଚିନ୍ନାସ୍ବାମୀ ନୁହେଁ ଏହି ଷ୍ଟାଡିୟମରେ ଖେଳାଯାଇପାରେ ବାଙ୍ଗାଲୋର ମ୍ୟାଚ୍‌

ସେହିପରି ତିନି ଥରର IPL ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ IPL ୨୦୨୫ ମେଗା ନିଲାମରେ ଅଜିଙ୍କ୍ୟ ରାହାଣେଙ୍କୁ ମାତ୍ର ୧.୫ କୋଟିରେ କିଣିଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ରାହାଣେଙ୍କ ପ୍ରଦର୍ଶନ ଭଲ ଥିଲା, କିନ୍ତୁ ପରେ ତାଙ୍କ ପ୍ରଦର୍ଶନ ହ୍ରାସ ପାଇଥିଲା । ଏହା ଫ୍ରାଞ୍ଚାଇଜ୍ ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଇଥିଲା । ଯାହା ଫଳରେ KKR ପ୍ଲେ-ଅଫରେ ପହଞ୍ଚିପାରିନଥିଲା । ତେଣୁ, ଭବିଷ୍ୟତକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜ୍ ଅଜିଙ୍କ୍ୟ ରାହାଣେଙ୍କୁ ରିଲିଜ୍‌ କରି ଜଣେ ଯୁବ ଖେଳାଳିଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ବିଚାର କରିପାରେ । ତେବେ ଯୁବ ଅଧିନାୟକ ଦୌଡ଼ରେ ରିଙ୍କୁ ସିଂହଙ୍କ ନାମ ସବୁଠାରୁ ଆଗରେ ଅଛି ।

ସେପଟେ ଆଇପିଏଲ ମିନି ନିଲାମକୁ ନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ଜଣେ ଅଧିକାରୀ କହିଛନ୍ତି, ଆଗାମୀ ଆଇପିଏଲ ମିନି ନିଲାମ ଡିସେମ୍ବର ମଧ୍ୟ ଭାଗରେ ଆବୁଧାବିରେ ଅନୁଷ୍ଠିତ ହେବ । ଏହା କ୍ରମାଗତ ତୃତୀୟ ଥର ପାଇଁ ବିଦେଶରେ IPL ନିଲାମ ଅନୁଷ୍ଠିତ ହେବ। ପୂର୍ବରୁ, ୨୦୨୩ ରେ ଦୁବାଇ ଏବଂ ୨୦୨୪ ରେ ଜେଦ୍ଦାରେ ନିଲାମ ଅନୁଷ୍ଠିତ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧୫ କିମ୍ବା ୧୬ ତାରିଖରେ ଆଇପିଏଲ ନିଲାମ ଅନୁଷ୍ଠିତ ହୋଇପାରେ ।

ବିସିସିଆଇର ଅଧିକାରୀ ଜଣକ କହିଛନ୍ତି, 'ନିଲାମ ପାଇଁ ଆବୁଧାବିକୁ ଚୂଡ଼ାନ୍ତ କରାଯାଇଛି । ଏହା ଏକ ମିନି ନିଲାମ ହେବ । କାରଣ ଗତ ବର୍ଷ ସାଉଦି ଆରବରେ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata Knight Riders Plan Major Releases Before IPL 2026 Mini Auction | Argus News