Videos
|
Sports

Rishabh Pant Training / ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଧୋନିଙ୍କ ଘରେ ଋଷଭ ପନ୍ତ ! ନେଲେ ଗୁରୁମନ୍ତ୍ର, ଫେରିବେ ଫର୍ମକୁ...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଧୋନିଙ୍କ ଘରେ ଋଷଭ ପନ୍ତ ! ନେଲେ ଗୁରୁମନ୍ତ୍ର, ଫେରିବେ ଫର୍ମକୁ...
Rishabh Pant Training

Key Points

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ପନ୍ତଙ୍କ ବଡ଼ ପଦକ୍ଷେପ
ଧୋନିଙ୍କ ଘରେ ପହଞ୍ଚିଲେ ଋଷଭ ପନ୍ତ !
ଜାଣନ୍ତୁ କ'ଣ ମିଳିଲା ଗୁରୁମନ୍ତ୍ର ?
ଯେଉଁ ଖେଳାଳିଙ୍କ ବ୍ୟାଟରୁ ଛକା-ଚୌକାର ବର୍ଷା ଦେଖିବାକୁ ମିଳୁଥିଲା, ଏବେ ସେହି ଋଷଭ ପନ୍ତ ଏବେ ଫର୍ମକୁ ଫେରିବା ପାଇଁ ଆରମ୍ଭ କରିଛନ୍ତି ବଡ଼ ପ୍ରସ୍ତୁତି । ଆଇପିଏଲରେ ନିରାଶାଜନକ ପ୍ରଦର୍ଶନ ପରେ ଏବେ ଟିମ୍ ଇଣ୍ଡିଆର ଏହି ୱିକେଟକିପର-ବ୍ୟାଟ୍ସମ୍ୟାନ୍‌ ନେଇଛନ୍ତି ଗୁରୁଙ୍କ ଶରଣ । ଆଉ ଏଥର ଗୁରୁ କେହି ନୁହେଁ, ବରଂ ଭାରତୀୟ କ୍ରିକେଟର ସବୁଠାରୁ ବଡ଼ ମ୍ୟାଚ୍ ୱିନର ଏବଂ ଅଭିଜ୍ଞ ମେଣ୍ଟର ମହେନ୍ଦ୍ର ସିଂହ ଧୋନି ।

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ୱିକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପାଇଁ ଗତ କିଛି ସମୟ ଆଶା ଅନୁସାରେ ରହିନାହିଁ । ଆଇପିଏଲ ୨୦୨୬ରେ ବ୍ୟାଟ୍‌ରେ ପନ୍ତ ବିଶେଷ କିଛି କରିପାରିନଥିଲେ ଏବଂ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା । ଯାହାଫଳରେ ଲକ୍ଷ୍ନୌ ଆଗାମୀ ସିଜିନ୍‌ ପୂର୍ବରୁ ପନ୍ତଙ୍କୁ ଟ୍ରେଡ୍ କରି ତାଙ୍କ ପୁରୁଣା ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରାଇ ଦେଇଛି ।

ଆଇପିଏଲ ପରେ ମଧ୍ୟ ପନ୍ତଙ୍କୁ ଭାରତୀୟ ଦଳ ପାଇଁ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ । ବର୍ତ୍ତମାନ ସେ କେବଳ ଟେଷ୍ଟ ଫର୍ମାଟରେ ନିୟମିତ ଭାବେ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି । ଦିନିକିଆ ଏବଂ ଟି-୨୦ ଦଳରେ ସେ ଦୀର୍ଘ ସମୟ ଧରି ସ୍ଥାନ ପାଇନାହାନ୍ତି ।

ଏବେ ଋଷଭ ପନ୍ତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପନ୍ତ ନେଇଥିଲେ ଜଣେ ବଡ଼ ଖେଳାଳିଙ୍କ ସାହାଯ୍ୟ । ସେ ଭେଟିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ । ପନ୍ତ ରାଞ୍ଚିରେ ଧୋନିଙ୍କ ମାର୍ଗଦର୍ଶନରେ କଠିନ ଅଭ୍ୟାସ କରୁଛନ୍ତି ।
ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ (WTC) ଅଧୀନରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ର ଏହି ଟେଷ୍ଟ ସିରିଜ୍ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ଆରମ୍ଭ ହେବ । ଶ୍ରୀଲଙ୍କାର ପିଚ୍ ସାଧାରଣତଃ ସ୍ପିନ୍ ବୋଲରଙ୍କୁ ସହାୟତା କରିଥାଏ । ଆଉ ଏଭଳି ସ୍ଥିତିରେ ଏମ୍‌ଏସ୍‌ ଧୋନିଙ୍କ ଅଭିଜ୍ଞତା ବେଶ୍‌ ଅତୁଳନୀୟ ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପନ୍ତ ଏବଂ ଧୋନିଙ୍କୁ ଧୋନିଙ୍କ ଫାର୍ମହାଉସରୁ ଏକାଠି ବାହାରୁଥିବା ଦେଖାଯାଇଛି । ରାଞ୍ଚିରେ ପନ୍ତ ଧୋନି ଏବଂ ପୂର୍ବତନ ଭାରତୀୟ ସ୍ପିନର ଶାହବାଜ ନଦୀମଙ୍କ ଉପସ୍ଥିତିରେ ଅଭ୍ୟାସ କରୁଛନ୍ତି ।

ଧୋନିଙ୍କ ବ୍ୟତୀତ ପନ୍ତ ନିଜର ହ୍ୱାଇଟ୍-ବଲ୍ କ୍ରିକେଟକୁ ଆହୁରି ମଜବୁତ କରିବା ପାଇଁ ନିକଟରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ସହ ମଧ୍ୟ ସମୟ ବିତାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପନ୍ତଙ୍କ ପ୍ରଦର୍ଶନ ବିଶେଷ ଭଲ ରହିନଥିଲା । ତେଣୁ ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଯୁବ ଭାରତୀୟ ଦଳରେ ପନ୍ତଙ୍କ ଫର୍ମକୁ ଫେରିବା ବହୁତ ଆବଶ୍ୟକ ହୋଇପଡ଼ିଛି ।

ଧୋନି ସବୁବେଳେ ପନ୍ତଙ୍କ ମେଣ୍ଟର ଭାବେ ରହିଆସିଛନ୍ତି । ତେଣୁ ରାଞ୍ଚିର ଏହି ଟ୍ରେନିଂ କ୍ୟାମ୍ପ ପନ୍ତଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହି ଅଭ୍ୟାସ ତାଙ୍କୁ ଶ୍ରୀଲଙ୍କାର ସ୍ପିନ୍ ସହାୟକ ପିଚ୍‌ରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: