Videos
|
Sports

Rishabh Pant Century / ଋଷଭ ପନ୍ତଙ୍କ ବିସ୍ଫୋରକ ଶତକ...ଭାଙ୍ଗିଲେ ବଡ଼ ରେକର୍ଡ, SENA ମାଟିରେ ହେଲେ ନମ୍ବର ୱାନ୍

Santosh Kumar Sahoo
Browse all articles by Santosh Kumar Sahoo
·40 mins ago·2 min read
ଋଷଭ ପନ୍ତଙ୍କ ବିସ୍ଫୋରକ ଶତକ...ଭାଙ୍ଗିଲେ ବଡ଼ ରେକର୍ଡ, SENA ମାଟିରେ ହେଲେ ନମ୍ବର ୱାନ୍
Rishabh Pant Century

Key Points

ଇତିହାସ ରଚିଲେ ଋଷଭ ପନ୍ତ
SENA ଦେଶରେ କଲେ ମହାରେକର୍ଡ
ପଛରେ ପଡ଼ିଲେ ବ୍ରେଣ୍ଡନ୍ ମ୍ୟାକକୁଲମ୍
ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ୍ ଟେଷ୍ଟରେ ଭାରତୀୟ ୱିକେଟ୍‌କିପର ବ୍ୟାଟର ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ । ବେସିନ୍ ରିଜର୍ଭରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଚତୁର୍ଥ ଦିନରେ ପନ୍ତ ନିଜ ଟେଷ୍ଟ କ୍ୟାରିୟରର ନବମ ଶତକ ହାସଲ କରିଛନ୍ତି । ଗ୍ଲେନ୍ ଫିଲିପ୍ସଙ୍କ ବଲ୍‌ରେ ରିଭର୍ସ ସ୍ୱିପ୍ ଖେଳି ୯୯ ରନ୍‌ରେ ପହଞ୍ଚିବା ପରେ ମିଡ୍‌ଅଫ୍ ଉପରେ ଚମତ୍କାର ସଟ୍ ଖେଳି ୧୩୫ ବଲ୍‌ରେ ଶତକ ପୂରଣ କରିଥିଲେ ପନ୍ତ । ମୋଟ ୧୫୩ଟି ବଲ୍‌ର ସାମ୍ନା କରି ୧୨୮ ରନ୍ କରିଥିଲେ ପନ୍ତ । ତାଙ୍କ ଇନିଂସରେ ୧୦ଟି ଚୌକା ଓ ୬ଟି ଛକା ସାମିଲ ଥିଲା ।

ଏହି ଶତକ ସହ ପନ୍ତ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । SENA ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ଟେଷ୍ଟ ଶତକ ହାସଲ କରିବାରେ ସେ ପ୍ରଥମ ବିଦେଶୀ ୱିକେଟ୍‌କିପର ବ୍ୟାଟର ହୋଇଛନ୍ତି । ଏହା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ୩,୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି । WTC ଇତିହାସରେ ପନ୍ତ ସବୁଠାରୁ ସଫଳ ୱିକେଟ୍‌କିପର ବ୍ୟାଟର ଭାବେ ନିଜ ସ୍ଥାନ ମଜବୁତ କରିଛନ୍ତି ।



ଟେଷ୍ଟ କ୍ରିକେଟ୍‌ରେ ୱିକେଟ୍‌କିପର ଭାବେ ଏହା ପନ୍ତଙ୍କ ନବମ ଶତକ । ଏହି ତାଲିକାରେ ତାଙ୍କଠାରୁ ଆଗରେ କେବଳ ଅଷ୍ଟ୍ରେଲିଆର ଆଡାମ୍ ଗିଲକ୍ରିଷ୍ଟ (୧୭ ଶତକ) ଏବଂ ଜିମ୍ବାୱେର ଆଣ୍ଡି ଫ୍ଲାୱାର (୧୨ ଶତକ) ରହିଛନ୍ତି ।

ଋଷଭ ପନ୍ତ ୨୦୧୮ରେ ଇଂଲଣ୍ଡ ଗସ୍ତ ସମୟରେ ପନ୍ତ SENA ଦେଶରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ଏହାପରେ ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୦୦ ରନ୍ କରିଥିଲେ । ଗତବର୍ଷ ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ । ଟେଷ୍ଟ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଅପରାଜିତ ୧୫୯ ରନ୍ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

କେବଳ ଶତକ ନୁହେଁ, ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବା ତାଲିକାରେ ମଧ୍ୟ ପନ୍ତ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ବ୍ରେଣ୍ଡନ୍ ମ୍ୟାକ୍କଲମଙ୍କ ୧୦୭ ଛକାର ରେକର୍ଡକୁ ପଛରେ ପକାଇ ପନ୍ତ ୧୦୮ ଛକା ମାରିଛନ୍ତି । ଏହି ତାଲିକାରେ ୧୩୮ ଛକା ସହ ବେନ୍ ଷ୍ଟୋକ୍ସ ପ୍ରଥମ ସ୍ଥାନରେ ଅଛନ୍ତି ।

ଅନ୍ୟପଟେ ପନ୍ତଙ୍କ ପୂର୍ବରୁ ଭାରତୀୟ ବ୍ୟାଟରମାନେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଯଶସ୍ୱୀ ଜୟସ୍ୱାଲ ୮୫, କେଏଲ୍ ରାହୁଲ ୧୩୬, ଦେବଦତ୍ତ ପାଡିକଲ ୮୦ ଏବଂ ଅଧିନାୟକ ଶୁବମନ ଗିଲ୍ ୯୮ ରନ୍ କରିଛନ୍ତି । ବିଦେଶ ମାଟିରେ ଟେଷ୍ଟ ଇନିଂସରେ ଭାରତର ଶୀର୍ଷ ପାଞ୍ଚ ଜଣ ବ୍ୟାଟର ପ୍ରଥମ ଥର ପାଇଁ ୫୦ କିମ୍ବା ତା'ଠାରୁ ଅଧିକ ରନ୍ କରି ନୂଆ ଇତିହାସ ରଚିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: