Rishabh Pant Vice Captaincy / ଉପ-ଅଧିନାୟକ ପଦରୁ ହଟିଲେ ଋଷଭ ପନ୍ତ, କେଏଲ ରାହୁଲଙ୍କୁ ମିଳିଲା ଗୁରୁ ଦାୟିତ୍ବ
·3 months ago·2 min read

Key Points
ଘୋଷଣା ହେଲା ଭାରତୀୟ ଟେଷ୍ଟ ଟିମ୍
ଉପ-ଅଧିନାୟକ ପଦରୁ ହଟିଲେ ଋଷଭ ପନ୍ତ
କେଏଲ ରାହୁଲଙ୍କୁ ମିଳିଲା ଗୁରୁ ଦାୟିତ୍ବ
ଉପ-ଅଧିନାୟକ ପଦରୁ ହଟିଲେ ଋଷଭ ପନ୍ତ
କେଏଲ ରାହୁଲଙ୍କୁ ମିଳିଲା ଗୁରୁ ଦାୟିତ୍ବ
ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଏକ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଘୋଷଣା ହୋଇଥିବା ଟିମ୍ରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ପନ୍ତଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ନୂତନ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଆଉ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ହେଉଛି ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଘୋଷଣା ହୋଇଥିବା ଦଳରେ ୩ ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି । ଏହି ତିନି ଜଣ ନୂଆ ଖେଳାଳି ହେଉଛନ୍ତି ଗୁରନୁର ବ୍ରାର, ହର୍ଷ ଦୁବେ ଏବଂ ମାନବ ସୁଥାର ।
ଆଶା ଅନୁଯାୟୀ, ଜସପ୍ରିତ ବୁମରାହଙ୍କୁ ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ୍ ଏବଂ ଦିନିକିଆ ସିରିଜ୍ରୁ ବିଶ୍ରାମ ଦିଆଯାଇଛି । ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍ ଜୁନ୍ ୬ ତାରିଖରୁ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ ।
ଋଷଭ ପନ୍ତଙ୍କଠାରୁ ଉପ-ଅଧିନାୟକ ପଦ କାଢ଼ି ନିଆଯାଇଛି
ଟିମ୍ ଘୋଷଣା ହେବାର କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଋଷଭ ପନ୍ତଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇପାରେ । ଏବେ ବିସିସିଆଇ ବାସ୍ତବରେ ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ପଦରୁ ହଟାଇ କେଏଲ ରାହୁଲଙ୍କୁ ଉପ-ଅଧିନାୟକ ନିଯୁକ୍ତ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ରେ ଋଷଭ ପନ୍ତ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ । ସେ ଚାରୋଟି ଇନିଂସରେ ମାତ୍ର ୪୯ ରନ୍ କରିଥିଲେ । ସେହିପରି ଚଳିତ ଆଇପିଏଲରେ ମଧ୍ୟ ପନ୍ତଙ୍କ ଖରାପ ଫର୍ମ ଜାରି ରହିଛି ।
ଆଫଗାନିସ୍ତାନ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ: ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, କେଏଲ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ (ଓ୍ବିକେଟ୍ କିପର), ଦେବଦତ୍ତ ପାଡିକ୍କଲ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ମାନବ ସୁଥାର, ଗୁରନୁର ବ୍ରାର, ଧ୍ରୁବ ଜୁରେଲ(ଓ୍ବିକେଟ କିପର), ହର୍ଷ ଦୁବେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ବନାମ ଆଫଗାନିସ୍ତାନ -ପୂରା କାର୍ଯ୍ୟସୂଚୀ
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ । ଟେଷ୍ଟ ମ୍ୟାଚ୍ ଜୁନ୍ ୬-୧୦ ପର୍ଯ୍ୟନ୍ତ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁନ୍ ୧୪ ରେ ଆରମ୍ଭ ହେବ। ପ୍ରଥମ ଦିନିକିଆ ଜୁନ୍ ୧୪ ରେ ଧର୍ମଶାଳାରେ, ଦ୍ୱିତୀୟ ଦିନିକିଆ ଜୁନ୍ ୧୭ ରେ ଲକ୍ଷ୍ନୌରେ ଏବଂ ଶେଷ ଦିନିକିଆ ଜୁନ୍ ୨୦ ରେ ଚେନ୍ନାଇରେ ଖେଳାଯିବ ।

Related Topics
Explore more stories