Dhruv Jurel Replacement / ODI ସିରିଜ୍ରୁ ବାଦ୍ ପଡ଼ିଲେ ପନ୍ତ, ଟିମ୍କୁ ଆସିଲେ ଧ୍ରୁବ୍ ଜୁରେଲ୍
·6 months ago·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଆହତ ପନ୍ତ ODI ସିରିଜ୍ରୁ ବାହାର
BCCI ଘୋଷଣା କଲା ବଦଳ ଖେଳାଳି
ଆହତ ପନ୍ତ ODI ସିରିଜ୍ରୁ ବାହାର
BCCI ଘୋଷଣା କଲା ବଦଳ ଖେଳାଳି
ରବିବାରଠୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ର ପ୍ରଥମ ମ୍ୟାଚ୍ ଭଦୋଦରାରେ ଖେଳାଯାଉଛି । ତେବେ ଦିନିକିଆ ସିରିଜ୍ର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଥିଲା ବଡ଼ ଝଟକା । ଅଭ୍ୟାସ କରିବା ସମୟରେ ଋଷଭ ପନ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ଯାହାଫଳରେ ସେ ଏହି ସିରିଜ୍ରୁ ବାଦ୍ ପଡ଼ିଛନ୍ତି ।
ଆଉ ଏବେ ନ୍ୟୁଜିଲାଣ୍ଡ ସିରିଜ ପାଇଁ BCCI ଋଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ଦେଇଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଭଦୋଦରାର BCA ଷ୍ଟାଡିୟମରେ ପ୍ରଥମ ODI ଖେଳାଯାଉଛି। ପନ୍ତ ଶନିବାର ପ୍ରାୟ ଏକ ଘଣ୍ଟା ଅଭ୍ୟାସ କରିଥିଲେ, କିନ୍ତୁ ହଠାତ୍ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଅଭ୍ୟାସ ଛାଡିବାକୁ ପଡିଲା ।
BCCI ଏକ ବିବୃତ୍ତିରେ କହିଛି, "ଶନିବାର ଅପରାହ୍ନରେ ଭଦୋଦରାର BCA ଷ୍ଟାଡିୟମରେ ଭାରତର ଅଭ୍ୟାସ ଅଧିବେଶନ ସମୟରେ ନେଟରେ ବ୍ୟାଟିଂ କରୁଥିବା ସମୟରେ ୱିକେଟକିପର ଋଷଭ ପନ୍ତ ହଠାତ୍ ତାଙ୍କ ଡାହାଣ ପେଟର ତଳ ଭାଗରେ ଯନ୍ତ୍ରଣା ଅନୁଭବ କରିଥିଲେ। "
BCCI ଆହୁରି କହିଛି, "ତାଙ୍କୁ ତୁରନ୍ତ MRI ସ୍କାନ ପାଇଁ ନିଆଯାଇଥିଲା ଏବଂ BCCI ଡାକ୍ତରୀ ଦଳ ତାଙ୍କର କ୍ଲିନିକାଲ୍ ଏବଂ ରେଡିଓଲୋଜିକାଲ୍ ରିପୋର୍ଟ ବିଷୟରେ ଜଣେ ବିଶେଷଜ୍ଞଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପନ୍ତଙ୍କ ସାଇଡ୍ ଷ୍ଟ୍ରେନ୍ ନିର୍ଣ୍ଣୟ କରାଯାଇଛି ଏବଂ ତେଣୁ ତାଙ୍କୁ ODI ସିରିଜରୁ ବାଦ ଦିଆଯାଇଛି। ପୁରୁଷ ଚୟନ କମିଟି ପନ୍ତଙ୍କ ବଦଳ ଖେଳାଳି ଭାବରେ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ଦେଇଛି ଏବଂ ଜୁରେଲ୍ ଦଳରେ ଯୋଗ ଦେଇଛନ୍ତି।"
ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ ରକ୍ଷକ), ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡି, ଅର୍ଶଦୀପ ସିଂ ଓ ଧ୍ରୁବ ଜୁରେଲ ।

🚨 NEWS 🚨
— BCCI (@BCCI) January 11, 2026
Rishabh Pant ruled out of #INDvNZ ODI series; Dhruv Jurel named replacement.
Details 🔽 #TeamIndia | @IDFCFIRSTBankhttps://t.co/3hKb7Kdup2
BCCI ଏକ ବିବୃତ୍ତିରେ କହିଛି, "ଶନିବାର ଅପରାହ୍ନରେ ଭଦୋଦରାର BCA ଷ୍ଟାଡିୟମରେ ଭାରତର ଅଭ୍ୟାସ ଅଧିବେଶନ ସମୟରେ ନେଟରେ ବ୍ୟାଟିଂ କରୁଥିବା ସମୟରେ ୱିକେଟକିପର ଋଷଭ ପନ୍ତ ହଠାତ୍ ତାଙ୍କ ଡାହାଣ ପେଟର ତଳ ଭାଗରେ ଯନ୍ତ୍ରଣା ଅନୁଭବ କରିଥିଲେ। "
A look at #TeamIndia's Playing XI for the 1st ODI 👌👌
— BCCI (@BCCI) January 11, 2026
Updates ▶️ https://t.co/OcIPHEpvjr#INDvNZ | @IDFCFIRSTBank pic.twitter.com/QD3XQXnpTW
BCCI ଆହୁରି କହିଛି, "ତାଙ୍କୁ ତୁରନ୍ତ MRI ସ୍କାନ ପାଇଁ ନିଆଯାଇଥିଲା ଏବଂ BCCI ଡାକ୍ତରୀ ଦଳ ତାଙ୍କର କ୍ଲିନିକାଲ୍ ଏବଂ ରେଡିଓଲୋଜିକାଲ୍ ରିପୋର୍ଟ ବିଷୟରେ ଜଣେ ବିଶେଷଜ୍ଞଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପନ୍ତଙ୍କ ସାଇଡ୍ ଷ୍ଟ୍ରେନ୍ ନିର୍ଣ୍ଣୟ କରାଯାଇଛି ଏବଂ ତେଣୁ ତାଙ୍କୁ ODI ସିରିଜରୁ ବାଦ ଦିଆଯାଇଛି। ପୁରୁଷ ଚୟନ କମିଟି ପନ୍ତଙ୍କ ବଦଳ ଖେଳାଳି ଭାବରେ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ଦେଇଛି ଏବଂ ଜୁରେଲ୍ ଦଳରେ ଯୋଗ ଦେଇଛନ୍ତି।"
ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ ରକ୍ଷକ), ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡି, ଅର୍ଶଦୀପ ସିଂ ଓ ଧ୍ରୁବ ଜୁରେଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories