Riyan Parag Vaping Video / ଡ୍ରେସିଂ ରୁମ୍ରେ ଇ-ସିଗାରେଟ୍ ଟାଣୁଥିଲେ ରିୟାନ ପରାଗ, ଭାଇରାଲ ହେଲା ଭିଡିଓ
·1 day ago·2 min read

Key Points
IPLରେ ବଡ଼ ବିବାଦ
ଷ୍ଟାଡିୟମ୍ରେ ନିଷେଧ ସତ୍ତ୍ବେ ଭାପିଂ
ଭାଇରାଲ ହେଲା ରିୟାନ ପରାଗଙ୍କ ଭିଡିଓ
ଷ୍ଟାଡିୟମ୍ରେ ନିଷେଧ ସତ୍ତ୍ବେ ଭାପିଂ
ଭାଇରାଲ ହେଲା ରିୟାନ ପରାଗଙ୍କ ଭିଡିଓ
ଗତ ମଙ୍ଗଳବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୪୦ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ରେ ଏକ ବଡ଼ ବିଜୟଲାଭ କରିଥିଲା ରାଜସ୍ଥାନ । ଏହି ବିଜୟ ସତ୍ତ୍ବେ RR ଅଧିନାୟକ ରିୟାନ ପରାଗ ଏକ ବଡ଼ ବିବାଦରେ ଫସିଛନ୍ତି । ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ସମୟରେ ପରାଗ ଡ୍ରେସିଂ ରୁମ୍ରେ ଭାପ୍ (ଇ-ସିଗାରେଟ୍ ପିଉଥିବା) କରୁଥିବା କ୍ୟାମେରାରେ ଧରାପଡ଼ିଥିଲା, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
୨୮ ଏପ୍ରିଲରେ ମୁଲାନପୁରର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ଏହି ଘଟଣା ଘଟିଥିଲା। ଆରଆର ଇନିଂସର ୧୬ତମ ଓଭର ସମୟରେ କ୍ୟାମେରା ଡ୍ରେସିଂ ରୁମ୍ ଆଡ଼କୁ ପ୍ୟାନ୍ ହୋଇଥିଲା, ଯେଉଁଠାରେ ପରାଗଙ୍କୁ ଭାପିଂ(Vaping) କରୁଥିବାର ଦେଖାଯାଇଥିଲା । ତାଙ୍କ ପାଖରେ ଠିଆ ହୋଇଥିବା ଯଶସ୍ୱୀ ଜୟସ୍ୱାଲ ପଡ଼ିଆ ଆଡ଼କୁ ଇଙ୍ଗିତ କରୁଥିଲେ ।
ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ ୨୦୧୯ ଅନୁଯାୟୀ ଭାରତରେ ଇ-ସିଗାରେଟ୍ ଏବଂ ଭାପ୍ ଉପକରଣ ସମ୍ପୂର୍ଣ୍ଣ ନିଷିଦ୍ଧ । ଏହା ସହିତ ଷ୍ଟାଡିୟମ ଏବଂ ଡ୍ରେସିଂ ରୁମ୍ରେ ଧୂମପାନ କଡ଼ାକଡ଼ି ନିଷିଦ୍ଧ । କିନ୍ତୁ ରିୟାନ ପରାଗ କିପରି ଡ୍ରେସିଂ ରୁମ୍ରେ ଏଭଳି କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିସିସିଆଇ ଏହି ମାମଲାକୁ ହାଲୁକା ଭାବରେ ନେବ ନାହିଁ ଏବଂ ପରାଗଙ୍କୁ ଜରିମାନା କିମ୍ବା ଅନ୍ୟ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ । ପୂର୍ବରୁ, ରାଜସ୍ଥାନ ରୟାଲ୍ସ ମ୍ୟାନେଜର ରୋମି ଭିଣ୍ଡରଙ୍କୁ PMOA (ଖେଳାଳି ଏବଂ ମ୍ୟାଚ୍ ଅଧିକାରୀ କ୍ଷେତ୍ର) ପ୍ରୋଟୋକଲ ଉଲ୍ଲଂଘନ କରିବା ପାଇଁ ଦଣ୍ଡିତ କରାଯାଇଛି ।
ଯଦି ମ୍ୟାଚ୍ ବିଷୟରେ କହିବା ତାହାଲେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୨୨ ରନ୍ର ବିଶାଳ ସ୍କୋର କରିଥିଲା । ଜବାବରେ ରାଜସ୍ଥାନ ୬ ଓ୍ବିକେଟ୍ ହରାଇ ୨୨୩ ରନର ଏକ ବିଶାଳ ଲକ୍ଷ୍ୟ ହାସଲ କରିଥିଲା, ଯାହା ପଞ୍ଜାବ କିଙ୍ଗସର ବିଜୟ ଧାରା ସମାପ୍ତ କରିଥିଲା । ଯଶସ୍ୱୀ ଜୟସ୍ବାଲ ଏବଂ ଡୋନୋଭାନ ଫେରେରା ଅର୍ଦ୍ଧଶତକ ହାସଲ କରିଥିଲେ ।

Riyan parag was caught vaping in dressing room ,how it's allowed inside dressing room bcci whats happening pic.twitter.com/BsYHuunBuj
— cherry_gems (@Introvert2core) April 28, 2026
ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ ୨୦୧୯ ଅନୁଯାୟୀ ଭାରତରେ ଇ-ସିଗାରେଟ୍ ଏବଂ ଭାପ୍ ଉପକରଣ ସମ୍ପୂର୍ଣ୍ଣ ନିଷିଦ୍ଧ । ଏହା ସହିତ ଷ୍ଟାଡିୟମ ଏବଂ ଡ୍ରେସିଂ ରୁମ୍ରେ ଧୂମପାନ କଡ଼ାକଡ଼ି ନିଷିଦ୍ଧ । କିନ୍ତୁ ରିୟାନ ପରାଗ କିପରି ଡ୍ରେସିଂ ରୁମ୍ରେ ଏଭଳି କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ: PBKS ମାଲିକାଣୀ ପ୍ରୀତି ଜିଣ୍ଟା ରାଗିଗଲେ….କହିଲେ…"ମହିଳାମାନେ କାହାର ସମ୍ପତ୍ତି ନୁହନ୍ତି”
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିସିସିଆଇ ଏହି ମାମଲାକୁ ହାଲୁକା ଭାବରେ ନେବ ନାହିଁ ଏବଂ ପରାଗଙ୍କୁ ଜରିମାନା କିମ୍ବା ଅନ୍ୟ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ । ପୂର୍ବରୁ, ରାଜସ୍ଥାନ ରୟାଲ୍ସ ମ୍ୟାନେଜର ରୋମି ଭିଣ୍ଡରଙ୍କୁ PMOA (ଖେଳାଳି ଏବଂ ମ୍ୟାଚ୍ ଅଧିକାରୀ କ୍ଷେତ୍ର) ପ୍ରୋଟୋକଲ ଉଲ୍ଲଂଘନ କରିବା ପାଇଁ ଦଣ୍ଡିତ କରାଯାଇଛି ।
ଯଦି ମ୍ୟାଚ୍ ବିଷୟରେ କହିବା ତାହାଲେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୨୨ ରନ୍ର ବିଶାଳ ସ୍କୋର କରିଥିଲା । ଜବାବରେ ରାଜସ୍ଥାନ ୬ ଓ୍ବିକେଟ୍ ହରାଇ ୨୨୩ ରନର ଏକ ବିଶାଳ ଲକ୍ଷ୍ୟ ହାସଲ କରିଥିଲା, ଯାହା ପଞ୍ଜାବ କିଙ୍ଗସର ବିଜୟ ଧାରା ସମାପ୍ତ କରିଥିଲା । ଯଶସ୍ୱୀ ଜୟସ୍ବାଲ ଏବଂ ଡୋନୋଭାନ ଫେରେରା ଅର୍ଦ୍ଧଶତକ ହାସଲ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories