Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି

Ritu Das
Browse all articles by Ritu Das
·10 months ago·2 min read
ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି

Key Points

ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି। ଏଭଳି ଏକ ଖବର ଏବେ ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣରେ ପ୍ରକାଶ ପାଇଛି। ପ୍ରକାଶିତ ଖବରରେ କୁହାଯାଇଛି ଯେ, ସେ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି। ଏଭଳି ଏକ ଖବର ଏବେ ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣରେ ପ୍ରକାଶ ପାଇଛି। ପ୍ରକାଶିତ ଖବରରେ କୁହାଯାଇଛି ଯେ, ସେ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ରୋଜର ବିନ୍ନିଙ୍କ ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ଏବେ ରାଜୀବ ଶୁକ୍ଳାଙ୍କ କାନ୍ଧକୁ ଆସିଛି। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ବିସିସିଆଇର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ହିନ୍ଦୀ ଖବରକାଗଜ ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ବୁଧବାର ବିସିସିଆଇର ଆପେକ୍ସ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଡା ରାଜୀବ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆପେକ୍ସ ପରିଷଦ ବୈଠକରେ ଡ୍ରିମ୧୧ର ଚୁକ୍ତିନାମାର ଅବଧି ଏବଂ ଆଗାମୀ ଅଢ଼େଇ ବର୍ଷ ପାଇଁ ନୂତନ ପ୍ରାୟୋଜକଙ୍କୁ ଆଣିବାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।


ତେବେ ସମସ୍ୟା ହେଉଛି ଯେ, ଏସିଆ କପ୍ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେଉଛି ଏବଂ ଏତେ କମ୍ ସମୟ ମଧ୍ୟରେ ନୂତନ ପ୍ରାୟୋଜକ ଖୋଜିବା ସହଜ ନୁହେଁ। "ଆମ ପାଖରେ ଦୁଇ ସପ୍ତାହ ମଧ୍ୟ ବାକି ନାହିଁ। ଆମେ ଚେଷ୍ଟା କରୁଛୁ। କିନ୍ତୁ ଏକ ନୂତନ ଟେଣ୍ଡର ଜାରି କରିବା, ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ଏବଂ ବୈଷୟିକ କାର୍ଯ୍ୟ ପରିଚାଳନା କରିବାରେ ସମୟ ଲାଗିବ। କେବଳ ଏସିଆ କପ୍ ପାଇଁ ଏକ ସ୍ୱଳ୍ପକାଳୀନ ପ୍ରାୟୋଜକ ଚାହୁଁନାହୁଁ। ଆମର ଧ୍ୟାନ ଏବେ ଆଗାମୀ ଅଢ଼େଇ ବର୍ଷ ପାଇଁ ପ୍ରାୟୋଜକ ଖୋଜିବା, ଯିଏ ଅକ୍ଟୋବର-ନଭେମ୍ବରରେ ଓଡିଆଇ-୨୦୨୭ବିଶ୍ୱକପ୍ ପର୍ଯ୍ୟନ୍ତ ଆମ ସହିତ ରହି ପାରିବ" ବୋଲି ବୈଠକରେ ରାଜୀବ ଶୁକ୍ଲା କହିଥିବା ଦାବି କରାଯାଉଛି। ତେବେ ନୂତନ କ୍ରୀଡ଼ା ନୀତି ଗୃହୀତ ହେବା ସତ୍ତ୍ୱେ, ବିସିସିଆଇକୁ ଆସନ୍ତା ମାସରେ ନିର୍ବାଚନ କରିବାକୁ ପଡିବ। ଏଥିରେ ବୋର୍ଡକୁ ନୂତନ ଅଧ୍ୟକ୍ଷ ମିଳିବ। ରିପୋର୍ଟରେ କୁହାଯାଇଛି ଯେ, ନୂତନ କ୍ରୀଡ଼ା ନୀତି କାର୍ଯ୍ୟକାରୀ ହେବାକୁ ଆହୁରି ଚାରି-ପାଞ୍ଚ ମାସ ଲାଗିପାରେ, ଯାହାର ଅର୍ଥ ହେଉଛି ନିର୍ବାଚନକୁ ସ୍ଥଗିତ ରଖାଯାଇପାରିବ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିସିସିଆଇର ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ, ଏହାର ଅଧିକାରୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୭୦ବର୍ଷ। ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ କରାଯାଇପାରିବ ନାହିଁ। ଏପରି ପରିସ୍ଥିତିରେ, ରୋଜର ବିନ୍ନି ପୁନର୍ବାର ଅଧ୍ୟକ୍ଷ ହେବାର ସମ୍ଭାବନା ଶେଷ ହୋଇଯାଇଛି। ବିନ୍ନି ଚଳିତ ବର୍ଷ ଜୁଲାଇରେ ୭୦ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତ ପାଇଁ ୯୯ମ୍ୟାଚ୍ ଖେଳିଥିବା ରୋଜର ବିନ୍ନି ୧୯୮୩ ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ କରିଛନ୍ତି।


ଅଧିକ ପଢ଼ନ୍ତୁ କ୍ରୀଡ଼ା ସମ୍ପର୍କିତ ଖବର...

Sponsored
Roger Binny Resigns as BCCI President | Argus News