ବର୍ତ୍ତମାନ ଅବସର ନେବାର ମୋର କୌଣସି ଇଚ୍ଛା ନାହିଁ

Key Points
ତେବେ ଏହାରି ଭିତରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କ ଭବିଷ୍ୟତ ନେଇ ବି ପ୍ରଶ୍ନ ଉଠିଥିଲା। ତେବେ ଚାଲିଥିବା ଚର୍ଚ୍ଚା ଭିତରେ ନୀରବତା ଭାଙ୍ଗିଛନ୍ତି ଏହି ବୋଲର । ଗୁଜବକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି।
କିଛି ଦିନ ହେଲା ଅବସରେ ତାଲିକାରେ ଯୋଡି ହେଉଛନ୍ତି ଭାରତୀୟ ଟିମ୍ର ଅନେକ କ୍ରିକେଟର । ପୂର୍ବତନ ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ପରେ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଅବସର ନେଇଛନ୍ତି। ଜଣଙ୍କ ପରେ ଜଣେ ଛାଡୁଛନ୍ତି ଖେଳ। କାରଣ କଣ ସମସ୍ତଙ୍କୁ ତାଜୁବ କରୁଛି। ଗମ୍ଭୀର ଏବଂ ଅଗରକରଙ୍କୁ ନେଇ ସବୁଠି ଏବେ ପ୍ରଶ୍ନ ଉଠୁଛି। ରୋହିତ ଏବଂ କୋହଲି ଅବସର ନେବା ପରେ ଗମ୍ଭୀରଙ୍କୁ ଦୋଷ ଦିଆଯାଇଥିଲା। କାରଣ ପୁରା ଫିଟେନସ ଥାଇ ମଧ୍ୟ କୋହଲି କାହିଁକି ଅବସର ନେଲେ? ତେବେ ଏହାରି ଭିତରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କ ଭବିଷ୍ୟତ ନେଇ ବି ପ୍ରଶ୍ନ ଉଠିଥିଲା। ତେବେ ଚାଲିଥିବା ଚର୍ଚ୍ଚା ଭିତରେ ନୀରବତା ଭାଙ୍ଗିଛନ୍ତି ଏହି ବୋଲର । ଗୁଜବକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି।
ସେ କହିଛନ୍ତି, ଯେ ତାଙ୍କର ବର୍ତ୍ତମାନ ଅବସର ନେବାର କୌଣସି ଇଚ୍ଛା ନାହିଁ । ଏହି ସମୟରେ ଶାମୀ ସେହି ଲୋକମାନଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯେଉଁମାନେ ତାଙ୍କ ଅବସର ପାଇଁ ଅଧିକ ଆଗ୍ରହ, ସେମାନେ ଆସି ମୋତେ କୁହନ୍ତୁ । ତେବେ ଚାଲନ୍ତୁ ଜାଣିବା କ’ଣ କହିଲେ ମହମ୍ମଦ ଶାମୀ ? ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ, ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରୁ ମଧ୍ୟ ବାହାର ଥିବା ମହମ୍ମଦ ଶାମୀ କହିଥିଲେ ଯେ ସେ ତାଙ୍କ ମନୋବଳ ଦୁର୍ବଳ ନପାଇବା ପର୍ଯ୍ୟନ୍ତ ଖେଳିବେ । ଏକ ସାକ୍ଷାତକାର ସମୟରେ ସେ କହିଥିଲେ, "ଯଦି କାହାର କୌଣସି ସମସ୍ୟା ଅଛି, ତେବେ ମୋତେ କୁହ, ମୁଁ ଅବସର ନେଲେ କ’ଣ ସେମାନଙ୍କର ଲାଇଫ୍ ସେଟଲ ହୋଇଯିବ କି? ମୋତେ କୁହ, ମୁଁ କାହାର ପଥର କଣ୍ଟା ସାଜିଛି କି? ଯେ ତୁମେ ମୋତେ ଅବସର ଦେବାକୁ ଚାହୁଁଛ ? ଯେଉଁଦିନ ମୁଁ ରିଜିଡ୍ ହୋଇଯିବି, ସେବେ ମୁଁ ନିଜେ ଛାଡିଦେବି। ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲର ଆହୁରି କହିଛନ୍ତି, "ତୁମେ ମୋତେ ଚୟନ ନକରିପାର । କିନ୍ତୁ ମୁଁ କଠିନ ପରିଶ୍ରମ ଜାରି ରଖିବି । ଯଦି ତୁମେ ମୋତେ ଅନ୍ତର୍ଜାତୀୟ କ୍ରିକେଟରେ ଚୟନ ନ କର, ତେବେ ମୁଁ ଘରୋଇ କ୍ରିକେଟ ଖେଳିବି । ମୁଁ କୌଣସି ସ୍ଥାନରେ ଖେଳିବି ।
📱 Get Argus News App
✨୩୪ ବର୍ଷୀୟ ଖେଳାଳି କହିଛନ୍ତି ଯେ ଅବସର ନେବାର ସଠିକ୍ ସମୟ ଏପର୍ଯ୍ୟନ୍ତ ଆସିନାହିଁ। ମହମ୍ମଦ ଶାମୀ କହିଛନ୍ତି ଯେ ମୋର ODI ବିଶ୍ୱକପ୍ ଜିତିବାର ସ୍ୱପ୍ନ ଏପର୍ଯ୍ୟନ୍ତ ଅପୂର୍ଣ୍ଣ । ୨୦୨୩ ମସିହାରେ, ଆମେ ବହୁତ ନିକଟତର ହୋଇଥିଲୁ । କିନ୍ତୁ ଆମେ ଏହାକୁ ଜିତିପାରିଲୁ ନାହିଁ। ମୁଁ ୨୦୨୭ ମସିହାରେ ସେଠାରେ ପହଞ୍ଚିବାକୁ ଚାହୁଁଛି । ତାଙ୍କ ଫିଟନେସ୍ ବିଷୟରେ, ମହମ୍ମଦ ଶାମୀ କହିଛନ୍ତି ଯେ ମୁଁ ଗତ ଦୁଇ ମାସ ମଧ୍ୟରେ ବହୁତ କଠିନ ପରିଶ୍ରମ କରିଛି। ବିଶେଷକରି ଓଜନ ହ୍ରାସ କରିବା ଓ ଦୀର୍ଘ ସମୟ ଧରି ବୋଲିଂ ଉପରେ। ଏହି ସମୟରେ, ସେ କହିଥିଲେ ଯେ ମୁଁ ଏବେ ବି କ୍ରିକେଟକୁ ବହୁତ ଭଲ ପାଏ। ଯେଉଁ ଦିନ ମୋର ଉତ୍ସାହ କମିଯିବ, ମୁଁ ନିଜେ ଏହାକୁ ଛାଡିଦେବି। ସେ ପର୍ଯ୍ୟନ୍ତ ମୁଁ ଲଢ଼ିବି। ମହମ୍ମଦ ଶାମୀ ଶେଷ ଥର ପାଇଁ ମାର୍ଚ୍ଚରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ଯାହା ପରେ ସେ ଟିମ୍ରେ ସ୍ଥାନ ପାଇପାରିଲେ ନାହିଁ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ସମୟରେ ମଧ୍ୟ, ସେ ବୋଲିଂ କରିବା ସମୟରେ ତାଙ୍କ ଲୟ ସହିତ ସଂଘର୍ଷ କରୁଥିବା ଦେଖାଯାଇଥିଲା।