ODISeries / ରୋହିତଙ୍କ ଶତକ ବୃଥା…ଲର୍ଡ୍ସରେ ହାରିଲା ଭାରତ…୨-୧ରେ ସିରିଜ୍ କବଜା କଲା ଇଂଲଣ୍ଡ
·17 hours ago·3 min read

Key Points
ରୋହିତଙ୍କ ଶତକ ବ୍ୟର୍ଥ
୨-୧ରେ ସିରିଜ୍ କବଜା କଲା ଇଂଲଣ୍ଡ
୨-୧ରେ ସିରିଜ୍ କବଜା କଲା ଇଂଲଣ୍ଡ
ସଂଘର୍ଷ କରି ହାରିଲା ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଦିନିକିଆ ସିରିଜ୍କୁ ହାତେଇ ନେଇଛି ଘରୋଇ ଇଂଲଣ୍ଡ ଦଳ। ରୋହିତ ଶର୍ମାଙ୍କ ଶତକୀୟ ପାଳି ସତ୍ତ୍ୱେ ଭାରତକୁ ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ରୋହିତ ୧୩୮ ରନ୍ର ଏକ ଦମଦାର ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ । ଏଜବାଷ୍ଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ଭାରତ ସହଜରେ ଜିତି ସିରିଜ୍ରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ କାର୍ଡିଫ୍ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ କମ୍ବ୍ୟାକ୍ କରି ସିରିଜ୍କୁ ୧-୧ ସ୍ଥିତିକୁ ଆଣିଥିଲା ଏବଂ ଶେଷ ମ୍ୟାଚ୍ ଜିତି ସିରିଜ୍ କବଜା କରିଛି।
ଏହାସହ ପଢ଼ନ୍ତୁ: ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ବିଶ୍ୱ ଚାମ୍ପିଅନ….ଭୋ ଭୋ ହୋଇ କାନ୍ଦିଲେ ମେସି ….କାମ ଦେଲାନି ମେସି ମ୍ୟାଜିକ
ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତକୁ ୨୭ ରନ୍ରେ ହରାଇ ଇଂଲଣ୍ଡ ୨-୧ରେ ସିରିଜ କବଜା କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୩୮୭ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୭ ୱିକେଟ୍ ହରାଇ ୩୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ମୋଟ୍ ୭୪୭ ରନ ସଂଗୃହୀତ ହୋଇଥିଲା । ୨ଜଣ ବ୍ୟାଟର ଶତକ ଓ ୪ଜଣ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଜାକବ୍ ବେଥେଲ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ଜୋ ରୁଟ୍ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ବିସ୍ଫୋରକ ବ୍ୟାଟିଂ କରିଥିଲା । ଦୁଇ ଓପନର ଜାକବ ବେଥେଲ ଓ ବେନ ଡକେଟ୍ ପ୍ରଥମ ୱିକେଟ୍ରେ ୧୯୨ ରନ ସଂଗ୍ରହ କରିଥିଲେ । ୩୧ତମ ଓଭରରେ ବେଥେଲ ବ୍ୟକ୍ତିଗତ ୯୧ (୧୧ଚୌକା ଓ ୨ ଛକା) ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଡକେଟ୍ଙ୍କ ସହ ଜୋ ରୁଟ୍ ମିଶି ୧୦୧ ରନ୍ର ଭାଗିଦାରୀ ଗଢ଼ିଥିଲେ । ଡକେଟ ଚତୁର୍ଥ ଦିନିକିଆ ଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୨୯୩ରେ ପହଞ୍ଚି ଥିଲା । ପ୍ରିନ୍ସ ଯାଦବ ୪୪ତମ ଓଭରରେ ଡକେଟଙ୍କୁ ଆଉଟ୍ କରିଥିଲେ । ସେ ୧୪୧ (୧୮ଚୌକା, ୧ଛକା) ରନ କରିଥିଲେ । ଅପରାଜିତ ରୁଟ୍ଙ୍କ ସହ ଜୋସ ବଟଲର ମିଶି ୬୩ ରନ ଯୋଗ କରିବା ଫଳରେ ଦଳୀୟ ସ୍କୋର ୩୮୭ରେ ପହଞ୍ଚିଥିଲା । ରୁଟ୍ ୪୮ଟି ବଲ୍କୁ ୭୪ ଓ ବଟଲର ୧୩ଟି ବଲ୍କୁ ୪୧ (୪ଚୌକା, ୩ଛକା) ରନ କରି ଅପରଜିତ ରହିଥିଲେ ।
ଜବାବରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରାରମ୍ଭରୁ ଦର୍ଶନୀୟ ସଟ୍ମାନ ଖେଳି ଅର୍ଦ୍ଧଶତକ ଅର୍ଜନ କରିବା ସହ ୧୪୭ ରନ୍ର ଭାଗିଦାରୀ ଗଠନ କରିଥିଲେ । ୨୫ତମ ଓଭରରେ ଗିଲଙ୍କୁ ଆଉଟ୍ କରିଥିଲେ ଆଦିଲ ରସିଦ । ସେ ୧୦ଚୌକା ଓ ୧ ଛକା ବଳରେ ୭୭ ରନ ସଂଗ୍ରହ କରିଥିଲେ । ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଥିବା ରୋହିତଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲା ଇଂଲଣ୍ଡ । ସେ ଚୌକା ଓ ଛକା ବର୍ଷା କରି ୩୪ତମ ଦିନିକିଆ ଶତକ ଅର୍ଜନ କରିବା ସହ ସବୁ ସମାଲୋଚକଙ୍କୁ ଚୁପ୍ କରିଥିଲେ । ରୋହିତ ଓ କୋହଲି ଦ୍ୱିତୀୟ ୱିକେଟ୍ରେ ୧୧୩ ରନ ଯୋଗ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଦଳୀୟ ସ୍କୋର ୨୬୦ ବେଳେ ରୋହିତଙ୍କ ୱିକେଟ୍ର ପତନ ଘଟିଥିଲା । ୧୧୦ଟି ବଲ୍ର ସାମ୍ନା କରି ସେ ୧୭ ଚୌକା ଓ ୫ ଛକା ବଳରେ ୧୩୮ ରନ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ୬୯ ରନରେ ଭାରତ ମୋଟ୍ ୬ଟି ୱିକେଟ୍ (ରୋହିତଙ୍କ ମିଶାଇ) ହରାଇଥିଲା।
କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟ ସବୁ ଫେଲ ମାରିଥିଲେ। ଇଶାନ କିଷନ ୧୪ ରନ କରିଥିବାବେଳେ ଶେୟସ ଆୟର ଖାତା ଖୋଲି ପାରି ନଥିଲେ। କୋହଲି ୭୪ (୪ଚୌକା, ୩ଛକା) ରନ କରି ଆଉଟ୍ ହେବା ପରେ ପରାଜୟ ନିଶ୍ଚିତ ହୋଇଯାଇଥିଲା। ପରେ ପରେ କେଏଲ ରାହୁଲ ୧୨ ଓ ଅକ୍ଷର ପଟେଲ ୨ ରନ କରି ବିଦାୟ ନେଇଥିଲେ। ୩୨୯ରନରେ ଦଳ ୭ଟି ୱିକେଟ୍ ହରାଇ ସାରିଥିଲା। ଅନ୍ତିମ ଭାଗରେ ଅର୍ଶଦୀପ (୧୫) ଓ ଗରନୂର (୧୮) ଅଷ୍ଟମ ୱିକେଟ୍ରେ ୩୧ ରନ ଯୋଗ କରି ଦଳୀୟ ସ୍କୋରକୁ ୩୬୦ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ସାମ କୁରାନ ୪ଟି ୱିକେଟ୍ ନେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories